Advertisment

ଓୟୁଏଟିରେ ୨ ଛାତ୍ରଙ୍କୁ ରାଗିଂ ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଓୟୁଏଟିରେ ୨ ଜଣ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି।  +୩ ପ୍ରଥମ ବର୍ଷ ଏଗ୍ରିକଲଚର ବିଭାଗର ୨ ଛାତ୍ରଙ୍କୁ ସିନିୟର ଛାତ୍ର କଲେଜ ପରିସରରେ ମାଡ ମାରିଥିଲେ। ଏନେଇ ପୀଡିତ ଛାତ୍ର ଶିରିପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।  ଏ ନେଇ ଓୟୁଏଟି କର୍ତ୍ତୃପକ୍ଷ କହିଛନ୍ତି, ଶୃଙ୍ଖଳା କମିଟି ବସି ଘଟଣାର ତଦନ୍ତ କରାଯିବା ସହ ରାଗିଂ କରିଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ବର୍ଷେ ତଳେ ବ୍ରହ୍ମପୁର ଏମ୍‌କେସିଜି […]

ଓୟୁଏଟିରେ ୨ ଛାତ୍ରଙ୍କୁ ରାଗିଂ ଅଭିଯୋଗ

yu

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭୁବନେଶ୍ୱର ଓୟୁଏଟିରେ ୨ ଜଣ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି।  +୩ ପ୍ରଥମ ବର୍ଷ ଏଗ୍ରିକଲଚର ବିଭାଗର ୨ ଛାତ୍ରଙ୍କୁ ସିନିୟର ଛାତ୍ର କଲେଜ ପରିସରରେ ମାଡ ମାରିଥିଲେ। ଏନେଇ ପୀଡିତ ଛାତ୍ର ଶିରିପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।  ଏ ନେଇ ଓୟୁଏଟି କର୍ତ୍ତୃପକ୍ଷ କହିଛନ୍ତି, ଶୃଙ୍ଖଳା କମିଟି ବସି ଘଟଣାର ତଦନ୍ତ କରାଯିବା ସହ ରାଗିଂ କରିଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

ସୂଚନାଯୋଗ୍ୟ, ବର୍ଷେ ତଳେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜରେ ସିନିୟର ଛାତ୍ରମାନେ ଜୁନିୟର ଡାକ୍ତରୀ ଛାତ୍ରଙ୍କୁ ରାଗିଂ କରୁଥିବା ଅଭିଯୋଗ କରିଥିଲେ। ଯାହାର ପ୍ରତିବାଦରେ କଲେଜ ଆଗରେ ଜୁନିୟର ଡାକ୍ତରୀ ଛାତ୍ରମାନେ ଧାରଣାରେ ବସିଥିଲେ। ସିନିୟରମାନେ ତାଙ୍କୁ ଚୁଟି କାଟିବାକୁ ବାଧ୍ୟ କରୁଥିବା ଓ ନ କାଟିଲେ ମାଡ଼ ମାରୁଥିବା କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe