/odisha-reporter/media/post_attachments/uploads/2016/06/odraf.jpg)
odraf
ଭୁବନେଶ୍ୱର: ଚଳିତବର୍ଷ ସ୍ୱାଭାବିକଠାରୁ ଅଧିକ ମୌସୁମୀ ବର୍ଷା ହେବାର ସମ୍ଭାବନା ଥିବାରୁ ବନ୍ୟା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତବର୍ଷ ଅଧିକ ୧୦ଟି ଓଡ୍ରାଫ୍ ୟୁନିଟ ଗଠନ କରିବାକୁ ଯୋଜନା କରାଯାଇଛି। ଏଥିସହିତ ବନ୍ୟା ତଥା ବାତ୍ୟାର ମୁକାବିଲା ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ବୈଠକରେ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତି ହୋଇଛି। ବିପର୍ଯ୍ୟୟ ସମୟରେ ଖାଦ୍ୟ କେଉଁଠି ଗଚ୍ଛିତ ରଖାଯିବ, କିଭଳି ଭିଏଚ୍ଏଫ୍ ସେଟ୍ ଓ ଓୟାରଲେସ୍ ଗୁଡ଼ିକ ଠିକ୍ କାର୍ଯ୍ୟ କରିବ, କେଉଁ ସ୍ଥାନରେ ଶୁଖିଲା ଖାଦ୍ୟ ମହଜୁଦ୍ କରାଯିବ, କେଉଁ ସ୍ଥାନରେ ବୋଟ୍ ରଖାଯିବ ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନା କରାଯିବା ସହ ଜିଲ୍ଲାଗୁଡିକୁ ୧୦ ଦିନ ମଧ୍ୟରେ ଚୂଡାନ୍ତ ରିପୋର୍ଟ ଦେବାକୁ ସ୍ପେଶାଲ ରିଲିଫ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।
ସେ କହିଛନ୍ତି, “ସମସ୍ତ ୩୦ଟା ଜିଲ୍ଲାକୁ ମୌସୁମୀ ପ୍ରସ୍ତୁତି ଆରମ୍ଭ କରିଦେବାକୁ କୁହାଯାଇଛି। ଯେଉଁ ଜିଲ୍ଲା କିଛି ସମସ୍ୟା ରହିଛି ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।”
ରାଜ୍ୟ ଅଗ୍ନିଶମ ବିଭାଗର ୨୯୨ଟି ଅଗ୍ନିଶମ କେନ୍ଦ୍ରକୁ ୨୪ ଘଣ୍ଟା ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ସେହିଭଳି ନୂତନ ତଥା ଆଧୁନିକ ଯନ୍ତ୍ରପାତି ଆଣିବା ପାଇଁ ମଧ୍ୟ ଯୋଜନା କରାଯାଉଛି।
ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି, “ବର୍ତ୍ତମାନ ଓଡ଼ିଶାରେ ୧୦ଟି ଓଡ୍ରାଫ ଟିମ୍ ରହିଛନ୍ତି। ଆଉ ୧୦ଟି ନୂଆ ୟୁନିଟ୍ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ୧୦ଟି ନୂଆ ୟୁନିଟ୍ ହୋଇଗଲେ ପ୍ରାୟ ସବୁ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ୍ୱ କରାଯାଇପାରିବ।
ଭୁବନେଶ୍ୱରରେ ଅନୁଷ୍ଠିତ ଏହି ପ୍ରାକ୍ ପ୍ରସ୍ତୁତି ବୈଠକରେ ସମସ୍ତ ଜିଲ୍ଲାର ଏଡିଏମଙ୍କ ସମେତ ଓଡ୍ରାଫ, ଫାୟାର ବିଗ୍ରେଡ୍ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
