Advertisment

ରାଜ୍ୟ ପାଇଁ ସଫଳତା ଆଣିଥିବା ୩ ଓଡ଼ିଆଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ

ଖୋର୍ଦ୍ଧା: ନାଇଜର ଲୋକାର୍ପଣ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇ ରାଜ୍ୟ ପାଇଁ ଗୌରବ ଆଣିଥିବା ତିନି ଜଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନିତ କରିଛନ୍ତି। ଏମାନେ ହେଲେ ମ୍ୟାଲେରିଆ କ୍ଷେତ୍ରରେ ସଫଳତା ହାସଲ କରିଥିବା ଆଶାକର୍ମୀ ଯମୁନା ମଣି ସଂହ, ଗୁଗୁଲ ସାଇନସ୍ ଫେୟାରରେ ପୁରସ୍କୃତ ଲଳିତା ପର୍ସିଦା ଏବଂ ସ୍କିଲ୍ ପ୍ରତିଯୋଗିତାରେ ଟପ୍ପର ହୋଇଥିବା ଶ୍ରୀକାନ୍ତ ସାହୁ। ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଚର୍ଚ୍ଚା ପରିସରକୁ ଆସିଥିଲେ ବାଲେଶ୍ୱର […]

ଅଦ୍ୟତନ ହୋଇଛି
ରାଜ୍ୟ ପାଇଁ ସଫଳତା ଆଣିଥିବା ୩ ଓଡ଼ିଆଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ

jamuna-srikanta-lalita

Advertisment

ଖୋର୍ଦ୍ଧା: ନାଇଜର ଲୋକାର୍ପଣ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇ ରାଜ୍ୟ ପାଇଁ ଗୌରବ ଆଣିଥିବା ତିନି ଜଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନିତ କରିଛନ୍ତି। ଏମାନେ ହେଲେ ମ୍ୟାଲେରିଆ କ୍ଷେତ୍ରରେ ସଫଳତା ହାସଲ କରିଥିବା ଆଶାକର୍ମୀ ଯମୁନା ମଣି ସଂହ, ଗୁଗୁଲ ସାଇନସ୍ ଫେୟାରରେ ପୁରସ୍କୃତ ଲଳିତା ପର୍ସିଦା ଏବଂ ସ୍କିଲ୍ ପ୍ରତିଯୋଗିତାରେ ଟପ୍ପର ହୋଇଥିବା ଶ୍ରୀକାନ୍ତ ସାହୁ।

Advertisment

ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଚର୍ଚ୍ଚା ପରିସରକୁ ଆସିଥିଲେ ବାଲେଶ୍ୱର ନୀଳଗିରିର ଆଶାକର୍ମୀ ଯମୁନା ମଣି ସିଂହ। ଆଜି ପ୍ରଧାନମନ୍ତ୍ରୀ ତାଙ୍କୁ ସମ୍ମାନିତ କରିଥିଲେ। ପୂର୍ବରୁ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ମୋଦି ଯମୁନାଙ୍କୁ ପ୍ରଶଂସା କରିଥିଲେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ଯମୁନା ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ନାଇଜର ପକ୍ଷରୁ ସମ୍ମାନିତ କରାଯାଇଛି।

ସେହିପରି ଆମେରିକାର କାଲିଫର୍ଣ୍ଣିଆରେ ଅନୁଷ୍ଠିତ ଗୁଗୁଲ ସାଇନସ୍ ଫେୟାରରେ ପୁରସ୍କୃତ କୋରାପୁଟ ଦାମନଯୋଡ଼ିର ଝିଅ ଲଳିତା ପର୍ସିଦାଙ୍କୁ ମଧ୍ୟ ମୋଦି ଏହି ଅବସରରେ ସମ୍ମାନିତ କରିଛନ୍ତି। ମକାର ଅବଶିଷ୍ଠାଂଶ ବ୍ୟବହାର କରି ସେ ଜୈବ ଜଳ ବିଷୋଧକ ଉଦ୍ଦଭାବନ କରିଥିଲେ। ଏଥିପାଇଁ ତାଙ୍କୁ ସମ୍ମାନିତ କରାଯାଇଛି।

Advertisment

କାନପୁରରେ ଅନୁଷ୍ଠିତ ନ୍ୟାଶନାଲ ସ୍କିଲ୍ ପ୍ରତିଯୋଗିତାରେ ଟପ୍ପର ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିବା ନବରଙ୍ଗପୁରର ଶ୍ରୀକାନ୍ତ ସାହୁଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା।

ଅନ୍ୟ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ଏହି ତିନି ଜଣଙ୍କୁ ମୋଦି ପୁରସ୍କୃତ କରିବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe