/odisha-reporter/media/post_attachments/uploads/2021/06/raja.jpg)
Raja Festival
ଭୁବନେଶ୍ୱର (ଓଡିଶା ରିପୋର୍ଟର): ଆଜି ପହିଲି ରଜ l ଓଡ଼ିଆ ପରିବାରର ବଡ଼ ପର୍ବ ରଜ ହୋଇଥିଲେ ବି ଏଥର ସେତେଟା ଚଳଚଞ୍ଚଳ ନାହିଁ ଗାଁ ଗଣ୍ଡା l କୋଭିଡ କଟକଣା ପାଇଁ ଫିକା ପଡଛି ଗଣପର୍ବ l ଦେଖିବାକୁ ମିଳୁନି ପୂର୍ବ ପରି ଉତ୍ସାହ ଉଦ୍ଦୀପନା l
Advertisment
ତଥାପି ପରିବାର ଭିତରେ ରଜ ପିଠା, ରଜ ପାନ ତିଆରି କରି ଲୋକେ ପର୍ବ ପାଳନ କରୁଛନ୍ତି l କୁଆଁରୀ ଝିଅମାନେ ରଙ୍ଗ, ଅଳତା, ମେହେନ୍ଦୀ ଲଗେଇବା ସହ ରଜକୁ କୋଭିଡ କଟକଣା ଭିତରେ ପାଳିବାକୁ ଉଦ୍ୟମ ଜାରି ରଖିଛନ୍ତି l ଦୋଳି ଖେଳ ସାଙ୍ଗକୁ ଘର ପିଣ୍ଡାରେ ତାସ, ଲୁଡୁର ଆସର ଜମାଇବାକୁ ପ୍ରସ୍ତୁତ ହେଉଛନ୍ତି ଝିଅମାନେl
ଗାଁଠୁ ସହର ସବୁଠି ପିଠାପଣାର ମହକ l କରୋନା କଟକଣା ପାଇଁ ସାମୁହିକ ରଜ ପର୍ବର ଆୟୋଜନ ହେଉନଥିଲେ ମଧ୍ୟ ଘରେ ରହି ରଜ ପାଳନ କରୁଛନ୍ତି ଲୋକେ l
Advertisment
ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ମଧ୍ୟ ରଜ ପାଇଁ ସଜବାଜ ଆରମ୍ଭ ହୋଇଛି l କୁନି କୁନି ପିଲା ପାଦରେ ଅଳତା, ମୁହଁରେ କୁଙ୍କୁମ ଲଗେଇ ନୂଆ ଡ୍ରେସ ପିନ୍ଧି ସଜ ହୋଇଛନ୍ତି l
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
