Advertisment

କୋଭିଡ୍‌ କଟକଣା ପାଇଁ ଫିକା ପଡ଼ିଛି ରଜ, ତଥାପି ସବୁଠି ପିଠାର ମହକ

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଆଜି ପହିଲି ରଜ l ଓଡ଼ିଆ ପରିବାରର ବଡ଼ ପର୍ବ ରଜ ହୋଇଥିଲେ ବି ଏଥର ସେତେଟା ଚଳଚଞ୍ଚଳ ନାହିଁ ଗାଁ ଗଣ୍ଡା l କୋଭିଡ କଟକଣା ପାଇଁ ଫିକା ପଡଛି ଗଣପର୍ବ l ଦେଖିବାକୁ ମିଳୁନି ପୂର୍ବ ପରି ଉତ୍ସାହ ଉଦ୍ଦୀପନା l ତଥାପି ପରିବାର ଭିତରେ ରଜ ପିଠା, ରଜ ପାନ ତିଆରି କରି ଲୋକେ ପର୍ବ ପାଳନ କରୁଛନ୍ତି l କୁଆଁରୀ ଝିଅମାନେ ରଙ୍ଗ, ଅଳତା, ମେହେନ୍ଦୀ ଲଗେଇବା […]

ଅଦ୍ୟତନ ହୋଇଛି
କୋଭିଡ୍‌ କଟକଣା ପାଇଁ ଫିକା ପଡ଼ିଛି ରଜ, ତଥାପି ସବୁଠି ପିଠାର ମହକ

Raja Festival

Advertisment

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଆଜି ପହିଲି ରଜ l ଓଡ଼ିଆ ପରିବାରର ବଡ଼ ପର୍ବ ରଜ ହୋଇଥିଲେ ବି ଏଥର ସେତେଟା ଚଳଚଞ୍ଚଳ ନାହିଁ ଗାଁ ଗଣ୍ଡା l କୋଭିଡ କଟକଣା ପାଇଁ ଫିକା ପଡଛି ଗଣପର୍ବ l ଦେଖିବାକୁ ମିଳୁନି ପୂର୍ବ ପରି ଉତ୍ସାହ ଉଦ୍ଦୀପନା l

Advertisment

ତଥାପି ପରିବାର ଭିତରେ ରଜ ପିଠା, ରଜ ପାନ ତିଆରି କରି ଲୋକେ ପର୍ବ ପାଳନ କରୁଛନ୍ତି l କୁଆଁରୀ ଝିଅମାନେ ରଙ୍ଗ, ଅଳତା, ମେହେନ୍ଦୀ ଲଗେଇବା ସହ ରଜକୁ କୋଭିଡ କଟକଣା ଭିତରେ ପାଳିବାକୁ ଉଦ୍ୟମ ଜାରି ରଖିଛନ୍ତି l ଦୋଳି ଖେଳ ସାଙ୍ଗକୁ ଘର ପିଣ୍ଡାରେ ତାସ, ଲୁଡୁର ଆସର ଜମାଇବାକୁ  ପ୍ରସ୍ତୁତ ହେଉଛନ୍ତି ଝିଅମାନେl

ଗାଁଠୁ ସହର ସବୁଠି ପିଠାପଣାର ମହକ l କରୋନା କଟକଣା ପାଇଁ ସାମୁହିକ ରଜ ପର୍ବର ଆୟୋଜନ ହେଉନଥିଲେ ମଧ୍ୟ ଘରେ ରହି ରଜ ପାଳନ କରୁଛନ୍ତି ଲୋକେ l

Advertisment

ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ମଧ୍ୟ ରଜ ପାଇଁ ସଜବାଜ ଆରମ୍ଭ ହୋଇଛି l କୁନି କୁନି ପିଲା ପାଦରେ ଅଳତା, ମୁହଁରେ କୁଙ୍କୁମ ଲଗେଇ ନୂଆ ଡ୍ରେସ ପିନ୍ଧି ସଜ ହୋଇଛନ୍ତି l 

Raja Festival
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe