Advertisment

କଥା ଦେଇ କଥା ରଖିଲେନି ରାଇମୋହନ

କେନ୍ଦୁଝର(ପ୍ରଣୟ ପାଣି): କଥା ଦେଇ କଥା ରଖିଲେନି ରାଇମୋହନ । ନିଜ ଗାଁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଉୟପୁର ଗାଁରେ  ଗତକାଲି ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ କଥା ଦେଇଥିଲେ । ହେଲେ ସେ ତ ପହଞ୍ଚିଲେନି, ପହଞ୍ଚିଲା ତାଙ୍କ ମୃତ୍ୟୁ ଖବର । ମନ୍ଦିରର ପ୍ରତିଷ୍ଠା ଉତ୍ସବ ପୂଜା ଆରମ୍ଭ ହେବା ବେଳକୁ ନିଜ ଘରେ ଝୁଲି ସାରିଥିଲେ ରାଇମୋହନ ।  ହଠାତ୍‌ ଏପରି ଦୁଃଖଦ ଖବର ଶୁଣି ଗ୍ରାମବାସୀ ଅବାକ […]

ଅଦ୍ୟତନ ହୋଇଛି
କଥା ଦେଇ କଥା ରଖିଲେନି ରାଇମୋହନ

raimohan parida

Advertisment

କେନ୍ଦୁଝର(ପ୍ରଣୟ ପାଣି): କଥା ଦେଇ କଥା ରଖିଲେନି ରାଇମୋହନ । ନିଜ ଗାଁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଉୟପୁର ଗାଁରେ  ଗତକାଲି ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ କଥା ଦେଇଥିଲେ । ହେଲେ ସେ ତ ପହଞ୍ଚିଲେନି, ପହଞ୍ଚିଲା ତାଙ୍କ ମୃତ୍ୟୁ ଖବର । ମନ୍ଦିରର ପ୍ରତିଷ୍ଠା ଉତ୍ସବ ପୂଜା ଆରମ୍ଭ ହେବା ବେଳକୁ ନିଜ ଘରେ ଝୁଲି ସାରିଥିଲେ ରାଇମୋହନ ।  ହଠାତ୍‌ ଏପରି ଦୁଃଖଦ ଖବର ଶୁଣି ଗ୍ରାମବାସୀ ଅବାକ ହୋଇ ଯାଇଥିବା ବେଳେ କାହିଁକି ରାଇମୋହନଙ୍କ ପରି ଦୃଢମନା ବ୍ୟକ୍ତି ଏପରି ନିଷ୍ପତ୍ତି ନେଲେ ତାହା ଭାବି ହେଉଛନ୍ତି। ରାଇମୋହନଙ୍କ ଅବର୍ତ୍ତମାନରେ ସମସ୍ତ ଗ୍ରାମବାସୀ  ସ୍ତବ୍ଧ ହୋଇ ଯାଇଥିବା ବେଳେ ଛୋଟରୁ ବଡ଼ ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି।

Advertisment

ନିଜ ପରିଚୟ ସୃଷ୍ଟି ପାଇଁ ପ୍ରାୟ ୩ ଦଶନ୍ଧି ତଳେ ଗାଁ ଛାଡ଼ି ରାଜଧାନୀମୁହାଁ ହୋଇଥିବା ରାଇମୋହନ ପରିଡ଼ା ଓଡ଼ିଆ ଫିଲ୍ମ ସମେତ ଯାତ୍ରା ଜଗତରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଥାଇ ବି ସେ ଗାଁକୁ ଭୁଲି ନ ଥିଲେ। ନିୟମିତ ଭାବେ ସେ ଗାଁକୁ ଯାଉଥିଲେ। ଗାଁ ଲୋକଙ୍କ ଭଲମନ୍ଦ ବୁଝୁଥିଲେ।

ଗତକାଲି ଗାଁରେ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ପୂର୍ବରୁ କଥା ଦେଇ ସାରିଥିଲେ ରାଇମୋହନ । ଏପରିକି ଏଥିନିମନ୍ତେ ପୂଜା ସାମଗ୍ରୀ ପଠାଇ ସାରିଥିଲେ। ହେଲେ ଯେଉଁ ଦିନ ପୂଜା , ସେହିଦିନ ହିଁ ଘଟିଗଲା ଏହି ଅଘଟଣ ।

Advertisment

[caption id="attachment_744433" align="aligncenter" width="650"]puja ଗତକାଲି ରାଇମୋହନଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁରେ ଚାଲିଛି ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ ।[/caption]

ଗୋଟିଏ ପଟେ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ ଗାଁ କମ୍ପୁଥିବା ବେଳେ ଅନ୍ୟପଟେ ରାଇମୋହନଙ୍କ ମୃତ୍ୟୁ ଖବର ପାଇ ତାଙ୍କ ଘର ସମ୍ମୁଖରେ ଜମିଥିଲା ଅସଂଖ୍ୟ ଲୋକଙ୍କ ଭିଡ଼ । ଗାଁ ଲୋକେ ଏହି ଖବର ପାଇବା ପରେ ହତବାକ ହୋଇ ପଡ଼ିଥିବା ବେଳେ ସମସ୍ତଙ୍କ ମୁହଁରେ ଏକ ଅସମ୍ଭବ ପ୍ରକାର ନିରବତା ଛାଇଗଲା। ସମସ୍ତେ ମନେ ମନେ ଝୁରି ହେଉଛନ୍ତି ରାଇମୋହନଙ୍କୁ । ରାଇମୋହନଙ୍କ ଅବର୍ତ୍ତମାନରେ ଗାଁ ଖାଁ ଖାଁ ହୋଇ ପଡ଼ିଛି । ସ୍ତବ୍ଧ ହୋଇପଡ଼ିଛନ୍ତି ଗ୍ରାମବାସୀ। ଅପରପକ୍ଷେ, ଶବ ବ୍ୟବଚ୍ଛେଦ ପରେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଗତକାଲି ରାତିରେ ରାଇମୋହନଙ୍କ ଶେଷକୃତ ସମ୍ପନ୍ନ କରାଯାଇଛି।

କେନ୍ଦୁଝର ଜିଲ୍ଲା ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଉଦୟପୁର ଗ୍ରାମରେ ଜନ୍ମିତ ବହୁ ରାଇମୋହନ ପ୍ରତିକୂଳ ପରିସ୍ଥିତିରେ ଗ୍ରାମରୁ ଯାଇ ଭୁବନେଶ୍ୱରରେ ରହି ଜଣେ ଚର୍ଚ୍ଚିତ ଅଭିନେତା ଭାବେ ବେଶ୍ ନାଁ କମାଇଥିଲେ । ଗାଁ ନାଟକରେ ଅଭିନୟ ପରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ମହାବିଦ୍ୟାଳୟରେ ଛାତ୍ର ଥିବାବେଳେ ଅଭିନୟ କରି ସଫଳତା ପାଇଥିଲେ। ଏହାପରେ ଦୀର୍ଘ ୩ ଦଶନ୍ଧି ହେଲେ ଖଳନାୟକ ଭାବେ ସେ ଘରେ ଘରେ ପରିଚିତ ହୋଇ ପାରିଥିଲେ । ବହୁ ସଫଳତା ପାଇବା ପରେ ମଧ୍ୟ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି କାହିଁକି ବାଛି ନେଲେ ବୋଲି ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି ।

ସିନେମା ଜଗତରେ ରାଇ ନାମରେ ପରିଚିତ ରାଇମୋହନ ପରିଡାଙ୍କୁ କିନ୍ତୁ ଗାଁରେ ସିନ୍ଧୁ ବୋଲି ସମସ୍ତେ ଶ୍ରଦ୍ଧାରେ ଡାକନ୍ତି । ଯଦିଓ ସେ ବହୁବର୍ଷ ହେବ ରାଜଧାନୀରେ ରହୁଥିଲେ , କିନ୍ତୁ ଗାଁର ମୋହ ସେ ଛାଡ଼ି ନ ଥିଲେ । ପ୍ରତ୍ୟେକ ବର୍ଷ ନିୟମିତ ଗାଁକୁ ଯାଉଥିଲେ । ସିନ୍ଧୁ ଗାଁର ସମସ୍ତ କାର୍ଯ୍ୟକ୍ରମରେ ପ୍ରାୟତଃ ସାମିଲ ହୋଇଥା’ନ୍ତି । ଗାଁ ପ୍ରତି ତାଙ୍କର ବହୁତ ଭଲ ପାଇବା ଶ୍ରଦ୍ଧା ଥିଲା ବୋଲି କୋହଭରା କଣ୍ଠରେ କହିଛନ୍ତି ଗ୍ରାମବାସୀ ।

Ollywood Actor Suicide Raimohan Parida
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe