ତାତିରେ ଲାଗିବ ବ୍ରେକ୍। ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି। ୨୦ ତାରିଖରୁ ପାରଦ ୩ରୁ ୫ ଡ଼ିଗ୍ରୀ ଯାଏଁ ତଳକୁ ଖସିବାର ସମ୍ଭାବନା ରହିଛି। ୨୧ ତାରିଖରୁ ବର୍ଷା ବଢିବ। ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୨୨ ତାରିଖରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଗତ ସପ୍ତାହେ ହେଲା ରାଜ୍ୟରେ ନିଆଁ ବର୍ଷା ହେଉଛି। ଲଗାତାର ଭାବେ ପାରଦ ୪୫ ଡିଗ୍ରୀ ଉପରେ ରହୁଥିଲା। ଘରୁ ବାହାରି ହେଉନଥିଲା। ଜୀବନ ଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଥିଲା। ଦିନ ପରି ରାତିର ଯନ୍ତ୍ରଣା ଅଥୟ କରୁଥିଲା। ତା’ପରେ ପୁଣି ବିଜୁଳି କାଟ। ଏପରି ସ୍ଥିତିରେ ଗାଁରୁ ସହର ସବୁଠି ଲୋକେ ତ୍ରାହୀ ଡ୍ରାହୀ ଡାକୁଥିଲେ। ଏବେ କିନ୍ତୁ ଆସିଛି ଖୁସି ଖବର। ଗରମରୁ ମିଳିବ ଆଶ୍ୱସ୍ତି। ୨୧ ତାରିଖରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
୨୧ ରୁ ବଢିବ ବର୍ଷାର ବିସ୍ତୃତି , !!!
— Meteorological Centre, Bhubaneswar (@mcbbsr) June 18, 2023
୨୨ ରେ ବଢିବ ବର୍ଷା ର ପରିମାଣ !!
୨୧ ଜୁନ ରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାବେଳେ ୨୨ ଜୁନ ରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି
ସେପଟେ ଆଜି ସାରା ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ହୋଇଥିଲା। ୪୫ ଡିଗ୍ରୀ ଉପରେ ରାଜ୍ୟର ୭ ସହର ତାପମାତ୍ରା। ସମ୍ବଲପୁର ତାପମାତ୍ରା ୪୬ ଡିଗ୍ରୀ ଛୁଇଁଛି। ସେହିପରି ସୋନପୁର ୪୫.୮, ବୌଦ୍ଧ ଓ ହୀରାକୁଦ ୪୫.୫ ଡିଗ୍ରୀ, ଝାରସୁଗୁଡ଼ା ୪୫.୨ ଡିଗ୍ରୀ, ସୁନ୍ଦରଗଡ଼ ଓ ବଲାଙ୍ଗିର ୪୫ ଡିଗ୍ରୀ, ଭୁବନେଶ୍ୱର ୪୧.୬ ଓ କଟକ ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।