ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ପାଇଁ ରେଲୱେ ବାତିଲ କଲା ମୋଟ ୯୦ ଟ୍ରେନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ପାଇଁ ରେଳ ବିଭାଗ ପୂର୍ବରୁ ୭୪ଟି ଟ୍ରେନ୍‌କୁ ବାତିଲ କରିଥିଲା। ଏବେ ଆଉ ୧୬ଟି ଟ୍ରେନ୍‌ର ଯାତ୍ରା ବନ୍ଦ ରହିଛି। ରେଳ ବିଭାଗ ମୋଟ୍‌ ୯୦ ଟ୍ରେନ୍‌ର ଯାତ୍ରା ବାତିଲ ରହିଛି। ସମ୍ଭାବ୍ୟ ବାତ୍ୟା ‘ୟାସ୍‌’କୁ ନେଇ ରଳ ବିଭାଗ ଏପରି ନିଷ୍ପତ୍ତି ନେଇଛି। ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ     .@RailMinIndia Due to Cyclone YAAS, it is decided […]

Train

Train

Manoranjan Sial
  • Published: Saturday, 22 May 2021
  • Updated: 24 May 2021, 11:37 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ପାଇଁ ରେଳ ବିଭାଗ ପୂର୍ବରୁ ୭୪ଟି ଟ୍ରେନ୍‌କୁ ବାତିଲ କରିଥିଲା। ଏବେ ଆଉ ୧୬ଟି ଟ୍ରେନ୍‌ର ଯାତ୍ରା ବନ୍ଦ ରହିଛି। ରେଳ ବିଭାଗ ମୋଟ୍‌ ୯୦ ଟ୍ରେନ୍‌ର ଯାତ୍ରା ବାତିଲ ରହିଛି। ସମ୍ଭାବ୍ୟ ବାତ୍ୟା ‘ୟାସ୍‌’କୁ ନେଇ ରଳ ବିଭାଗ ଏପରି ନିଷ୍ପତ୍ତି ନେଇଛି।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

 

 

https://twitter.com/EastCoastRail/status/1396034044102516740?s=20

ଆସନ୍ତା ୨୫ ତାରିଖରେ ହାଓଡା-ଭାସ୍କୋଡ଼ାଗାମା-ହାଓଡ଼ା ଟ୍ରେନ୍‌ ଉଭୟ ପାର୍ଶ୍ୱରୁ ବାତିଲ ହୋଇଛି।

ମେ’ ୨୩ ତାରିଖ ମୟିସୁରରୁ ଛାଡ଼ୁଥିବା ମୟିସୁର-ହାଓଡ଼ା ସ୍ପେଶାଲ୍‌ ଟ୍ରେନ୍‌କୁ ବାତିଲ କରାଯାଇଛି।

ସେହିପରି ମେ’ ୨୫ ତାରିଖରେ ହାଓଡ଼ାରୁ ଛାଡ଼ୁଥିବା ହାଓଡ଼ା-ଯଶ଼ବନ୍ତପୁର ସ୍ପେଶାଲ୍‌ ଟ୍ରେନ୍‌ ବାତିଲ କରାଯାଇଛି।

ମେ’ ୨୪ ତାରିଖରୁ ଗୌହାଟିରୁ ଛାଡ଼ୁଥିବା ଗୌହାଟି- ଯଶ଼ବନ୍ତପୁର ସ୍ପେଶାଲ୍‌ ଟ୍ରେନ୍‌କୁ ବାତିଲ କରାଯାଇଛି।

ମେ’ ୨୫ ତାରିଖରେ ଅଗରତାଲା-ବାଙ୍ଗାଲୁରୁ କେଣ୍ଟ-ଅଗରତାଲା ସ୍ପେଶାଲ୍‌ ଟ୍ରେନ ଉଭୟ ପାର୍ଶ୍ୱରୁ ବାତିଲ କରାଯାଇଛି।

ମେ’ ୨୬ ତାରିଖରେ ଗୌହାଟିରୁ ଛାଡ଼ୁଥିବା ଗୌହାଟି-ସିକନ୍ଦରାବାଦ ସ୍ପେଶାଲ୍‌ ଟ୍ରେନ୍‌କୁ ବାତିଲ କରାଯାଇଛି।

ମେ’ ୨୫ ତାରିଖରୁ ଭିଲ୍ଲୁପୁରମରୁ ଛାଡ଼ୁଥିବା ଭିଲ୍ଲୁପୁରମ୍‌-ଖଡ଼ଗପୁର ସ୍ପେଶାଲ୍‌ ଟ୍ରେନ୍‌ ଓ ୨୭ ତାରିଖରେ ଖଡ଼ଗପୁରରୁ ଛାଡ଼ୁଥିବା ଖଡ଼ଗପୁର-ଭିଲ୍ଲୁପୁରମ୍‌ ସ୍ପେଶାଲ୍‌ ଏକ୍ସପ୍ରେସ୍‌କୁ ବାତିଲ କରାଯାଇଛି।

ମେ’ ୨୬ ତାରିଖରେ ପୁରୁଳିଆରୁ ଛାଡ଼ୁଥିବା ପୁରୁଳିଆ-ଭିଲ୍ଲୁପୁରମ୍‌ ସ୍ପେଶାଲ୍‌ ଟ୍ରେନ୍‌କୁ ବାତିଲ କରାଯାଇଛି।

ହାଓଡ଼ା ଓ ହାଇଦ୍ରାବାଦ ଭିତରେ ଚାଲୁଥିବା ହାଓଡ଼ା-ହାଇଦ୍ରାବାଦ ସ୍ପେଶାଲ୍‌ ଟ୍ରେନ୍‌କୁ ବାତିଲ କରାଯାଇଛି। ୨୫, ୨୬ ଓ ୨୭ ତାରିଖରେ ହାଓଡ଼ାରୁ ଛାଡ଼ୁଥିବା ଏହି ଟ୍ରେନ୍‌ ବାତିଲ ହୋଇଛି। ସେହିପରି ୨୪, ୨୫ ଓ ୨୬ ତାରିଖରେ ହାଇଦ୍ରାବାଦରୁ ଛାଡ଼ୁଥିବା ଏହି ଟ୍ରେନ୍‌କୁ ମଧ୍ୟ ବାତିଲ କରାଯାଇଛି।

ମେ’ ୨୪ ତାରିଖରେ ଏର୍ଣ୍ଣାକୁଲମରୁ ଛାଡ଼ୁଥିବା ଏର୍ଣ୍ଣାକୁଲମ୍‌-ହାଓଡ଼ା ସ୍ପେଶାଲ୍‌ ଟ୍ରେନ୍‌କୁ ବାତିଲ କରାଯାଇଛି।

ମେ’ ୨୪ ତାରିଖରେ ୟସୋବନ୍ତପୁରରୁ ଛାଡ଼ୁଥିବା ୟସୋବନ୍ତପୁର-ଭୁବନେଶ୍ୱର ସ୍ପେଶାଲ୍‌ ଟ୍ରେନ୍‌କୁ ବାତିଲ କରାଯାଇଛି।

ମେ’ ୨୪ ତାରିଖରେ ଚେନ୍ନାଇରୁ ଛାଡ଼ୁଥିବା ଚେନ୍ନାଇ-ପୁରୀ ସ୍ପେଶାଲ୍‌ ଟ୍ରେନ୍‌କୁ ବାତିଲ କରିଛି ରେଳ ବିଭାଗ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos