ଭାବବିହ୍ୱଳ ହେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ନିଖୋଜ ବ୍ୟକ୍ତିଙ୍କୁ ଖୋଜି ଠାବ କରିବା ତଥା ସେମାନଙ୍କୁ ନିଜ ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ଆମର ବଡ଼ ଦାୟିତ୍ୱ, ଭାବବିହ୍ୱଳ କଣ୍ଠରେ ଏଭଳି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ ମରାମତି ସରିଥିବାରୁ ରେଳବାହୀ କର୍ମଚାରୀ ଓ ଶ୍ରମିକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଶ୍ୱିନୀ ବୈଷ୍ଣବ। ସମସ୍ତଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସଫଳ ହୋଇପାରିଲା ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
'ଭାରତ ସରକାରଙ୍କ ସ୍ଵତନ୍ତ୍ର ଟିମ ଶବ ସଂରକ୍ଷଣ ପାଇଁ ଆସିଛନ୍ତି'
ଭୁବନେଶ୍ୱର ଏମ୍ସରେ ଅଛି ୯୯ଟି ମୃତଦେହ ଶବ ଚିହ୍ନଟ ପାଇଁ ପ୍ରକିୟା ଜାରି ରହିଛି। ସରକାରଙ୍କ ପକ୍ଷରୁ ହେଲ୍ପ ଡେସ୍କ ମାଧ୍ୟମରେ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି। ଦିଲ୍ଲୀରୁ ଭାରତ ସରକାରଙ୍କ ସ୍ଵତନ୍ତ୍ର ଟିମ ଶବ ସଂରକ୍ଷଣ ପାଇଁ ଆସିଛନ୍ତି।
Odisha
ଲୋକୋ ପାଇଲଟ କେଉଁଠି?
କରମଣ୍ଡଳ ଦୁର୍ଘଟଣାକୁ ନେଇ ଲୋକୋ ପାଇଲଟଙ୍କ ଆଡକୁ ଇଙ୍ଗିତ କରିଥିଲେ। ଏହା ଭୂଲ ପ୍ରମାଣିତ ହୋଇଥିଲା। ଏହାରି ଭିତରେ ଦୁଇ ଲୋକୋ ପାଇଲଟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏମାନେ ଏବେ କେଉଁଠି ତାକୁ ନେଇ ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ।
Odisha
ମୋତେ ଦିଅ ମୋ ସ୍ୱାମୀର ଶବ!
ଗୋଟିଏ ହାତରେ ବର୍ଦ୍ଦି, ଅନ୍ୟ ହାତରେ ଆଧାର କାର୍ଡ। ଯବାନ ସ୍ୱାମୀଙ୍କ ଏହି ସନ୍ତକ ଧରି ବୁଲୁଛନ୍ତି ପତ୍ନୀ। ଘରୁ ଦୁର୍ଘଟଣାସ୍ଥଳ, ସ୍କୁଲରୁ ହସ୍ପିଟାଲ ବୁଲୁଛନ୍ତି, ହେଲେ ସ୍ୱାମୀଙ୍କ ପତ୍ତା ମିଳୁ ନାହିଁ। ଶେଷରେ ରାଜଧାନୀ ଭୁବନେଶ୍ୱର ବାହାରିଛନ୍ତି। କାହିଁକି ନା ପ୍ରାୟ ୧୭୦ ଶବ ଏଠାରେ ପହଞ୍ଚିଛି। କାଳେ ଏଠାରେ ସ୍ୱାମୀଙ୍କୁ ପାଇିବେ ସେହ ଆଶାରେ ବୁଲୁଛନ୍ତି।