Advertisment

କାଲିଠାରୁ କାଉଣ୍ଟରରେ ରିଜର୍ଭେସନ ଟିକେଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ କାଉଣ୍ଟରରେ ମିଳିବ ରେଲୱେ ରିଜର୍ଭେସନ ଟିକେଟ। ତେବେ କେତୋଟି କାଉଣ୍ଟର ଖୋଲିବ ସେନେଇ ଜୋନାଲ ରେଲେୱେ ନିଷ୍ପତ୍ତି ନେବ। କାଲିଠୁ କମନ ସର୍ଭିସ ସେଣ୍ଟରରେ ମଧ୍ୟ ରିଜର୍ଭ ଟିକେଟ ମିଳିବ ଜୋନାଲ ରେଲେୱେକୁ ସାମାଜିକ ଦୂରତ୍ୱ ବଜାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରେଲେୱେ କାଉଣ୍ଟର ଖୋଲିବା ନେଇ ଇଷ୍ଟକୋଷ୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଖୋର୍ଦ୍ଧା ରୋଡ ଡିଭିଜନର ୧୨ଟି ଷ୍ଟେସନରେ କାଉଣ୍ଟର ଖୋଲିବ। କଟକ, ଭୁବନେଶ୍ୱର, ପୁରୀ, ବାଲୁଗାଁ, ବ୍ରହ୍ମପୁର, ଛତ୍ରପୁର, […]

author-image
Tapas Behera
ଅଦ୍ୟତନ ହୋଇଛି
କାଲିଠାରୁ କାଉଣ୍ଟରରେ ରିଜର୍ଭେସନ ଟିକେଟ

bvmo-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ କାଉଣ୍ଟରରେ ମିଳିବ ରେଲୱେ ରିଜର୍ଭେସନ ଟିକେଟ। ତେବେ କେତୋଟି କାଉଣ୍ଟର ଖୋଲିବ ସେନେଇ ଜୋନାଲ ରେଲେୱେ ନିଷ୍ପତ୍ତି ନେବ। କାଲିଠୁ କମନ ସର୍ଭିସ ସେଣ୍ଟରରେ ମଧ୍ୟ ରିଜର୍ଭ ଟିକେଟ ମିଳିବ ଜୋନାଲ ରେଲେୱେକୁ ସାମାଜିକ ଦୂରତ୍ୱ ବଜାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ରେଲେୱେ କାଉଣ୍ଟର ଖୋଲିବା ନେଇ ଇଷ୍ଟକୋଷ୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଖୋର୍ଦ୍ଧା ରୋଡ ଡିଭିଜନର ୧୨ଟି ଷ୍ଟେସନରେ କାଉଣ୍ଟର ଖୋଲିବ। କଟକ, ଭୁବନେଶ୍ୱର, ପୁରୀ, ବାଲୁଗାଁ, ବ୍ରହ୍ମପୁର, ଛତ୍ରପୁର, ପଲାସା, ସୋମପେଟା, ଇଚ୍ଛାପୁରମ, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ଼। କେବଳ ନନ୍-କ୍ୟାଶ୍ PRS ଟିକେଟ୍ କାଉଣ୍ଟରରେ ମିଳିବ।

ସେପଟେ ଆସନ୍ତା ଜୁନ୍ ପହିଲାରୁ ଅତିରିକ୍ତ ୨ଶହ ଯାତ୍ରୀବାହୀ ଟ୍ରେନ୍ ଚାଲିବାକୁ ଥିବା ବେଳେ ଆଜିଠୁ ଟିକଟ୍ ବୁକିଂ ଆରମ୍ଭ ହୋଇଛି।  ଏବେ କେବଳ ଅନଲାଇନରେ ଟିକେଟ ବୁକିଂ ହେଉଛି । ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ କିଛି ଷ୍ଟେସନ୍‌ରେ ବୁକିଂ କାଉଣ୍ଟର ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ପୀୟୂଷ ଗୋୟଲ।

Advertisment

ଏହାସହ ଦେଶରେ ଲକ୍ଷେ ୭୦ ହଜାର କମନ୍ ସର୍ଭିସ୍ ସେଣ୍ଟର୍ ବି କାଲିଠୁ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଟିକଟ କନଫର୍ମ ଥିବା ଯାତ୍ରୀମାନେ ହିଁ କେବଳ ଷ୍ଟେସନ୍‌ରେ ପ୍ରବେଶ  କରିପାରିବେ । ଆଗୁଆ ରିଜରଭେସନ ପାଇଁ ସର୍ବାଧିକ ୩୦ ଦିନ ସମୟ ରହିବ।