Advertisment

‘ସୁରତ ଆସ, ଆତିଥେୟତା କ’ଣ ଆମେ ଶିଖାଇବୁ’

ବ୍ରହ୍ମପୁର(ଜଗନ୍ନାଥ ସାହୁ): ‘ମୁଖ୍ୟମନ୍ତ୍ରୀଙ୍କ ହୋମ୍‌ ଟାଉନ୍‌ରେ ସର୍କିଟ ହାଉସ ନାହିଁ। ଆଇବିରେ ବିଜୁଳି ନାହିଁ କି ପାଣି ନାହିଁ। ଏ କି ପ୍ରକାର ଆତିଥେୟତା? ଥରେ ଗୁଜରାଟର ସୁରତ ଆସନ୍ତୁ। ଆତିଥେୟତା କାହାକୁ କୁହାଯାଏ ଆମେ ଶିଖାଇବୁ। ଆମର ସର୍କିଟ ହାଉସ ବି କୌଣସି ଫାଇଭ ଷ୍ଟାର ହୋଟେଲ୍‌ଠୁ କମ୍‌ ନୁହେଁ।’ ଓଡ଼ିଶା ଗସ୍ତରେ ଆସି ଗଞ୍ଜାମ ଜିଲ୍ଲା ଆସିକା ଯାଇଥିବା କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଭି. ଜାର୍ଦ୍ଦୋଷ ଏପରି ଭାବେ ନିଜ ଅସନ୍ତୋଷ […]

ଅଦ୍ୟତନ ହୋଇଛି
‘ସୁରତ ଆସ, ଆତିଥେୟତା କ’ଣ ଆମେ ଶିଖାଇବୁ’

minister

Advertisment

ବ୍ରହ୍ମପୁର(ଜଗନ୍ନାଥ ସାହୁ): ‘ମୁଖ୍ୟମନ୍ତ୍ରୀଙ୍କ ହୋମ୍‌ ଟାଉନ୍‌ରେ ସର୍କିଟ ହାଉସ ନାହିଁ। ଆଇବିରେ ବିଜୁଳି ନାହିଁ କି ପାଣି ନାହିଁ। ଏ କି ପ୍ରକାର ଆତିଥେୟତା? ଥରେ ଗୁଜରାଟର ସୁରତ ଆସନ୍ତୁ। ଆତିଥେୟତା କାହାକୁ କୁହାଯାଏ ଆମେ ଶିଖାଇବୁ। ଆମର ସର୍କିଟ ହାଉସ ବି କୌଣସି ଫାଇଭ ଷ୍ଟାର ହୋଟେଲ୍‌ଠୁ କମ୍‌ ନୁହେଁ।’ ଓଡ଼ିଶା ଗସ୍ତରେ ଆସି ଗଞ୍ଜାମଜିଲ୍ଲା ଆସିକା ଯାଇଥିବା କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଭି. ଜାର୍ଦ୍ଦୋଷ ଏପରି ଭାବେ ନିଜ ଅସନ୍ତୋଷ ରାଜ୍ୟ ସରକାରଙ୍କ ଉପରେ ଝାଡ଼ିଛନ୍ତି। ଏପରିକି ଜିଲ୍ଲାପାଳଙ୍କୁ ଡାକିଥିବା ବେଳେ ସେ ଆସି ନ ଥିବା କହି କ୍ଷୁବ୍ଧ ହୋଇଛନ୍ତି ରେଳ ରାଷ୍ଟ୍ର ମନ୍ତ୍ରୀ।

Advertisment

ବୁଧବାର ରେଳ ରାଷ୍ଟ୍ରମନ୍ତ୍ରୀ ଆସିକା ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ୧୬ ନମ୍ବର ୱାର୍ଡକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହକୁ ଦେଖିଥିଲେ। ଏହାପରେ ଟାଉନ୍ ହଲଠାରେ ଦଳୀୟ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କର୍ମୀଙ୍କୁ ଅବଗତ କରିଥିଲେ। ତେବେ କେନ୍ଦ୍ରର ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ଅନ୍ୟ ନାଁ ଦେଇ ଲୋକଙ୍କୁ ଭ୍ରମିତ କରୁଥିବା କହି ସେ ଏହାକୁ ତୀବ୍ର ସମାଲୋଚନା କରିଥିଲେ।

ରେଳ ରାଷ୍ଟ୍ର ମନ୍ତ୍ରୀଙ୍କ ଏହି ଗସ୍ତ ବେଳେ ଗଞ୍ଜାମ ଜିଲ୍ଲାପାଳଙ୍କ ଦେଖା ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ଦର୍ଶନା ଭି. ଜାର୍ଦ୍ଦୋଷ। ତା’ସହ ହିଞ୍ଜିଳି ଆଇବିରେ ପାଣି କି ବିଦ୍ୟୁତ୍‌ ନ ଥିବାରୁ ନିଜ ସନ୍ତୋଷ ଝାଡ଼ି ଇଏ କି ଅତିଥି ସତ୍କାର ବୋଲି ପ୍ରଶ୍ନ କରିଥିଲେ।

Advertisment

ରେଳ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଭି. ଜାର୍ଦ୍ଦୋଷ କହିଛନ୍ତି, ଅମୃତ ମହୋତ୍ସବ ଅବସରରେ ବହୁ ଜନକଲ୍ୟାଣକାରୀ ଯୋଜନା ଲାଗୁ ହୋଇଛି। ଏହି ଅବସରରେ ହିଞ୍ଜିଳିକାଟୁ ବିଧାନସଭା ଆସିଥିଲି। ହିଞ୍ଜିଳିକାଟୁରେ କାର୍ଯ୍ୟକ୍ରମ କଲି। କେନ୍ଦ୍ରର ବହୁ ଯୋଜନା ଏଠାରେ ରାଜ୍ୟ ସରକାରଙ୍କ ନାଁରେ ଚାଲିଛି। ମୋ କାର୍ଯ୍ୟକ୍ରମକୁ ଜିଲ୍ଲାପାଳଙ୍କୁ ଆସିବାକୁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ସେ ଆସି ନ ଥିଲେ। ଜଣେ ଅଧିକାରୀ ଆସି ଜନକଲ୍ୟାଣ ଯୋଜନା ଉଲ୍ଲେଖ ଥିବା ଏକ କାଗଜ ଧରାଇଦେଲେ। ତାହା କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବା ବେଳେ ରାଜ୍ୟ ସରକାର ଲାଗୁ କରୁଥିବା ସ୍ପଷ୍ଟ ହୋଇଛି। ସବୁ ଜନକଲ୍ୟାଣ କାର୍ଯ୍ୟ ଲାଗୁ କରିବାକୁ ରାଜ୍ୟ ସରକାରଙ୍କ ସହଯୋଗ ଦରକାର।

ଏଥିସହ ସେ କହିଛନ୍ତି, ବିଜୁଳିରେ ଆପଣ ବଳକା ରାଜ୍ୟ। ରେଳରେ ପୂରା ଦେଶରେ ସବୁଠୁ ଅଧିକ ରାଜସ୍ୱ ଓଡ଼ିଶାରୁ ମିଳୁଛି। କିନ୍ତୁ ଏଠାରେ ଭିତ୍ତିଭୂମି ଦୁର୍ବଳ ତଥା ପାସେଞ୍ଜରଙ୍କ ପାଇଁ ସର୍ବନିମ୍ନ ସୁବିଧା ବି ନାହିଁ।

ଏଥିସହ ସେ କହିଛନ୍ତି, ମୁଁ ରେଳମନ୍ତ୍ରୀ ଓ ଟେକ୍ସଟାଇଲ ମନ୍ତ୍ରୀ। ଏଠାରେ ସବୁଠୁ ବଡ଼ ଟେକ୍ସଟାଇଲ କମ୍ପାନୀକୁ ବନ୍ଦ କରାଯାଇଛି। ରାଜ୍ୟ ସରକାର ଆବଶ୍ୟକ ମୁତାବକ ଅନୁଦାନ ଦେଉ ନାହାନ୍ତି। ତେଣୁ ଓଡ଼ିଶାର ଲକ୍ଷ ଲକ୍ଷ ଯୁବବର୍ଗ ସୁରତମୁହାଁ ହେଉଛନ୍ତି।

ଅପରପକ୍ଷେ, ଏନେଇ ପୂର୍ତ୍ତ ବିଭାଗ ଏକଜିକ୍ୟୁଟିଭ ଇଞ୍ଜିନିୟର ବଙ୍କିମ ପଣ୍ଡା କହିଛନ୍ତି, ମନ୍ତ୍ରୀ ଆସିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ପୂର୍ବରୁ କିଛି ସୂଚନା ଦିଆଯାଇ ନ ଥିଲା। ମନ୍ତ୍ରୀଙ୍କ ପାଇଁ ପୁରୁଷୋତ୍ତମପୁର ଆଇବି ବୁକ୍‌ ହୋଇଥିଲା। କିନ୍ତୁ ସେ ହିଞ୍ଜିଳିକାଟୁ ଆଇବି ଯାଇଥିବା ବେଳେ ସେଠାରେ ମରାମତି କାମ ଚାଲିଛି। ତେଣୁ ସେଠାରେ ପାଣି ଲାଇନ୍‌ ବନ୍ଦ ଅଛି।

ରେଳ ରାଷ୍ଟ୍ର ମନ୍ତ୍ରୀଙ୍କ ଏହି ସାଙ୍ଗଠନିକ କାର୍ଯ୍ୟକ୍ରମରେ  ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ବିଜେପି ନେତ୍ରୀ ଅନୀତା ଶୁଭଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ। ତେବେ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Political News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe