ରାଜ୍ୟକୁ ବିଳମ୍ବରେ ଆସିପାରେ ମୌସୁମୀ

ଭୁବନେଶ୍ୱର: ରାଜ୍ୟକୁ ବିଳମ୍ବରେ ମୌସୁମୀ ଆସିପାରେ। ଆସନ୍ତା ଜୁନ ୯ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି। ଏହାପରେ ଦ୍ୱିତୀୟ ସପ୍ତାହ ଶେଷରେ ମୌସୁମୀ ଓଡ଼ିଶା ପହଞ୍ଚିବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ଓଡ଼ିଶା ଓ ଉତ୍ତର ମଧ୍ୟପ୍ରଦେଶର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ଏବେ ରାଜ୍ୟରେ ବର୍ଷା ହେଉଛି। ରାଜସ୍ଥାନରୁ ଓଡ଼ିଶା ପର୍ଯ୍ୟନ୍ତ ଏକ ଟ୍ରାପ ଲାଇନ ରହିଥିବା […]

rain fall

Rakesh Mallick
  • Published: Tuesday, 07 June 2016
  • , Updated: 07 June 2016, 10:59 PM IST

ଭୁବନେଶ୍ୱର: ରାଜ୍ୟକୁ ବିଳମ୍ବରେ ମୌସୁମୀ ଆସିପାରେ। ଆସନ୍ତା ଜୁନ ୯ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି। ଏହାପରେ ଦ୍ୱିତୀୟ ସପ୍ତାହ ଶେଷରେ ମୌସୁମୀ ଓଡ଼ିଶା ପହଞ୍ଚିବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଦକ୍ଷିଣ ଓଡ଼ିଶା ଓ ଉତ୍ତର ମଧ୍ୟପ୍ରଦେଶର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ଏବେ ରାଜ୍ୟରେ ବର୍ଷା ହେଉଛି। ରାଜସ୍ଥାନରୁ ଓଡ଼ିଶା ପର୍ଯ୍ୟନ୍ତ ଏକ ଟ୍ରାପ ଲାଇନ ରହିଥିବା ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏଥିପାଇଁ ଦିନରେ ଖରା ଓ ଅପରାହ୍ନରେ ବର୍ଷା ହେଉଛି। ଆରବ ସାଗରରେ ପଶ୍ଚିମା ପବନ ବୋହୁ ଥିବରୁ ଆସନ୍ତା ୯ ତାରିଖ ପରେ ଉତ୍ତାପ ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ ବିଭାଗ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି।

Related story