‘ପେତାଇ’ ଯୋଗୁ ଟ୍ରେନ୍‌ ଚଳାଚଳ ନେଇ କଟକଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ କାଟ୍ରେନିକୋଣା ନିକଟରେ ସ୍ଥଳଭାଗ ଛୁଇଁ ସାରିଛି ସାମୁଦ୍ରିକ ଝଡ଼ ପେତାଇ।  ଏହା ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅନେକ ଜାଗାରେ ବର୍ଷା ହେଉଛି। ‘ପେତାଇ’ ପ୍ରଭାବରେ ଆନ୍ଧ୍ର ପ୍ରଦେଶ ସମେତ ଓଡ଼ିଶା, ତାମିଲନାଡୁ ଓ ପୁଡୁଚେରୀର କିଛି ଅଞ୍ଚଳରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଥିବା ବେଳେ, ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳବାଇ ପକ୍ଷରୁ କିଛି ଟ୍ରେନକୁ ନିର୍ଦ୍ଦିଷ୍ଟ ଷ୍ଟେସନରେ ରଖାଯିବାର ବ୍ୟବସ୍ଥା କରାଯାଇଛି। […]

train

Rakesh Mallick
  • Published: Monday, 17 December 2018
  • , Updated: 17 December 2018, 06:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ କାଟ୍ରେନିକୋଣା ନିକଟରେ ସ୍ଥଳଭାଗ ଛୁଇଁ ସାରିଛି ସାମୁଦ୍ରିକ ଝଡ଼ ପେତାଇ।  ଏହା ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅନେକ ଜାଗାରେ ବର୍ଷା ହେଉଛି।

‘ପେତାଇ’ ପ୍ରଭାବରେ ଆନ୍ଧ୍ର ପ୍ରଦେଶ ସମେତ ଓଡ଼ିଶା, ତାମିଲନାଡୁ ଓ ପୁଡୁଚେରୀର କିଛି ଅଞ୍ଚଳରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଥିବା ବେଳେ, ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳବାଇ ପକ୍ଷରୁ କିଛି ଟ୍ରେନକୁ ନିର୍ଦ୍ଦିଷ୍ଟ ଷ୍ଟେସନରେ ରଖାଯିବାର ବ୍ୟବସ୍ଥା କରାଯାଇଛି।

ହାୱଡ଼ା-ଚେନ୍ନାଇ ମେଲ୍ ନୂଆପଡ଼ାରୁ ଯାଇ ବିଜୟନଗରମରେ ରହିବ। ସେହିପରି ସାଲିମାର-ତ୍ରିଭେନ୍ଦ୍ରମ ଏକ୍ସପ୍ରେସ ପଲାସାରେ ନିୟନ୍ତ୍ରିତ ହେବ।

ହାୱଡ଼ା-ଯଶୋବନ୍ତପୁର ଏକ୍ସପ୍ରେସ ବିଶାଖାପାଟଣାରେ ରହିବ। ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ବିଶାଖାପାଟଣାର ରହିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ପୁରୀରୁ ଆଜି ଛାଡ଼ିବାକୁ ଥିବା ପୁରୀ-ତିରୁପତି ଏକ୍ସପ୍ରେସ୍‌ର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହା ଆଜି ଅପରାହ୍ନ ୧ଟା ୧୫ ମିନିଟ୍‌ରେ ଛାଡ଼ିବାକୁ ଥିଲା। ତେବେ ଏହା ଅପରାହ୍ନ ୫ଟା ୧୫ ମିନିଟ୍‌ରେ ଛାଡ଼ିବ।

https://youtu.be/OklAAlO2TsM

Related story