Advertisment

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି। ବିଧାନସଭା ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ସୁବାସ ସିଂ କଟକ ମେୟର ହେବା ପରେ ସେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ଏହି କାରଣରୁ ଗୋଟିଏ ଆସନ ଖାଲି ପଡ଼ିଛି। ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିବା ବେଳେ ଏହା ଜୁନ ୨ ତାରିଖ ଯାଏ ଚାଲିବ। ୩ ତାରିଖରେ ଯାଞ୍ଚ ହେବ।  ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ  ଆବଶ୍ୟକ ପଡ଼ିଲେ […]

ଅଦ୍ୟତନ ହୋଇଛି
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

Rajya Sabha

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି। ବିଧାନସଭା ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ସୁବାସ ସିଂ କଟକ ମେୟର ହେବା ପରେ ସେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ଏହି କାରଣରୁ ଗୋଟିଏ ଆସନ ଖାଲି ପଡ଼ିଛି। ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିବା ବେଳେ ଏହା ଜୁନ ୨ ତାରିଖ ଯାଏ ଚାଲିବ। ୩ ତାରିଖରେ ଯାଞ୍ଚ ହେବ।  ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ  ଆବଶ୍ୟକ ପଡ଼ିଲେ ୧୩ ତାରିଖରେ ଭୋଟିଂ ହେବ।

Advertisment

ଏହା ପୂର୍ବରୁ ୩ଟି ରାଜ୍ୟସଭା ଆସନରେ ଭୋଟ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ବେଳେ ଆସନ୍ତା ୩୧ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। ସଂଖ୍ୟା ଗଣିତ ଦୃଷ୍ଟିରୁ ଏହି ସମସ୍ତ ୩ଟି ଆସନ ଶାସକ ବିଜେଡି ଖାତାକୁ ଯିବା ଏକରକମ ନିଶ୍ଚିତ ହୋଇଥିବାବେଳେ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବଶୀଘ୍ର ଏନେଇ ସରପ୍ରାଇଜ୍ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ପୂର୍ବ ନିର୍ବାଚନରେ ମହିଳାଙ୍କୁ ଅଗ୍ରାଧିକାର ଦେଉଥିବା ବିଜେଡି ଏଥର ମଧ୍ୟ ଏକାଧିକ ମହିଳାଙ୍କୁ ରାଜ୍ୟସଭା ପଠାଇବ ବୋଲି ବିଧାୟିକା ଉଷା ଦେବୀ କହିଥିଲେ। ଆଇଏଏସ୍ ଅଫିସର ସୁଜାତା କାର୍ତ୍ତିକେୟନ, ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଓ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ଭଳି ଉଚ୍ଚଶିକ୍ଷିତା ମହିଳାଙ୍କୁ ଦଳ ରାଜ୍ୟସଭାକୁ ପଠାଇବାକୁ ବିଚାରବିମର୍ଶ କରୁଥିବା ଜଣାପଡ଼ିଛି।

Advertisment

.

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe