ଆଜି ପୁଣି ବର୍ଷା ସମ୍ଭାବନା,୧୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆଜି ବର୍ଷା ସମ୍ଭାବନା ଦେଖାଦେଇଛି । ବଜ୍ରପାତ ସହ ବର୍ଷା ନେଇ ଆଜି ରାଜ୍ୟର ୧୦ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏହି ୧୦ ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼। ଏହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ […]

rain

Niharika Rout
  • Published: Wednesday, 02 September 2020
  • , Updated: 02 September 2020, 07:57 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆଜି ବର୍ଷା ସମ୍ଭାବନା ଦେଖାଦେଇଛି । ବଜ୍ରପାତ ସହ ବର୍ଷା ନେଇ ଆଜି ରାଜ୍ୟର ୧୦ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏହି ୧୦ ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼।

ଏହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅପରପକ୍ଷେ  ଅଦ୍ୟାବଧୀ ୬ଟି ଜିଲ୍ଲାରେ ୨୦ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା ଦେବଗଡ, ଢେଙ୍କାନାଳ, ଅନୁଗୋଳ, ଝାରସୁଗୁଡା, ସୁନ୍ଦରଗଡ ଓ ମାଲକାନଗିରି।

ସୂଚନାଯୋଗ୍ୟ, ହୀରାକୁଦ ଡ୍ୟାମ୍‌ରେ  ଜଳସ୍ତର କ୍ରମଶଃ କମିବାରେ ଲାଗିଛି। ଏବେ ଡ୍ୟାମରେ ୨୪ ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। କିନ୍ତୁ ପୂର୍ଣ୍ଣିମା ଯୋଗୁ ଜଳସ୍ତର କମୁ ନ ଥିବାରୁ ବନ୍ୟା ଦୁର୍ଗତଙ୍କ ସମସ୍ୟା ବଢ଼ୁଛି। ଏବେ ପୁଣି ଆଉ ଏକ ବର୍ଷା ସମ୍ଭାବନା ଦେଖାଦେଇଥିବା ବେଳେ ବନ୍ୟା ଘେରରେ ଥିବା ଲୋକେ ମୁଣ୍ଡରେ ହାତ ଦେଲେଣି।

Related story