Advertisment

ତାତିରେ ଲାଗିବ ବ୍ରେକ୍‌, ୨୧ରୁ ବର୍ଷା!

୨୨ ତାରିଖରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଅଦ୍ୟତନ ହୋଇଛି
Rain

Rain

Advertisment

ତାତିରେ ଲାଗିବ ବ୍ରେକ୍‌। ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି। ୨୦ ତାରିଖରୁ ପାରଦ ୩ରୁ ୫ ଡ଼ିଗ୍ରୀ ଯାଏଁ ତଳକୁ ଖସିବାର ସମ୍ଭାବନା ରହିଛି। ୨୧ ତାରିଖରୁ ବର୍ଷା ବଢିବ। ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୨୨ ତାରିଖରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Advertisment

ଗତ ସପ୍ତାହେ ହେଲା ରାଜ୍ୟରେ ନିଆଁ ବର୍ଷା ହେଉଛି। ଲଗାତାର ଭାବେ ପାରଦ ୪୫ ଡିଗ୍ରୀ ଉପରେ ରହୁଥିଲା। ଘରୁ ବାହାରି ହେଉନଥିଲା। ଜୀବନ ଯାତ୍ରା ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ଦିନ ପରି ରାତିର ଯନ୍ତ୍ରଣା ଅଥୟ କରୁଥିଲା। ତା’ପରେ ପୁଣି ବିଜୁଳି କାଟ। ଏପରି ସ୍ଥିତିରେ ଗାଁରୁ ସହର ସବୁଠି ଲୋକେ ତ୍ରାହୀ ଡ୍ରାହୀ ଡାକୁଥିଲେ। ଏବେ କିନ୍ତୁ ଆସିଛି ଖୁସି ଖବର। ଗରମରୁ ମିଳିବ ଆଶ୍ୱସ୍ତି। ୨୧ ତାରିଖରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Advertisment

ସେପଟେ ଆଜି ସାରା ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ହୋଇଥିଲା। ୪୫ ଡିଗ୍ରୀ ଉପରେ ରାଜ୍ୟର ୭ ସହର ତାପମାତ୍ରା। ସମ୍ବଲପୁର ତାପମାତ୍ରା ୪୬ ଡିଗ୍ରୀ ଛୁଇଁଛି। ସେହିପରି ସୋନପୁର ୪୫.୮, ବୌଦ୍ଧ ଓ ହୀରାକୁଦ ୪୫.୫ ଡିଗ୍ରୀ, ଝାରସୁଗୁଡ଼ା ୪୫.୨ ଡିଗ୍ରୀ, ସୁନ୍ଦରଗଡ଼ ଓ ବଲାଙ୍ଗିର ୪୫ ଡିଗ୍ରୀ, ଭୁବନେଶ୍ୱର ୪୧.୬ ଓ କଟକ ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି।

Rain Alert Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe