ରଜରେ ଉପକୂଳ ଛୁଇଁପାରେ ଦକ୍ଷିଣ–ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ଜୁନ୍‌ ୧୪ରୁ ୧୬ ତାରିଖ ରଜ ମଧ୍ୟରେ ଉପକୂଳ ଓଡ଼ିଶା ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ପୂର୍ବ ଉତ୍ତରପ୍ରଦେଶରୁ ପଶ୍ଚିମବଙ୍ଗ ମଧ୍ୟ ଦେଇ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ସ୍ଥଳଭାଗରେ ଏକ ଟ୍ରାପ୍‌ ଲାଇନ୍‌ ରହିଛି। ଏହା ପ୍ରଭାବରେ ଓଡ଼ିଶାର କେତକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଗତ ୩ରୁ ୪ ଦିନ ହେବ ପବନର ଗତି ଉତ୍ତର-ପଶ୍ଚିମ ଦିଗ ଆଡୁ ରହୁଥିବାରୁ ସାରା ରାଜ୍ୟରେ ତାତି ସାଙ୍ଗକୁ ଗୁଳିଗୁଳି ଅନୁଭୂତ ହେଉଥିଲା। ଉପକୂଳ ଓଡ଼ିଶାରେ ଜୁନ୍‌ ୧୪ରୁ ତାତି କମିବା ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ତାତି ଜୁନ୍‌ ୧୭ ପର୍ଯ୍ୟନ୍ତ ଲାଗି ରହିବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଢେଙ୍କାନାଳ, କନ୍ଧମାଳ ଏବଂ ଅନୁଗୋଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବା ସହ ପବନ ବହିପାରେ।”

ଆହୁରି ପଢ଼ନ୍ତୁ

ଜନ୍ମ ମାଟିରେ ଆଜି ସମ୍ପନ୍ନ ହେବ ବିଷ୍ଣୁ ଦାସଙ୍କ ଶେଷକୃତ

ସୁସ୍ଥ ଅଛନ୍ତି ବିଜୟ ମହାନ୍ତି, ଗୁଜବକାରୀ କ୍ଷମା ମାଗନ୍ତୁ କହିଲେ ସବ୍ୟସାଚୀ

ଓଡ଼ିଶାରେ ‘କରୋନା’ ଭ୍ୟାକ୍‌ସିନ୍‌ର ମାନବ ପରୀକ୍ଷଣ କେମିତି ହେବ? ପଢ଼ନ୍ତୁ ପୂରା ରିପୋର୍ଟ

କ୍ୱାରେଣ୍ଟାଇନ୍‌ରେ ରହିଲେ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ

ଚାଲିଗଲେ ବିଜେଡିର ବରିଷ୍ଠ ନେତା ବିଧାୟକ ବିଷ୍ଣୁ ଦାସ

କୋଭିଡ୍ ଯୁଦ୍ଧ ଜିତିବାକୁ ମୁଖ୍ୟମନ୍ତ୍ରୀ ଦେଲେ ୩ଟି ମନ୍ତ୍ର

ଯୁଦ୍ଧ ଲଢୁ ଲଢୁ ହାରିଗଲେ ସେ, ଆଉ ସରକାର…

ବିଜେପି ବିଧାୟକଙ୍କୁ ‘କରୋନା’

କଟକରେ ସ୍ଥିତି ଭୟଙ୍କର, ନିଆଯିବ ଏହି ସବୁ ପଦକ୍ଷେପ

କଟକ-ଭୁବନେଶ୍ୱରରେ ବଦଳିବ ଡ୍ରାଇଭିଂ ତରିକା, କେନ୍ଦ୍ରକୁ ପ୍ରସ୍ତାବ ଦେଲେ ଟ୍ରାଫିକ ଡିସିପି

ବିଏମସିର ‘ଗ୍ୟାଲେରିଆ’ ପ୍ରୀତି: ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି, ରାଜନୀତି ଆରମ୍ଭ କଲା ବିଜେଡି

ଓଏଏସ ଅଧିକାରୀଙ୍କୁ ପ୍ରେମ ରୋଗ, ପଠାଉଥିଲେ ଅଶ୍ଲୀଳ ଭିଡିଓ