Advertisment

ରାଜ୍ୟର ୧୭ ଖଣିରୁ ମଳିଛି ୮୦୦ କୋଟି ରାଜସ୍ୱ

ଭୁବନେଶ୍ୱର: ରାଜ୍ୟରେ ଖୋଲିବାକୁ ଥିବା ୨୯ ଖଣିରୁ ୧୭ଟି ଖଣିର ଲିଜଧାରୀ ରାଜ୍ୟ ସରକାରଙ୍କ ସହ ଅତିରିକ୍ତ ଲିଜଡିଡ୍ କରିଛନ୍ତି। ଫଳରେ ପାଖାପାଖି ୮୦୦ କୋଟି ଟଙ୍କ।ର ରାଜସ୍ୱ ରାଜ୍ୟ ତହବିଲକୁ ଆସିଛି। ଗତ ଆର୍ଥିକ ବର୍ଷରେ ଖଣି ରାଜସ୍ୱ ପ୍ରାୟ ୨୧ ପ୍ରତିଶତ କମିଥିଲା। ଏବେ ନଜର ବାକି ୧୨ଟି ଖଣିର ଲିଜଧାରୀ କେବେ ଅତିରିକ୍ତ ଲିଜଡିଡ୍ କରିବେ। ଏଥିରୁ ଏବେସୁଦ୍ଧା ୧୭ଟି ଖଣିର ଲିଜଧାରୀ ରାଜ୍ୟ ସରକାରଙ୍କ ସହ ଅତିରିକ୍ତ ଲିଜଡିଡ୍ କରିଛନ୍ତି। ଏଥିରେ […]

ଅଦ୍ୟତନ ହୋଇଛି
ରାଜ୍ୟର ୧୭ ଖଣିରୁ ମଳିଛି ୮୦୦ କୋଟି ରାଜସ୍ୱ

odisha_ban_coal_mining

Advertisment

ଭୁବନେଶ୍ୱର: ରାଜ୍ୟରେ ଖୋଲିବାକୁ ଥିବା ୨୯ ଖଣିରୁ ୧୭ଟି ଖଣିର ଲିଜଧାରୀ ରାଜ୍ୟ ସରକାରଙ୍କ ସହ ଅତିରିକ୍ତ ଲିଜଡିଡ୍ କରିଛନ୍ତି। ଫଳରେ ପାଖାପାଖି ୮୦୦ କୋଟି ଟଙ୍କ।ର ରାଜସ୍ୱ ରାଜ୍ୟ ତହବିଲକୁ ଆସିଛି। ଗତ ଆର୍ଥିକ ବର୍ଷରେ ଖଣି ରାଜସ୍ୱ ପ୍ରାୟ ୨୧ ପ୍ରତିଶତ କମିଥିଲା। ଏବେ ନଜର ବାକି ୧୨ଟି ଖଣିର ଲିଜଧାରୀ କେବେ ଅତିରିକ୍ତ ଲିଜଡିଡ୍ କରିବେ। ଏଥିରୁ ଏବେସୁଦ୍ଧା ୧୭ଟି ଖଣିର ଲିଜଧାରୀ ରାଜ୍ୟ ସରକାରଙ୍କ ସହ ଅତିରିକ୍ତ ଲିଜଡିଡ୍ କରିଛନ୍ତି। ଏଥିରେ କେଜେଏସ ଆହ୍ଲୁୱାଲିଆ, କେଏନ୍ ରାମ ଆଣ୍ଡ କୋ, କେପି ଏଣ୍ଟରପ୍ରାଇଜର୍ସ ଓ ଟାଟାଷ୍ଟିଲ୍ ଭଳି ବଡ଼ ଲିଜଧାରୀ ଅଛନ୍ତି। ଫଳରେ ପାଖାପାଖି ୮୦୦ କୋଟି ଟଙ୍କ।ର ରାଜସ୍ୱ ରାଜ୍ୟ ତହବିଲ୍କୁ ଆସିଛି। ଯାହା ରାଜ୍ୟ ସରକାରଙ୍କ ପାଇଁ ଆଶ୍ୱସ୍ତି ଆଣିଛି। ଗତ ଆର୍ଥିକ ବର୍ଷରେ ଖଣି ରାଜସ୍ୱ ପ୍ରାୟ ୨୧ ପ୍ରତିଶତ କମିଥିବାରୁ  ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଯାଇଥିଲା। ଆହୁରି ୧୨ଟି ଖଣିର ଲିଜଧାରୀ ଏଯାଏଁ ଅତିରିକ୍ତ ଲିଜଡିଡ୍ କରିନାହାଁନ୍ତି। ଏମାନଙ୍କ ଭିତରେ ଅଛନ୍ତି, ମେସ୍କୋ, ଆର୍ଯ୍ୟନ ମାଇନିଂ ଏବଂ ଓଡ଼ିଶା ମାଙ୍ଗ।ନିଜ୍ ମିନେରାଲ୍ସ ଭଳି ଖଣି ସଂସ୍ଥା।

Advertisment

ଅନ୍ୟପକ୍ଷରେ ଶାହା କମିଶନ ଓ ସିଇସି ଏସବୁ ଖଣି ବାବଦରେ ଜଙ୍ଗଲ ପରିବେଶ ଆଇନ ଓ ରୁଲ୍-୩୭ ଉଲ୍ଲଂଘନ ଭଳି ବେଶ ନକାରାତ୍ମକ ଟିପ୍ପଣୀ ଦେଇଥିଲେ। ସିଇସି ରିପୋର୍ଟରେ ଜଙ୍ଗଲ ଆଇନ ଉଲ୍ଲଂଘନ କରିଥିବା ଖଣି ତାଲିକାରେ ଥିଲେ କେଜେଏସ ଆହ୍ଲୁୱାଲିଆ, କେପି ଏଣ୍ଟରପ୍ରାଇଜେସ୍ ଓ ଟାଟା ଭଳି ଖଣି ଲିଜଧାରୀ। ସେହିଭଳି ରୁଲ୍-୩୭ ଉଲ୍ଲଂଘନ ତାଲିକାରେ ଥିଲା ଆହ୍ଲୁୱାଲିଆ ଏବଂ ରୁଙ୍ଗଟା ଖଣି ବାବଦରେ ଶାହା କମିଶନ ଓ ସିଇସି ରିପୋର୍ଟରେ ପ୍ରତିକୂଳ ମନ୍ତବ୍ୟ ଥିଲା। ଏହାପରେ ବି ଏସବୁ ଖଣି ଖୋଲିବାକୁ ରାଜ୍ୟ ସରକାର ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ତେବେ ଉଭୟ ରିପୋର୍ଟ ବାବଦରେ ସୁପ୍ରିମକୋର୍ଟ ଯାହା ଚୂଡ଼ାନ୍ତ ରାୟ ଦେବେ ତାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜ୍ୟ ସରକାର ସର୍ତ୍ତ ରଖିଛନ୍ତି। ସିଇସି ରିପୋର୍ଟ ଆଧାରରେ ରାଜ୍ୟରେ ଖଣି ବନ୍ଦ ଥିଲା, ଆଉ ନୂଆ ଏମ୍ଏମ୍ଡିଆର୍ ଆଇନ ଅନୁସାରେ ରାଜ୍ୟ ସରକାର ଖଣି ଖୋଲିବାକୁ ପଦକ୍ଷେପ ନେଲେ।

ତେବେ ବନ୍ଦ ଖଣି ଖୋଲିବା ବାବଦରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନେଇ ପୂର୍ବରୁ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ଅଭିଯୋଗ କରିଥିଲେ ଯେ, ନିୟମ ଉଲ୍ଲଂଘନ କରିଥିବା କିଛି ଲିଜଧାରୀଙ୍କ ପାଇଁ ସରକାର ବାଟ ଫିଟାଉଛନ୍ତି। ଜବାବରେ ଖଣିମନ୍ତ୍ରୀ କହିଥିଲେ, ଉଭୟ ରିପୋର୍ଟ ବାବଦରେ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଅନୁଯାୟୀ ହିଁ ରାଜ୍ୟରେ ଖଣିର ଭାଗ୍ୟ ଚୂଡ଼ାନ୍ତ ହେବ। ଏନେଇ ଲିଜଡିଡ୍ ବେଳେ ସର୍ତ୍ତ ରଖାଯାଇଛି।

Advertisment

ଅନ୍ୟପକ୍ଷରେ ଜଙ୍ଗଲ ଓ ପରିବେଶ ଆଇନ ଉଲ୍ଲଂଘନ, ରୁଲ୍-୩୭ ଉଲ୍ଲଂଘନ ଓ ଅତ୍ୟଧିକ ମାଇନିଂ ଭଳି ପ୍ରସଙ୍ଗରେ ଦାଖଲ ହୋଇଥିବା ସିଇସି ରିପୋର୍ଟ ବାବଦରେ ସୁପ୍ରିମକୋର୍ଟରେ କଣ ଚୁଡାନ୍ତ ନିଷ୍ପତ୍ତି ହେଉଛି ଏବେ ତାକୁ ଅପେକ୍ଷା କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe