Advertisment

ନକଲି ଗୁଟୁଖା ଓ ପାନ ମସଲା ବସ୍ତାରେ ୩ ଗୋଦାମ ପୂର୍ଣ୍ଣ, ୩ କୋଟିର ଜିନିଷ ଜବତ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଯେଉଁ ଆଡେ ଆଖି ଉଠାଇ ଦେଖିଲେ ଗଦା ହୋଇଥିଲା ଶହ ଶହ ବସ୍ତା ନକଲି ପାନ ମସଲା ଓ ଗୁଟଖା। ଏହା ବାଦ୍ ବିପୁଳ ପରିମାଣର ପାନ ମସଲା ଓ ଗୁଟୁଖା ତିଆରି କଞ୍ଚାମାଲ ବି ରହିଥିଲା। ନକଲି ପାନ ମସଲା ଓ ଗୁଟଖା ତିଆରି ପାଇଁ ଲାଗିଥିବା ବହୁ ସଂଖ୍ୟକ ମେସିନ୍। ନିୟୋଜିତ ହୋଇଥିଲେ ଅନେକ କର୍ମଚାରୀ। ଆଜି ଏ ସବୁକୁ ଜବତ କରିଛି ବ୍ରହ୍ମପୁର ସଦର ଥାନା ପୁଲିସ। ଏହି ଥାନା […]

author-image
Niranjan Mishra
ଅଦ୍ୟତନ ହୋଇଛି
ନକଲି ଗୁଟୁଖା ଓ ପାନ ମସଲା ବସ୍ତାରେ ୩ ଗୋଦାମ ପୂର୍ଣ୍ଣ, ୩ କୋଟିର ଜିନିଷ ଜବତ

gutukha

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଯେଉଁ ଆଡେ ଆଖି ଉଠାଇ ଦେଖିଲେ ଗଦା ହୋଇଥିଲା ଶହ ଶହ ବସ୍ତା ନକଲି ପାନ ମସଲା ଓ ଗୁଟଖା। ଏହା ବାଦ୍ ବିପୁଳ ପରିମାଣର ପାନ ମସଲା ଓ ଗୁଟୁଖା ତିଆରି କଞ୍ଚାମାଲ ବି ରହିଥିଲା। ନକଲି ପାନ ମସଲା ଓ ଗୁଟଖା ତିଆରି ପାଇଁ ଲାଗିଥିବା ବହୁ ସଂଖ୍ୟକ ମେସିନ୍। ନିୟୋଜିତ ହୋଇଥିଲେ ଅନେକ କର୍ମଚାରୀ। ଆଜି ଏ ସବୁକୁ ଜବତ କରିଛି ବ୍ରହ୍ମପୁର ସଦର ଥାନା ପୁଲିସ।

Advertisment

ଏହି ଥାନା ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂର ବାଉଁସିଆପଲ୍ଲୀ ଗ୍ରାମରେ ଚାଲିଥିଲା ଏହି ନକଲି ପାନ ମସଲା, ଗୁଟଖା ତିଆରି ଫ୍ୟାକ୍ଟ୍ରି ଓ ଗୋଦାମ। ପୁଲିସ ସୂଚନା ମୁତାବକ, ଏହି ଗୋଦାମରୁ ବାହାରିଛି ଶହେ ବସ୍ତାରୁ ଅଧିକ ଗୁଟଖା ପ୍ୟାକେଟ, ନକଲି ପାନ ମସଲା, ୫ଟି ମେସିନ, ବେନାମୀ କମ୍ପାନୀ ପ୍ରିଣ୍ଟ ଜରି ଓ ଜିନିଷ ପରିବହନରେ ବ୍ୟବହୃତ ଗାଡ଼ି।

ସ୍ଥାନୀୟ ଅଞ୍ଚଳର ନରେନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଏହି ନକଲି ଗୁଟଖା ଫ୍ୟାକ୍ଟ୍ରି ଓ ଗୋଦାମ କରିଥିଲେ। ପଚରାଉଚରା ପରେ ବ୍ୟବସାୟୀଙ୍କ ୩ଟି ଗୋଦାମରେ ଚଢ଼ାଉ କରିଥିଲା ପୁଲିସ। ସେଠାରୁ ମଧ୍ୟ ବିପୁଳ ପରିମାଣର ଗୁଟଖା ପ୍ରସ୍ତୁତି କଞ୍ଚାମାଲ ସହ ବଜାରକୁ ଛଡ଼ା ଯିବାକୁ ରହିଥିବା ନକଲି ଗୁଟଖା ପ୍ୟାକେଟ ଜବତ କରାଯାଇଛି।

Advertisment

ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି। ପୁଲିସ ଏକାଧିକ ଲୋକଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି।