Advertisment

ସକାଳୁ ସକାଳୁ ରେଡ, ୧୧ଟି ଦୋକାନ ଉପରେ ୯୨ ହଜାର ଜରିମାନା

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ମହାନଗର ନିଗମ ଓ ଉପଜିଲ୍ଲାପାଳଙ୍କ ଦ୍ୱାରା ଆଜି ସକାଳୁ ବ୍ରହ୍ମପୁରର ବିଭିନ୍ନ ହୋଟେଲ ଓ ବଡ ଦୋକାନ ଉପରେ ରେଡ କରାଯାଇଛି। ସହରର ୧୧ଟି ବଡ ପ୍ରତିଷ୍ଠାନ ଉପରେ ରେଡ କରାଯାଇ ୯୨ ହଜାର ଜରିମାନା ଆଦାୟ କରାଯାଇଛି। ସେଥି ମଧ୍ୟରେ ବ୍ରହ୍ମପୁରର ଚିକେନ ପକୋଡ଼ା ପାଇଁ ପ୍ରସିଦ୍ଧ ଗିରିଜା ରେଷ୍ଟୁରାଣ୍ଟ, ପୁରୁଣା ବସ ଷ୍ଟାଣ୍ଡର ନନ୍ଦନ ଇଣ୍ଟର ନ୍ୟାସନାଲ ବି ସାମିଲ ଅଛି । ଏହି ଦୋକାନମାନେ ପାର୍କିଂ ଜାଗାକୁ ରାନ୍ଧିବା […]

ଅଦ୍ୟତନ ହୋଇଛି
ସକାଳୁ ସକାଳୁ ରେଡ, ୧୧ଟି ଦୋକାନ ଉପରେ ୯୨ ହଜାର ଜରିମାନା

bmp

Advertisment

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ମହାନଗର ନିଗମ ଓ ଉପଜିଲ୍ଲାପାଳଙ୍କ ଦ୍ୱାରା ଆଜି ସକାଳୁ ବ୍ରହ୍ମପୁରର ବିଭିନ୍ନ ହୋଟେଲ ଓ ବଡ ଦୋକାନ ଉପରେ ରେଡ କରାଯାଇଛି। ସହରର ୧୧ଟି ବଡ ପ୍ରତିଷ୍ଠାନ ଉପରେ ରେଡ କରାଯାଇ ୯୨ ହଜାର ଜରିମାନା ଆଦାୟ କରାଯାଇଛି। ସେଥି ମଧ୍ୟରେ ବ୍ରହ୍ମପୁରର ଚିକେନ ପକୋଡ଼ା ପାଇଁ ପ୍ରସିଦ୍ଧ ଗିରିଜା ରେଷ୍ଟୁରାଣ୍ଟ, ପୁରୁଣା ବସ ଷ୍ଟାଣ୍ଡର ନନ୍ଦନ ଇଣ୍ଟର ନ୍ୟାସନାଲ ବି ସାମିଲ ଅଛି ।

Advertisment

ଏହି ଦୋକାନମାନେ ପାର୍କିଂ ଜାଗାକୁ ରାନ୍ଧିବା ପାଇଁ ବ୍ୟବହାର କରିବା,  ସଫେଇ ଠିକ୍ ଭବେ କରୁନଥିବା, ବିଭିନ୍ନ ମିଶ୍ରିତ ବିଷାକ୍ତ ସସ୍, ଖାଦ୍ୟ ସାମଗ୍ରୀ ବିକ୍ରୟ ସହ ପଲିଥିନ ବ୍ୟବହାର, ଘରୋଇ ସିଲିଣ୍ଡର ବ୍ୟବସାୟିକ କାମରେ ବ୍ୟବହାର  କରୁଥିବା ଚଢାଉ ବେଳେ ଜଣାପଡିଥିଲା।

ବ୍ରହ୍ମପୁରର   ଗିରିଜା ରେଷ୍ଟୁରାଣ୍ଟ, ନନ୍ଦନ ଇଣ୍ଟର ନ୍ୟାସନାଲ ବିଭିନ୍ନ ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ସେମାନଙ୍କଠାରୁ ୨୨ହଜାର ଟଙ୍କା ଜରିମାନା ହୋଇଛି। ଏହି ଦୁଇ ଦୋକାନ ପାର୍କିଂ ନିୟମ ଉଲଙ୍ଘନ ସହ ସଫେଇକୁ ନେଇ ଜରିମାନା ଆଦାୟ କରାଯାଇଛି।  ଏଥି ସହ କିରଣ ରେଷ୍ଟୁରାଣ୍ଟ, ପିଣ୍ଟୁ କିଚେନ୍‌କୁ ସିଲ କରିଦିଆଯାଇଛି। ଏଥିସହ ବହୁ ଦୋକାନ, ମଲ୍‌ର ବିଭିନ୍ନ କାଗଜ ପତ୍ର ଯାଞ୍ଚ ପାଇଁ ଅଣାଯାଇଛି।

Advertisment

ବ୍ରହ୍ମପୁର ମହାନଗର କମିଶନର ଜେ ସୋନାଲ କହିଛନ୍ତି, ଆଜି ସକାଳୁ ସକାଳୁ ରେଡ ଚାଲିଛି। ବହୁ ରେଷ୍ଟୁରେଣ୍ଟ, ହୋଟେଲ, ଲଜ ଉପରେ ଚଢ଼ାଉ କରାଯାଇଛି। ବହୁ ଜାଗାରେ ଫାଇନ୍‌ ପକାଯିବା ସହ ବିଭିନ୍ନ ଜାଗାକୁ ସିଲ୍‌ କରାଯାଇଛି। ବ୍ୟବସାୟିକ ପ୍ରତିଷ୍ଠାନମାନେ ଘରୋଇ ସିଲିଣ୍ଡର ବ୍ୟବହାର କରୁଛନ୍ତି। ଏକ୍ସପାରି କଲର, ସାମଗ୍ରୀ ବ୍ୟବହାର କରୁଛନ୍ତି। ପାର୍କି ଏରିଆକୁ ରୋଷେଇ ପାଇଁ ବ୍ୟବହାର କରୁଛନ୍ତି। ଟ୍ୟାକ୍ସ ଦେଉ ନାହାନ୍ତି। ପଲିଥିନ ବ୍ୟବହାର କରୁଛନ୍ତି।  ଏହି ରେଡକୁ ଆହୁରି କଡ଼ାକଡ଼ି କରାଯିବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe