Advertisment

ବର୍ଷା ପାଇଁ ଫିକା ପଡ଼ିପାରେ ନୂଆବର୍ଷ ସେଲିବ୍ରେସନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ଫିକା ପଡ଼ିପାରେ ନୂଆବର୍ଷ ସେଲିବ୍ରେସନ୍। ଜାନୁଆରୀ ୧ରୁ ୪ ଯାଏ ରାଜ୍ୟରେ ସ୍ୱଳ୍ପ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି। ରାଜ୍ୟରେ ବଢ଼ିଥିବା ଶୀତକୁ ନେଇ ୫ ଜିଲ୍ଲାରେ ସିଭିୟର କୋଲ୍ଡ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା, ଅନୁଗୋଳ, କେନ୍ଦୁଝର, ବାଲେଶ୍ୱର, ଦେବଗଡ଼ ଓ ମୟୂରଭଞ୍ଜ। ସେହିଭଳି ଅସହ୍ୟ ଜାଡ଼ ନେଇ ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି […]

ବର୍ଷା ପାଇଁ ଫିକା ପଡ଼ିପାରେ ନୂଆବର୍ଷ ସେଲିବ୍ରେସନ୍

rain-1-1-750x430

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ଫିକା ପଡ଼ିପାରେ ନୂଆବର୍ଷ ସେଲିବ୍ରେସନ୍। ଜାନୁଆରୀ ୧ରୁ ୪ ଯାଏ ରାଜ୍ୟରେ ସ୍ୱଳ୍ପ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି।

Advertisment

ରାଜ୍ୟରେ ବଢ଼ିଥିବା ଶୀତକୁ ନେଇ ୫ ଜିଲ୍ଲାରେ ସିଭିୟର କୋଲ୍ଡ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା, ଅନୁଗୋଳ, କେନ୍ଦୁଝର, ବାଲେଶ୍ୱର, ଦେବଗଡ଼ ଓ ମୟୂରଭଞ୍ଜ।

ସେହିଭଳି ଅସହ୍ୟ ଜାଡ଼ ନେଇ ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୋଳ, ମୟୂରଭଞ୍ଜ,ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, ସୋନପୁର ଓ ବଲାଙ୍ଗିର।

Advertisment

ଏହାଛଡ଼ା ୪ ଜିଲ୍ଲାରେ ଘନ କୁହୁଡ଼ି ହେବା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ବଲାଙ୍ଗିର। ଏହା ସହ ପାହାଡ଼ିଆ ଅଞ୍ଚଳରେ ପାରଦ ଜିରୋ ଡିଗ୍ରୀକୁ ଖସି ଆସିବା ନେଇ ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe