ଜଗା ଆଗରେ ଜୀବନ ଗଲା | Odisha Reporter
Advertisment
ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଅଘଟଣ ଘଟିଯାଇଛି। ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଥିବା ଖବର ଆସିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ରାଜସ୍ଥାନର ଅମ୍ବାଲାଲ। ଅମ୍ବାଲାଲ ନିଜ ପରିବାର ସହ ସ୍ନାନ ପୂର୍ଣ୍ଣିମା ଦେଖିବାକୁ ଆସିଥିଲେ। ସ୍ନାନ ମଣ୍ଡପ ସମ୍ମୁଖରେ ତାଙ୍କ ମୁଣ୍ଡ ବୁଲାଇବାରୁ ସେ ହଠାତ୍ ତଳେ ପଡ଼ି ଯାଇଥିଲେ। ଅମ୍ବାଲାଲଙ୍କୁ ପୁଲିସ ଉଠାଇ ପ୍ରାରମ୍ଭିକ ଚିକିତ୍ସା ପ୍ରଦାନ କରିଥିଲା। ଏପରିକି ସିପିଆର୍ ବି ଦିଆଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us