Advertisment

ଲଗାଣ ବର୍ଷାରେ ବୌଦ୍ଧ ଜିଲ୍ଲା ଉବୁଟୁବୁ, ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଛିନ୍ନ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ୍‌ ହୋଇପଡ଼ିଛି ବୌଦ୍ଧ ଜିଲ୍ଲା। ଜିଲ୍ଲାର କଣ୍ଟାମାଳ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ତେଲନଦୀ ଓ ଖଡ଼ଙ୍ଗ ନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ଅନେକ ଗାଁ ଏବେ ପାଣି ଘେରରେ ରହିଛି। କଣ୍ଟାମାଳ-ମନମୁଣ୍ଡା ୪୧ ନମ୍ବର ରାଜ୍ୟ ସଡ଼କ ପଥର ଅଡ଼ାଗୌଡ଼ି ପୋଲ ଉପରେ ୫ ଫୁଟ୍‌ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଫଳରେ କଣ୍ଟାମାଳରୁ ରୁବାଲିଗୁଡ଼ାକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଏଥିସହ ମାଣ୍ଡିଆ ଜୋର ପୋଲ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଲଗାଣ ବର୍ଷାରେ ବୌଦ୍ଧ ଜିଲ୍ଲା ଉବୁଟୁବୁ, ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଛିନ୍ନ

b1

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ୍‌ ହୋଇପଡ଼ିଛି ବୌଦ୍ଧ ଜିଲ୍ଲା। ଜିଲ୍ଲାର କଣ୍ଟାମାଳ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ତେଲନଦୀ ଓ ଖଡ଼ଙ୍ଗ ନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ଅନେକ ଗାଁ ଏବେ ପାଣି ଘେରରେ ରହିଛି।

Advertisment

floodକଣ୍ଟାମାଳ-ମନମୁଣ୍ଡା ୪୧ ନମ୍ବର ରାଜ୍ୟ ସଡ଼କ ପଥର ଅଡ଼ାଗୌଡ଼ି ପୋଲ ଉପରେ ୫ ଫୁଟ୍‌ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଫଳରେ କଣ୍ଟାମାଳରୁ ରୁବାଲିଗୁଡ଼ାକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଏଥିସହ ମାଣ୍ଡିଆ ଜୋର ପୋଲ ଉପରେ ୬ ଫୁଟ୍‌ ଉଚ୍ଚ ପାଣି ପ୍ରବାହିତ ହେଉଛି। କଣ୍ଟାମାଳ ବ୍ଲକର ୮ଟି ପଞ୍ଚାୟତ ଯେମିତିକି କୁଳୁତାଜୋର, ଘଣ୍ଟାପଡା, ଉମା, ଖୁଣ୍ଟିଗୋରା, ବରଗାଁ, ଖମାନମୁଣ୍ଡା ଓ ଆମ୍ବଗାଁ ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି।

boudh2ଖମାନମୁଣ୍ଡା ପଞ୍ଚାୟତର ଦେଓଗାଁ ଓ ରେଙ୍ଗାଲି ପଞ୍ଚାୟତର କମଘାଟ ଏବଂ ଗମ୍ଭାରୀପଦର ଗାଁ ପାଣି ଘେରରେ ରହିଛି। ଏଠାକାର ବହୁ ଚାଷଜମି ଏବେ ଜଳମଗ୍ନ ହୋଇରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କ ନିକଟରେ ପ୍ରଶାସନର ସହାୟତା ପହଞ୍ଚି ପାରି ନଥିବା ଅଭିଯୋଗ ହୋଇଛି।

Advertisment

flood