Advertisment

ରଜରେ ଉପକୂଳ ଛୁଇଁପାରେ ଦକ୍ଷିଣ–ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ଜୁନ୍‌ ୧୪ରୁ ୧୬ ତାରିଖ ରଜ ମଧ୍ୟରେ ଉପକୂଳ ଓଡ଼ିଶା ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ପୂର୍ବ ଉତ୍ତରପ୍ରଦେଶରୁ ପଶ୍ଚିମବଙ୍ଗ ମଧ୍ୟ ଦେଇ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ସ୍ଥଳଭାଗରେ ଏକ ଟ୍ରାପ୍‌ ଲାଇନ୍‌ ରହିଛି। ଏହା ପ୍ରଭାବରେ ଓଡ଼ିଶାର କେତକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଗତ ୩ରୁ ୪ ଦିନ ହେବ ପବନର […]

ଦେଶର ଅଧିକାଂଶ ରାଜ୍ୟରେ ଦକ୍ଷିଣ-ପଶ୍ଚମ ମୌସୁମୀ ବର୍ଷା ଜାରି

rain fall

Advertisment

ଭୁବନେଶ୍ୱର: ଜୁନ୍‌ ୧୪ରୁ ୧୬ ତାରିଖ ରଜ ମଧ୍ୟରେ ଉପକୂଳ ଓଡ଼ିଶା ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, “ପୂର୍ବ ଉତ୍ତରପ୍ରଦେଶରୁ ପଶ୍ଚିମବଙ୍ଗ ମଧ୍ୟ ଦେଇ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ସ୍ଥଳଭାଗରେ ଏକ ଟ୍ରାପ୍‌ ଲାଇନ୍‌ ରହିଛି। ଏହା ପ୍ରଭାବରେ ଓଡ଼ିଶାର କେତକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଗତ ୩ରୁ ୪ ଦିନ ହେବ ପବନର ଗତି ଉତ୍ତର-ପଶ୍ଚିମ ଦିଗ ଆଡୁ ରହୁଥିବାରୁ ସାରା ରାଜ୍ୟରେ ତାତି ସାଙ୍ଗକୁ ଗୁଳିଗୁଳି ଅନୁଭୂତ ହେଉଥିଲା। ଉପକୂଳ ଓଡ଼ିଶାରେ ଜୁନ୍‌ ୧୪ରୁ ତାତି କମିବା ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ତାତି ଜୁନ୍‌ ୧୭ ପର୍ଯ୍ୟନ୍ତ ଲାଗି ରହିବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଢେଙ୍କାନାଳ, କନ୍ଧମାଳ ଏବଂ ଅନୁଗୋଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବା ସହ ପବନ ବହିପାରେ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe