Advertisment

ରହି ରହି ଶ୍ରୀକ୍ଷେତ୍ର ଅଭିମୁଖେ ଗଡୁଛି ଦେବୀ ସୁଭଦ୍ରାଙ୍କ ଶଗଡି

ଭୁବନେଶ୍ୱର: ଅଢଙ୍ଗଗଡରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିବା ସୁଭଦ୍ରାଙ୍କ ଦାରୁ ଶଗଡି ବିଭିନ୍ନ ସ୍ଥାନରେ ରହି ରହି ଆଗକୁ ଗଡୁଛି। ଗତକାଲି ରାତିରେ ପ୍ରତାପ ନଗରୀରେ ରହିଥିଲା ଦାରୁ ଶଗଡି। ଦଇତାପତିମାନେ ମଧ୍ୟ ସେଠାରେ ରାତ୍ରୀ ଯାପନ କରିଥିଲେ। ଆଉ କିଛି ସମୟ ପରେ ଦାରୁ ପୁଣି ବାହାରିବ ଶ୍ରୀକ୍ଷେତ୍ର ଅଭିମୁଖେ। ଗତକାଲି ସକାଳେ ବିରିବାଟି ତାରିଣୀ ମନ୍ଦିରରେ ରହି ଅପରାହ୍ଣରେ କଟକ ଭଅମୁଖେ ବାହାରିଥିଲା। ରାସ୍ତାରେ ନୂଆ ଲୁଗା ପକାଇ,ଫୁଲ ଛିଞ୍ଚି,ଚିତା ପକାଇ ସୁଭଦ୍ରାଙ୍କ ଦାରୁଙ୍କୁ ସ୍ୱାଗତ […]

author-image
Rakesh Mallick
ଆସନ୍ତାକାଲି ଦେବୀ ସୁଭଦ୍ରାଙ୍କ ଦାରୁ କୋଇଲି ବୈକୁଣ୍ଠରେ ପହଞ୍ଚିବ

subhdranks daru sagdi

ଭୁବନେଶ୍ୱର: ଅଢଙ୍ଗଗଡରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିବା ସୁଭଦ୍ରାଙ୍କ ଦାରୁ ଶଗଡି ବିଭିନ୍ନ ସ୍ଥାନରେ ରହି ରହି ଆଗକୁ ଗଡୁଛି। ଗତକାଲି ରାତିରେ ପ୍ରତାପ ନଗରୀରେ ରହିଥିଲା ଦାରୁ ଶଗଡି। ଦଇତାପତିମାନେ ମଧ୍ୟ ସେଠାରେ ରାତ୍ରୀ ଯାପନ କରିଥିଲେ। ଆଉ କିଛି ସମୟ ପରେ ଦାରୁ ପୁଣି ବାହାରିବ ଶ୍ରୀକ୍ଷେତ୍ର ଅଭିମୁଖେ। ଗତକାଲି ସକାଳେ ବିରିବାଟି ତାରିଣୀ ମନ୍ଦିରରେ ରହି ଅପରାହ୍ଣରେ କଟକ ଭଅମୁଖେ ବାହାରିଥିଲା। ରାସ୍ତାରେ ନୂଆ ଲୁଗା ପକାଇ,ଫୁଲ ଛିଞ୍ଚି,ଚିତା ପକାଇ ସୁଭଦ୍ରାଙ୍କ ଦାରୁଙ୍କୁ ସ୍ୱାଗତ  କରୁଛନ୍ତି ଲୋକେ। ସଙ୍କୀର୍ତ୍ତନ ସହ ଗଡି ଚାଲିଛି ଦାରୁ ଶଗଡି। ହରିବୋଲ ହୁଳହୁଳି ଧ୍ୱନିରେ ପରିବେଶ ପ୍ରକମ୍ପିତ ହେଉଛି। ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକଙ୍କ ରୁଣ୍ଡ ହୋଇ ଦାରୁ ଦର୍ଶନ କରୁଛନ୍ତି। ଆଉ ଦିନେ କି ଦୁଇ ଦିନ ମଧ୍ୟରେ ସୁଭଦ୍ରାଙ୍କ ଦାରୁ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠରେ ପହଞ୍ଚିବା ଆଶା କରଯାଉଛି।

Advertisment