Advertisment

ରମେଶଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ହେଉଛି ମେନ୍‌ ଭିଲେନ୍‌...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ସ୍ୱାଇଁ ହେଉଛି ମେନ୍‌ ଭିଲେନ୍‌…। ତାଙ୍କ ଜାଣତରେ ସବୁକିଛି ହେଉଥିଲା। ପ୍ରତିବାଦ କରିବାରୁ ସେ କହିଥିଲେ, ତୁମେ କିଏ ଏକଥା କହିବାକୁ। ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ପାଖରେ ହାଜର ବେଳେ ଆଜି ଏପରି ବୟାନ ଦେଇଛନ୍ତି ରମେଶ ସ୍ୱାଇଁଙ୍କ ସହାୟିକା। ରମେଶ ସ୍ୱାଇଁଙ୍କ ସହାୟିକା କହିଛନ୍ତି, ରମେଶ ପ୍ରତିଦିନ ନୂଆ ନୂଆ ମହିଳାଙ୍କୁ ଧରି ଘରକୁ ଆସୁଥିଲେ। ଦୁଇ ବର୍ଷ ତିନି ମାସ […]

author-image
Manoranjan Sial
ଅଦ୍ୟତନ ହୋଇଛି
ରମେଶଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ହେଉଛି ମେନ୍‌ ଭିଲେନ୍‌...

Ramesh-Swai

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ସ୍ୱାଇଁ ହେଉଛି ମେନ୍‌ ଭିଲେନ୍‌...। ତାଙ୍କ ଜାଣତରେ ସବୁକିଛି ହେଉଥିଲା। ପ୍ରତିବାଦ କରିବାରୁ ସେ କହିଥିଲେ, ତୁମେ କିଏ ଏକଥା କହିବାକୁ। ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ପାଖରେ ହାଜର ବେଳେ ଆଜି ଏପରି ବୟାନ ଦେଇଛନ୍ତି ରମେଶ ସ୍ୱାଇଁଙ୍କ ସହାୟିକା।

Advertisment

ରମେଶ ସ୍ୱାଇଁଙ୍କ ସହାୟିକା କହିଛନ୍ତି, ରମେଶ ପ୍ରତିଦିନ ନୂଆ ନୂଆ ମହିଳାଙ୍କୁ ଧରି ଘରକୁ ଆସୁଥିଲେ। ଦୁଇ ବର୍ଷ ତିନି ମାସ ଭିତରେ ୪ରୁ ୫ ଜଣ ମହିଳାଙ୍କୁ ଧରି ଆସିଥିଲେ। ମୁଁ ତାଙ୍କୁ ପଚାରିଲେ, ସେ(ରମେଶ) କୁହନ୍ତି ଆମର ଗେଷ୍ଟ। ତାଙ୍କ ଭିଣୋଇ ଗଣେଶ ଓ ଗାଡ଼ି ଚାଳକ ପପୁ ମଧ୍ୟ ସାଥୀରେ ରହୁଥିଲେ। ମୁଁ ବିରୋଧ କଲେ, ସେମାନେ କୁହାଯାଉଥିଲା- କାମ କରିବାକୁ ଆସିଛ, କାମ କର। ତୁମେ ଏଥିରେ ମୁଣ୍ଡ ପୂରାଅ ନାହିଁ।”

ସେ ଆହୁରି କହିଛନ୍ତି, “ମୁଁ ତାଙ୍କ ପାଖରେ ୨ ବର୍ଷ ୩ ମାସ କାମ କରିଛି। ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ। ଏହି ସମୟ ଭିତରେ ମୋତେ ମାତ୍ର ୩ ମାସର ଦରମା ମଳିଛି। ବାକି ଦରମା ମିଳିନାହିଁ। ଦରମା ମାଗିବାରୁ ରାତି ୧୧ଟାରେ ଧକ୍କା ମାରି ମୋତେ ଘରୁ ବାହାର କରି ଦିଆଯାଇଥିଲା। ମୋ’ ମୋବାଇଲରେ କିଛି ପ୍ରମାଣ ଥିବାରୁ ଭାଙ୍ଗି ଦେଇଥିଲେ। ତା’ପରେ ମୁଁ ସେଠାରୁ କାମ ଛାଡ଼ି ପଳାଇ ଆସିଥିଲି।”

Advertisment

ଡାକ୍ତର ରମେଶ ସ୍ୱାଇଁଙ୍କ ଘର କେନ୍ଦ୍ରାପଡ଼ାରେ। ସେ ୧୯୮୨ରେ ପ୍ରଥମ ବିବାହ କରିଥିଲା। ପ୍ରଥମ ପତ୍ନୀଙ୍କଠାରୁ ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ ଦ୍ୱିତୀୟ ବିବାହ କରିଥିଲା। ତାଙ୍କର ମଧ୍ୟ ଦୁଇ ପିଲା ଅଛନ୍ତି। ତା’ ପରେ ସେ ଆଉ ୧୮ ମହିଳାଙ୍କୁ ବିବାହ କରିଥିଲା। ମହିଳାଙ୍କୁ ପ୍ରେମ୍‌ ଜାଲରେ ଫସାଇବା ପାଇଁ ସେ ଡ୍ରାମା କରୁଥିଲା। କେତେବେଳେ ମିଛି ମିଛିକା କାନ୍ଦୁଥିଲା ତ ଆଉ କେତେ ଦେହ ଅସୁସ୍ଥ ରହିଛି ବୋଲି ଅଭିନୟ କରୁଥିଲା। ଯାହାକୁ ସହଜରେ ବିଶ୍ୱାସ କରିନେଉଥିଲେ ଅସହାୟ, ବିଧବା, ସ୍ୱାମୀ ପରିତ୍ୟକ୍ତା ମହିଳାମାନେ। ଆଉ ତା’ପରେ ସେମାନଙ୍କୁ ବିବାହ କରି ଅୟସ୍‌ କରୁଥିଲେ ରମେଶ।

ରମେଶ ଅଧିକାଂଶ ସମୟ ଗୌହାଟୀରେ ରହୁଥିଲା। ପରିଚୟ ବଦଳାଉଥିଲା। କେତେ ବେଳେ ବିଦୁପ୍ରସାଦ ତ ଆଉ କେତେବେଳେ ସେ ପାଲଟି ଯାଉଥିଲା ରମଣୀରଞ୍ଜନ। ୨୦୧୮ ମସିହାରେ ସେଣ୍ଟ୍ରାଲ୍‌ ଆର୍ମଡ ଫୋର୍ସରେ କାର୍ଯ୍ୟରତ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ତାଙ୍କଠାରୁ ୧୦ ଲକ୍ଷ ଠଙ୍କା ଠକି ନେଇଥିଲା। ସେହିପରି ଦିଲ୍ଲୀର ଜଣେ ମହିଳାଙ୍କୁ ବିବାହ କରି ଭୁବନେଶ୍ୱର ଆଣି ରଖିଥିଲା। ଏପରିକି ତାଙ୍କଠାରୁ ୧୩ ଲକ୍ଷ ରମେଶ ଚଳୁ କରିନେଇଥିଲା।