Advertisment

୫ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୪ ଘଣ୍ଟା ଯାଏ ଓଡ଼ିଶାର କୋଷ୍ଟାଲ ଜିଲ୍ଲାର ବହୁ ସ୍ଥାନରେ ବର୍ଷା ହୋଇପାରେ। ତା’ଛଡ଼ା  ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ହେବ। ଏଥିସହ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଅଜୟ କୁମାର ନାୟକ କହିଛନ୍ତି। ସେ କହିଛନ୍ତି,“ ପ୍ରବଳ ବର୍ଷା ନେଇ ଆଜିଠୁ ଆସନ୍ତାକାଲି ଯାଏ ୟେଲୋ ୱାଂର୍ଣ୍ଣି ଜାରି କରାଯାଇଛି। […]

‌ଆହୁରି ୨ ଦିନ ବର୍ଷିବ, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

h.rain

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୪ ଘଣ୍ଟା ଯାଏ ଓଡ଼ିଶାର କୋଷ୍ଟାଲ ଜିଲ୍ଲାର ବହୁ ସ୍ଥାନରେ ବର୍ଷା ହୋଇପାରେ। ତା’ଛଡ଼ା  ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ହେବ। ଏଥିସହ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଅଜୟ କୁମାର ନାୟକ କହିଛନ୍ତି।

Advertisment

ସେ କହିଛନ୍ତି,“ ପ୍ରବଳ ବର୍ଷା ନେଇ ଆଜିଠୁ ଆସନ୍ତାକାଲି ଯାଏ ୟେଲୋ ୱାଂର୍ଣ୍ଣି ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି-କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ। ଏହାସହ ୩୦ରୁ ୪୦ କିମି ବେଗରେ ପବନ ବୋହିବା ସମ୍ଭାବନା ରହିଛି। ତେବେ ଦୁଇ ଦିନ ଏମିତି ପାଗ ରହିବ। ଗୁରୁବାରଠାରୁ ପାଗରେ ପରିବର୍ତ୍ତନ ଆସିବ। ପାଗ ଶୁଖିଲା ରହିବ।

ଆସନ୍ତାକାଲି ନୟାଗଡ଼, ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଓ ଅନୁଗୋଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦେଖାଦେବ। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି।”

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବାଧିକ ୫୭.୮ ମିମି ବର୍ଷା ରେକର୍ଡ କରାଯାଇଛି। ବୌଦ୍ଧରେ ୪୫.୨ମିମି, ବଲାଙ୍ଗିରରେ ୩୦ମିମି, ତାଳଚେରରେ ୧୪ମିମି ଓ ବାରିପଦାରେ ୫ ମିମି ବର୍ଷା ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe