Advertisment

Weather Forecast: ବର୍ଷା; ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି

author-image
Jitendra Garnayak
Rain

‍ବର୍ଷା (ଫାଇଲ ଫଟୋ)

ରାଜ୍ୟରେ ହୋଇପାରେ ବର୍ଷା। ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। 

Advertisment

ଆଜି ଠାରୁ ଆସନ୍ତାକାଲି ସକାଳ ସାଢେ଼ ଆଠଟା ଯାଏ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ରାଜ୍ୟର ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାକୁ ଛାଡ଼ି ବାକି ସବୁ ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି।

ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ବର୍ଷା ହୋଇପାରେ। ତା ସହିତ ବିଜୁଳି ମାରିବାର ସମ୍ଭାବନା ରହିଛି। ସେହିପରି ଘଣ୍ଟା ପ୍ରତି ୩୦ ରୁ ୪୦ କିମି ବେଗରେ ଝଟକା ପବନ ହେବାର ସମ୍ଭାବନା ରହିଛି।

Advertisment

ସେହିପରି ଆସନ୍ତାକାଲି ସକାଳ ସାଢ଼େ ଆଠଟାରୁ ୯ ତାରିଖ ସକାଳ ସାଢ଼େ ଆଠଟା ଯାଏ ରାଜ୍ୟରେ ୪ ଜିଲ୍ଲା- ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର ଓ ସୋନପୁରକୁ ଛାଡ଼ି ଦେଲେ ବାକି ଜିଲ୍ଲାଗୁଡ଼ିକୁ ବର୍ଷା, ବଜ୍ରପାତ ସହ ଝଟକା ପବନ ନେଇ ସତର୍କ ସୂଚନା ଜାରି କରାଯାଇଛି।

ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ବର୍ଷା ହୋଇପାରେ। ତା ସହିତ ବିଜୁଳି ମାରିବାର ସମ୍ଭାବନା ରହିଛି। ସେହିପରି ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ଝଟକା ପବନ ହେବାର ସମ୍ଭାବନା ରହିଛି। 

ବାକି ୨୨ଟି ଜିଲ୍ଲାର କିଛି ସ୍ଥାନରେ ବର୍ଷା ଓ ବଜ୍ରପାତ ସହ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ଝଟକା ପବନ ହେବାର ସମ୍ଭାବନା ରହିଛି। 

୯ ତାରିଖ ସକାଳ ସାଢ଼େ ଆଠଟାରୁ ୧୦ ତାରିଖ ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ ବର୍ଷା ଓ ବଜ୍ରପାତ ନେଇ ୪ ଜିଲ୍ଲା - କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ କିଛି କିଛି ସ୍ଥାନରେ ବର୍ଷା ଓ ବଜ୍ରପାତ ସହ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ଝଟକା ପବନ ହେବାର ସମ୍ଭାବନା ରହିଛି।