Advertisment

ଅସହାୟଙ୍କ ଦେବଦୂତ ସାଜିଛନ୍ତି ରାଜେଶ

ନୂଆପଡ଼ା(ମାୟାଧର ସରାଫ୍): କରୋନା ପାଇଁ ସାରା ଦେଶରେ ୨୧ ଦିନ ଲକ୍‌ଡାଉନ୍‌ ହୋଇଛି। ଦୋକାନ ବଜାର ସହ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି। ଏହି ସମୟରେ ଅସହାୟ, ଦିବ୍ୟାଙ୍ଗ ଓ ମାନସିକ ବିକୃତଙ୍କ ପାଇଁ ଦେବଦୂତ ସାଜିଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଲାଲସାହେବପଡ଼ାର ରାଜେଶ କୁମାର ପୋଢ। ରାଜେଶ ପ୍ରତିଦିନ ଘର ଘର ବୁଲି ଓ ହୋଟେଲକୁ ଯାଇ କିଛି ବଳକା ଖାଦ୍ୟ ଯୋଗାଡ଼ କରି ଦିବ୍ୟାଙ୍ଗମାନଙ୍କୁ  ଦିନକୁ ଦୁଇ ଓଳି ଖାଇବାକୁ ଦେଉଥିଲେ।  ହେଲେ ଏବେ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ଅସହାୟଙ୍କ ଦେବଦୂତ ସାଜିଛନ୍ତି ରାଜେଶ

nuapada

ନୂଆପଡ଼ା(ମାୟାଧର ସରାଫ୍): କରୋନା ପାଇଁ ସାରା ଦେଶରେ ୨୧ ଦିନ ଲକ୍‌ଡାଉନ୍‌ ହୋଇଛି। ଦୋକାନ ବଜାର ସହ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି। ଏହି ସମୟରେ ଅସହାୟ, ଦିବ୍ୟାଙ୍ଗ ଓ ମାନସିକ ବିକୃତଙ୍କ ପାଇଁ ଦେବଦୂତ ସାଜିଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଲାଲସାହେବପଡ଼ାର ରାଜେଶ କୁମାର ପୋଢ।

Advertisment

ରାଜେଶ ପ୍ରତିଦିନ ଘର ଘର ବୁଲି ଓ ହୋଟେଲକୁ ଯାଇ କିଛି ବଳକା ଖାଦ୍ୟ ଯୋଗାଡ଼ କରି ଦିବ୍ୟାଙ୍ଗମାନଙ୍କୁ  ଦିନକୁ ଦୁଇ ଓଳି ଖାଇବାକୁ ଦେଉଥିଲେ।  ହେଲେ ଏବେ ଲକ୍‌ଡାଉନ୍‌ ହେବା ଦ୍ୱାରା  ଲୋକେ ଘରୁ ବାହାରୁ ନଥିବା ବେଳେ ହୋଟେଲ ସବୁ ବନ୍ଦ  ହୋଇଯାଇଛି। ଫଳରେ ସେ ଆଉ  ବଳକା ଖାଦ୍ୟ ସଂଗ୍ରହ କରିପାରୁ ନାହାନ୍ତି।

ଏଥିରେ କିନ୍ତୁ ସେ ହାର ନମାନି ନିଜ ଘରେ ଖାଦ୍ୟ ପ୍ରସ୍ତୁତ କରି ୨୦ରୁ ୨୫ ଜଣ ଅସହାୟ ଦିବ୍ୟାଙ୍ଗ ଓ ମାନସିକ ବିକୃତଙ୍କ ଘରକୁ ଯାଇ, ରାସ୍ତାରେ ଖୋଜି ଖୋଜି ଦି ଓଳି ଖାଇବାକୁ ଦେଉଛନ୍ତି। ଲକ୍‌ଡାଉନ୍ ବେଳେ ଦୁଇ ମୁଠା ଭାତ ପାଇ ଲୋକେ ବି ଖୁସୀ ଅନୁଭବ କରୁଛନ୍ତି।

Advertisment

ଏନେଇ  ରାଜେଶ କୁମାର ପୋଢ଼ କହିଛନ୍ତି,“ଲକ୍‌ଡାଉନ୍ ଯୋଗୁ ଲୋକେ ବହୁ ହଇରାଣ ହେଉଛନ୍ତି। ମୁଁ ଆଉ ମୋ ସ୍ତ୍ରୀ ମିଶି ରୋଷେଇ କରି ଲୋକଙ୍କୁ ଖାଦ୍ୟ ଦେଉଛୁ। ”