ଆସନ୍ତାକାଲି ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବିଜେଡିର ୪ରାଜ୍ୟସଭା ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ଦେଉନଥିବାରୁ ବିଜେଡିର ସମସ୍ତ ପ୍ରାର୍ଥୀଙ୍କ ଜିତିବା ପ୍ରାୟ ଏକପ୍ରକାର ନିଶ୍ଚିତ ହୋଇଛି। ସଂଖ୍ୟା ନଥିବାରୁ କଂଗ୍ରେସ ଓ ସିପିଏମ ଏହି ନିର୍ବାଚନରେ ଭୋଟ୍ ଦାନରୁ ବିରତ ରହିବେ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି। ବିଜେପି ଯଦିବି ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ଦିଏ ଅବା ଭୋଟଗ୍ରହଣରେ ସାମିଲ ହୁଏ ତଥାପି ବିଜେଡି ନିଜର ପ୍ରଥମ ପସନ୍ଦର […]

political

political

Tapas Behera
  • Published: Tuesday, 10 March 2020
  • Updated: 11 March 2020, 11:14 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବିଜେଡିର ୪ରାଜ୍ୟସଭା ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ଦେଉନଥିବାରୁ ବିଜେଡିର ସମସ୍ତ ପ୍ରାର୍ଥୀଙ୍କ ଜିତିବା ପ୍ରାୟ ଏକପ୍ରକାର ନିଶ୍ଚିତ ହୋଇଛି। ସଂଖ୍ୟା ନଥିବାରୁ କଂଗ୍ରେସ ଓ ସିପିଏମ ଏହି ନିର୍ବାଚନରେ ଭୋଟ୍ ଦାନରୁ ବିରତ ରହିବେ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି। ବିଜେପି ଯଦିବି ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ଦିଏ ଅବା ଭୋଟଗ୍ରହଣରେ ସାମିଲ ହୁଏ ତଥାପି ବିଜେଡି ନିଜର ପ୍ରଥମ ପସନ୍ଦର ଭୋଟ ମାଧ୍ୟମରେ ଦଳର ସମସ୍ତ ୪ ପ୍ରାର୍ଥୀଙ୍କୁ ଜିିତାଇବାରେ ସକ୍ଷମ ହେବ। ବିଜେଡିକୁ ଅନ୍ୟ କୌଣସି ଦଳ ବା ସ୍ୱାଧୀନ ବିଧାୟକଙ୍କ ସହଯୋଗ ନେବାର ଆବଶ୍ୟକତା ପଡ଼ିବ ନାହିଁ।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ସମସ୍ତ ୪ଜଣ ପ୍ରାର୍ଥୀ ଆସନ୍ତାକାଲି ବିଧାନସଭା ସଚିବାଳୟ ପରିସରରେ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ। ବିଜେଡି ପ୍ରାର୍ଥୀ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍ କୁମାର ଓ ମମତା ମହାନ୍ତ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଧାୟକ ଓ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ। ଏଥିପାଇଁ ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି। ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପିର ୨୩ଜଣ ବିଧାୟକ ଥିବା ସତ୍ତ୍ୱେ ଚଳିତଥର ନିଜର ପ୍ରାର୍ଥୀ ଦେବ ନାହିଁ ବୋଲି ଦଳ ପକ୍ଷରୁ ସଙ୍କେତ ଦିଆଯାଇଛି। ସେହିପରି କଂଗ୍ରେସର ୯ଜଣ ବିଧାୟକ ଥିବାରୁ ଦଳ ଭୋଟ୍ ଦାନରେ ସାମିଲ ହେବ ନାହିଁ। ସିପିଏମ ମଧ୍ୟ ଭୋଟଦାନରୁ ବିରତ ରହିବ। ବିଧାନସଭାରେ ସିପିଏମର ଜଣେ ବିଧାୟକ ଅଛନ୍ତି।

ତେବେ କୌଣସି ଦଳ ପ୍ରାର୍ଥୀ ଦେଉନଥିବାରୁ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟଗ୍ରହଣର ଆବଶ୍ୟକତା ପଡ଼ିବାର ସମ୍ଭାବନା କ୍ଷୀଣ। ବିଜେଡିର ସମସ୍ତ ୪ଜଣ ପ୍ରାର୍ଥୀ ନିଦ୍ୱନ୍ଦ୍ୱରେ ବିଜୟୀ ହେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି।

ଯଦି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଓଡ଼ିଶାରେ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନିଆଯାଏ, ତଥାପି ବିଜେଡିର ୪ଜଣ ପ୍ରାର୍ଥୀ ଜିତିବା ସୁନିଶ୍ଚିତ। କାରଣ ସଂଖ୍ୟାଦୃଷ୍ଟିରୁ ୧୪୭ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ଓ ସିପିଏମ୍ ବିଧାୟକଙ୍କୁ ବାଦ୍ ଦେଲେ ୧୩୭ଜଣ ବିଧାୟକ ଅଛନ୍ତି ତଥା ଏଥିରେ ବିଜେଡିର ୧୧୩ , ବିଜେପିର ୨୩ ଓ ଜଣେ ସ୍ୱାଧୀନ ବିଧାୟକ ସାମିଲ ଅଛନ୍ତି। ତେଣୁ ନିର୍ବାଚନ ହେଲେ ଭୋଟଦାନରେ ୧୩୭ଜଣ ବିଧାୟକ ସାମିଲ ହେବେ ଓ ରାଜ୍ୟସଭା ନିର୍ବାଚନ ଗଣିତ ଅନୁସାରେ ପ୍ରତ୍ୟେକ ପ୍ରାର୍ଥୀଙ୍କ ବିଜୟ ନିମନ୍ତେ ୨୭.୪୧ ବା ୨୮ଟି ଭୋଟ୍ ଦରକାର ହେବ। ୪ଜଣ ପ୍ରାର୍ଥୀଙ୍କ ଜିତିବା ପାଇଁ ବିଜେଡିକୁ ୧୧୨ଜଣ ବିଧାୟକଙ୍କ ସମର୍ଥନ ଦରକାର ଥିବାବେଳେ ଦଳର ନିଜସ୍ୱ ୧୧୩ ବିଧାୟକ ଅଛନ୍ତି। ଅବଶ୍ୟ ବିଜେପି ଚଳିତ ନିର୍ବାଚନରେ ପ୍ରାର୍ଥୀ ଦେବା ସମ୍ଭାବନା କ୍ଷୀଣ। ତେଣୁ ବିଜେଡିର ସମସ୍ତ ପ୍ରାର୍ଥୀ ନିଦ୍ୱନ୍ଦ୍ୱରେ ଜିତିବା ଏକପ୍ରକାର ନିଶ୍ଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story