Advertisment

ପଲିଟେକ୍‌ନିକ କଲେଜର ମେକାନିକାଲ୍‌ ଛାତ୍ରଙ୍କୁ ରାଗିଂ!

ନବରଙ୍ଗପୁର(ନବଘନ ବିଷୋୟୀ): ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ହୋଇଥିବା ରାଗିଂ ବିବାଦ ସମାଧାନ ହୋଇନାହିଁ। ହେଲେ ନବରଙ୍ଗପୁରରେ ମୁଣ୍ଡ ଟେକିଲାଣି ଆଉ ଗୋଟିଏ ରାଗିଂ ଅଭିଯୋଗ। ପଲିଟେକ୍‌ନିକ କଲେଜର ମେକାନିକାଲ୍‌ କୋର୍ସର ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ର ଜଣକ ଥାନାରେ ଅଭିଯୋଗ କରିଛନ୍ତି। ନବରଙ୍ଗପୁର ପଲିଟେକ୍‌ନିକ କଲେଜର ମେକାନିକାଲ୍‌ କୋର୍ସର ଦ୍ଵିତୀୟ ବର୍ଷର ଛାତ୍ର ହେଉଛନ୍ତି ବଜରଙ୍ଗ ପାଞ୍ଜିଆ। ସେ ଶୁକ୍ରବାର ସନ୍ଧ୍ୟା ବେଳେ ଭ୍ରମଣ କରୁଥିଲେ। ଠିକ୍‌ ସମୟରେ ସେଠାରେ […]

ଅଦ୍ୟତନ ହୋଇଛି
ପଲିଟେକ୍‌ନିକ କଲେଜର ମେକାନିକାଲ୍‌ ଛାତ୍ରଙ୍କୁ ରାଗିଂ!

Nabarangpur

Advertisment

ନବରଙ୍ଗପୁର(ନବଘନ ବିଷୋୟୀ): ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ହୋଇଥିବା ରାଗିଂ ବିବାଦ ସମାଧାନ ହୋଇନାହିଁ। ହେଲେ ନବରଙ୍ଗପୁରରେ ମୁଣ୍ଡ ଟେକିଲାଣି ଆଉ ଗୋଟିଏ ରାଗିଂ ଅଭିଯୋଗ। ପଲିଟେକ୍‌ନିକ କଲେଜର ମେକାନିକାଲ୍‌ କୋର୍ସର ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ର ଜଣକ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ନବରଙ୍ଗପୁର ପଲିଟେକ୍‌ନିକ କଲେଜର ମେକାନିକାଲ୍‌ କୋର୍ସର ଦ୍ଵିତୀୟ ବର୍ଷର ଛାତ୍ର ହେଉଛନ୍ତି ବଜରଙ୍ଗ ପାଞ୍ଜିଆ। ସେ ଶୁକ୍ରବାର ସନ୍ଧ୍ୟା ବେଳେ ଭ୍ରମଣ କରୁଥିଲେ। ଠିକ୍‌ ସମୟରେ ସେଠାରେ ତୃତୀୟ ବର୍ଷର ଛାତ୍ରମାନେ ଭଲିବଲ ଖେଳୁଥିଲେ। ଖେଳୁଥିବା ବେଳେ ଭଲି ବଲ୍‌ଟି କିଛି ଦୂରକୁ ଚାଲି ଯାଇଥିଲା। ସିନିୟର ପିଲାମାନେ ଭଲି ବଲ ଆଣିବାକୁ ବଜରଙ୍ଗ ପାଞ୍ଜିଆଙ୍କୁ କହିଥିଲେ।

ତେବେ ଅନ୍ଧାର ହେଇଯାଇଥିବାରୁ ଭୟରେ ବଜରଙ୍ଗ ବଲ୍‌ ଆଣିବାକୁ ରାଜି ହୋଇନଥିଲେ। ବାସ୍‌ ଏତିକି କଥାରେ ରାଗି ଯାଇ ସିନିଅର ୧୫ ଜଣ ଛାତ୍ର ତାଙ୍କୁ ଗାଳି ଦେଇଥିଲେ। ଏପରିକି ଜଣେ ଛାତ୍ର ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ଏନେଇ ବଜରଙ୍ଗ ପରିବାର ଲୋକଙ୍କୁ ଜଣାଇଥିଲେ। ଆଜି ପରିବାର ଲୋକେ କଲେଜରେ ପହଞ୍ଚି ପାଟିତୁଣ୍ଡ କରିଥିଲେ।

Advertisment

ଅନ୍ୟପକ୍ଷରେ କଲେଜ କର୍ତ୍ତୃପକ୍ଷ ରାଗିଂ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେଭଳି କିଛି ଘଟଣା ଘଟିନାହିଁ ବୋଲି କହିଛନ୍ତି। ଏଥିସହ ଏହା କେବଳ ବଲ୍‌ ଆଣିବାକୁ ନେଇ ଅଳ୍ପ ସମୟ ପାଇଁ କିଛି ପାଟିତୁଣ୍ଡ ହେଇଥିବା କହିଛନ୍ତି ପଲିଟେକ୍‌ନିକ କଲେଜ ପ୍ରିନ୍ସପାଲ ବୈଜନ୍ତ କୁମାର ରାଏ।

ରାଗିଂକୁ କଲେଜ କର୍ତ୍ତୃପକ୍ଷ ଭିତ୍ତିହୀନ କହିବାରୁ ଆଜି ସନ୍ଧ୍ୟାରେ ବଜରଙ୍ଗ ନବରଙ୍ଗପୁର ଥାନାରେ ଦ୍ୱାରସ୍ଥ ହୋଇଥିଲେ। ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe