ଅପ୍‌ସରାଙ୍କୁ ପ୍ରଶଂସା ଆଳରେ ‘ଓଡ଼ିଶା’କୁ ନୀଚ ଦେଖାଇଲେ ରାମୁ, ମିଳିଲା କଡ଼ା ଜବାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଆ ହିରୋଇନ୍‌ଙ୍କୁ ପ୍ରଶଂସା ଆଳରେ ଓଡ଼ିଶାକୁ ନିଚ୍ଚ ଦେଖାଇଲେ ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା। ତାଙ୍କ ଆଗାମୀ ଫିଲ୍ମରେ ଜଣେ ଓଡ଼ିଆ ଝିଅଙ୍କୁ ସୁଯୋଗ ଦେଇ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ସତ, ହେଲେ ଓଡ଼ିଶାର ପରିଚୟକୁ ନେଇ ଆକ୍ଷେପମୂଳକ ମନ୍ତବ୍ୟ ରଖିଛନ୍ତି। ଏନେଇ ରାମଗୋପାଲ ବର୍ମା କରିଥିବା ଟ୍ୱିଟ୍‌କୁ ନେଇ ଝଡ଼ ସୃଷ୍ଟି ହୋଇଛି। ଓଡ଼ିଶାକୁ ନିଚ୍ଚ ଦେଖାଇ ଅପମାନିତ କରିବାକୁ ହୀନ ପ୍ରୟାସ କରିଥିବା ରାମ ଗୋପାଲ ବର୍ମାଙ୍କୁ […]

6590

6590

Tapas Behera
  • Published: Wednesday, 08 July 2020
  • Updated: 08 July 2020, 06:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଆ ହିରୋଇନ୍‌ଙ୍କୁ ପ୍ରଶଂସା ଆଳରେ ଓଡ଼ିଶାକୁ ନିଚ୍ଚ ଦେଖାଇଲେ ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା। ତାଙ୍କ ଆଗାମୀ ଫିଲ୍ମରେ ଜଣେ ଓଡ଼ିଆ ଝିଅଙ୍କୁ ସୁଯୋଗ ଦେଇ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ସତ, ହେଲେ ଓଡ଼ିଶାର ପରିଚୟକୁ ନେଇ ଆକ୍ଷେପମୂଳକ ମନ୍ତବ୍ୟ ରଖିଛନ୍ତି। ଏନେଇ ରାମଗୋପାଲ ବର୍ମା କରିଥିବା ଟ୍ୱିଟ୍‌କୁ ନେଇ ଝଡ଼ ସୃଷ୍ଟି ହୋଇଛି। ଓଡ଼ିଶାକୁ ନିଚ୍ଚ ଦେଖାଇ ଅପମାନିତ କରିବାକୁ ହୀନ ପ୍ରୟାସ କରିଥିବା ରାମ ଗୋପାଲ ବର୍ମାଙ୍କୁ ମିଳିଛି କଡ଼ା ଜବାବ। ତାଙ୍କ ଟ୍ୱିଟ୍‌ରେ ଅନେକ ଓଡ଼ିଆ ରି-ଟ୍ୱିଟ୍‌ କରି ନିଜର କ୍ଷୋଭ ପ୍ରକାଶ କରିବା ଏହା ପରେ ଭୁଲ୍‌ ସୁଧାରିଛନ୍ତି ରାମ ଗୋପାଲ।

https://twitter.com/RGVzoomin/status/1280018857332219905?s=20

ଉଲ୍ଲେଖଯୋଗ୍ୟ ଯେ, ନିର୍ଦ୍ଦେଶକ ଓ ପ୍ରଯୋଜକ ରାମ ଗୋପାଳ ବର୍ମା ଏକ ନୂଆ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଏ ଫିଲ୍ମର ନାଁ ରଖିଛନ୍ତି ‘ଥ୍ରୀଲର୍‌’। ଏହି ଫିଲ୍ମରେ ସେ ଓଡ଼ିଶାର ଅପ୍‌ସରା ରାଣୀଙ୍କୁ ସୁଯୋଗ ଦେଇଛନ୍ତି। ଆଉ ରାମ ଗୋପାଳ ବର୍ମାଙ୍କ ଏହି ନୂଆ ହିରୋଇନ୍ ଅପ୍‌ସରା ଏବେ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟି ଯାଇଛନ୍ତି। ତାଙ୍କ ଫଟୋ ଖୁବ୍ ଭାଇରାଲ୍‌ ହେଉଛି। ରାମ ଗୋପାଲ ବର୍ମା ମଧ୍ୟ ଅପ୍‌ସରାଙ୍କ ଉପରେ ବେଶ୍ ଫିଦା ଓ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ,“ ଅପ୍‌ସରାଙ୍କୁ ଭେଟିବା ପୂର୍ବରୁ ୧୯୯୯ରେ ହରିକେନ ପରେ ମୁଁ ଓରିଶା(Orissa) ବିଷୟରେ ସେତେଟା କିଛି ଶୁଣି ନଥିଲି। ଏବେ ମୁଁ ତାଙ୍କୁ ଭେଟିବା ପରେ ଓରିଶା ଅନେକ ପ୍ରକାରର ‘ହରିକେନ୍‌’ ସୃଷ୍ଟି କରିପାରେ ବୋଲି ଅନୁଭବ ହେଲା। ଏବେ ଜଣାପଡ଼ିଲା ଓରିଶାରେ ବି ଏମିତି ଅପୂର୍ବ ସୁନ୍ଦରୀ ଥାଇପାରନ୍ତି”।

https://twitter.com/skmishra86/status/1280542073913921537?s=20

ତେବେ ତାଙ୍କର ଏହି ଟ୍ୱିଟ୍‌କୁ ନେଇ ଅନେକ ନାପସନ୍ଦ କରିଛନ୍ତି।

https://twitter.com/Pari_Choudhury/status/1280468587908456454?s=20

ଜଣେ ପ୍ରତିଭାକୁ ସୁଯୋଗ ଦେବା ଭଲ କଥା, ହେଲେ ଓଡ଼ିଶାର ବହୁ ମହନୀୟ ପ୍ରତିଭା ବିଷୟରେ ନଜାଣି ଏମିତି ମତ ରଖିବା ରାମଗୋପାଲ ବର୍ମା ନିଜ ଅଜ୍ଞତାର ପରିଚୟ ଦେଇଛନ୍ତି ବୋଲି ଅନେକ ଟ୍ୱିଟ୍‌ କରିଛନ୍ତି।

https://twitter.com/SuchenduK/status/1280522816643833856?s=20

ତେବେ ଅନେକ ଓଡ଼ିଆ ତାଙ୍କ ଟ୍ୱିଟ୍‌ରେ ପ୍ରତିକ୍ରିୟା ରଖିବା ପରେ ପରବର୍ତ୍ତୀ ଟ୍ୱିଟ୍‌ରେ ରାମଗୋପାଲ ବର୍ମା ନିଜ ଭୁଲ ସୁଧାରିଛନ୍ତି।

ଏଥର ସେ ଓରିଶା ବଦଳରେ ଓଡ଼ିଶା ଲେଖିଛନ୍ତି। ସେହିପରି ଓଡ଼ିଶାରେ ପ୍ରତିଭା ଭରପୂର ଅଛନ୍ତି ବୋଲି ସ୍ପଷ୍ଟୀକରଣ ରଖିଛନ୍ତି।

https://twitter.com/Lony47245731/status/1280789056981331969?s=20

 

ସେପଟେ ରାମଗୋପାଲଙ୍କ ଏମିତି ବିବାଦୀୟ ଟ୍ୱିଟ୍‌କୁ ନେଇ ନିଜେ ଅପ୍‌ସରା ରାଣୀ ମଧ୍ୟ ପ୍ରତିକ୍ରୀୟା ରଖିଛନ୍ତି।

https://twitter.com/Charudutta/status/1280663171121008640?s=20

‘ସାର୍‌, ଓଡ଼ିଶାରେ ମୋ’ଠାରୁ ଆହୁରି ବହୁତ ଭଲ ପ୍ରତିଭା ଅଛନ୍ତି। କିନ୍ତୁ ମୁଁ ଗୋଟେ ସୁଯୋଗ ପାଇଛି। ମୁଁ ଆଶା କରୁଛି ଦେଶର ବାକି ଭାଗ ଏହାକୁ ସ୍ୱୀକୃତି ଦେବ ଓ ଓଡ଼ିଶାର ପ୍ରତିଭାଙ୍କୁ ଗୁରୁତ୍ୱ ଦେବ।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos