Advertisment

ରାଜ୍ୟ କଂଗ୍ରେସକୁ ସଜାଡିବାକୁ ପିସିସି ସଭାପତିଙ୍କ ପ୍ରୟାସ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ସଜାଡିବାକୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରୟାସ ଆରମ୍ଭ କରିଛନ୍ତି। ଆସନ୍ତା ୨୧ ତାରିଖରେ ପ୍ରସାଦ ସମନ୍ୱୟ କମିଟି ବୈଠକ ଡ଼ାକିଛନ୍ତି। କେଉଁ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ ସେ ନେଇ କିଛି ସ୍ପଷ୍ଟ କରାଯାଇନାହିଁ। ତେବେ ବହୁଦିନ ପରେ ଓଲ୍‌ଡ ଏଜ୍ ହୋମ୍ ସୈନିକଙ୍କୁ ଡ଼କାଯାଇଥିବା ବରିଷ୍ଠ ନେତା ଲୁଲୁ ମହାପାତ୍ର  କହିଛନ୍ତି। ଖୋଲା ମଞ୍ଚରେ ପ୍ରସାଦ-ଭକ୍ତ କଥା କଟାକଟି। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ବେନାମୀ ଚିଠି, ଲୁଲୁ ସେନା […]

ରାଜ୍ୟ କଂଗ୍ରେସକୁ ସଜାଡିବାକୁ ପିସିସି ସଭାପତିଙ୍କ ପ୍ରୟାସ

split-in-Odisha-Congress

Advertisment

ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ସଜାଡିବାକୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରୟାସ ଆରମ୍ଭ କରିଛନ୍ତି। ଆସନ୍ତା ୨୧ ତାରିଖରେ ପ୍ରସାଦ ସମନ୍ୱୟ କମିଟି ବୈଠକ ଡ଼ାକିଛନ୍ତି। କେଉଁ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ ସେ ନେଇ କିଛି ସ୍ପଷ୍ଟ କରାଯାଇନାହିଁ। ତେବେ ବହୁଦିନ ପରେ ଓଲ୍‌ଡ ଏଜ୍ ହୋମ୍ ସୈନିକଙ୍କୁ ଡ଼କାଯାଇଥିବା ବରିଷ୍ଠ ନେତା ଲୁଲୁ ମହାପାତ୍ର  କହିଛନ୍ତି।

Advertisment

ଖୋଲା ମଞ୍ଚରେ ପ୍ରସାଦ-ଭକ୍ତ କଥା କଟାକଟି। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ବେନାମୀ ଚିଠି, ଲୁଲୁ ସେନା ଗଠନ, ବିଭିନ୍ନ ସମୟରେ ନେତାଙ୍କ ବିବାଦୀୟ ବୟାନ୍। ଏସବୁ କଂଗ୍ରେସ ନେତାଙ୍କ ମଧ୍ୟରେ ଥିବା ତୁ ତୁ ମେଁ ମେଁକୁ ପଦାରେ ପକାଉଛି। ଏଭଳି ସ୍ଥିତିରେ ପ୍ରସାଦ ପୁଣି ନିଜ ପୁରୁଣା ମନ୍ତ୍ର, ‘ମୁଁ ନୁହେଁ ଆମେ’ ଉପରେ ଭରସା ଦେଖାଇଛନ୍ତି। ଆସନ୍ତା ରବିବାର ପିସିସି ସମନ୍ୱୟ କମିଟି ବୈଠକ ଡାକାଇଛନ୍ତି। ତେବେ ବୈଠକ ସମ୍ପର୍କରେ ପ୍ରସାଦ ମୁହଁ ଖୋଲି ନ ଥିବା ବେଳେ ରାହୁଲ ଗାନ୍ଧି ଓଡ଼ିଶା ଆସିବେ ବୋଲି କହିଛନ୍ତି।

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଙ୍ଗଠନକୁ  ମଜଭୁତ କରିବା, ରାହୁଲ ଗାନ୍ଧିଙ୍କ ଗସ୍ତ, ଦଳିତ ଓ ଆଦିବାସୀଙ୍କ ଆନ୍ଦୋଳନ ଓ ଚାଷୀ ସମସ୍ୟା ଆଦି ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ନେଇ ବୈଠକରେ ଆଲୋଚନା ହେବ। ତା’ଛଡା ଗୋଷ୍ଠୀ କନ୍ଦଳ ଦୂର କରି ନେତାଙ୍କ ମଧ୍ୟରେ ସମନ୍ନୟ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇପାରେ।

Advertisment

ସେପଟେ ବିଳମ୍ୱରେ ହେଲେ ମଧ୍ୟ ସମନ୍ୱୟ କମିଟି ବୈଠକ ଡକାଯାଇଥିବାରୁ ବରିଷ୍ଠ ନେତା ଲୁଲୁ ମହାପାତ୍ର ସ୍ୱାଗତ କରିଛନ୍ତି। ବହୁଦିନ ପରେ ଓଲ୍‌ଡ ଏଜ୍‌ ହୋମ୍ ସୈନିକମାନଙ୍କୁ ଡକାଯାଇଛି ବୋଲି ସେ କହିଛନ୍ତି। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ସମନ୍ୱୟ କମିଟିର ଅର୍ଥ ନୁହେଁ ସମନ୍ୱୟ ଅଭାବ ହେଲେ ଡକାଯାଇଥାଏ। ଦଳକୁ ସୁଦୂର ପ୍ରସାରୀ କରିବାକୁ, ନିର୍ବାଚନ କୌଶଳ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର ନେଇ ଆଲୋଚନା କରାଯାଇଥାଏ।

ସେହିପରି ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନକୁ ମଜଭୂତ କରିବାକୁ ରାହୁଲ୍, ବିଭିନ୍ନ ରାଜ୍ୟର ୩୦ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିଛନ୍ତି। ପୂରୀ ଜିଲ୍ଲା ସଭାପତି ଉମାବଲ୍ଲଭ ରଥ ଏଥିରେ ଯୋଗଦେଇ ସଂଗଠନ ଉପରେ ମତ ରଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe