Ramesh-Swai
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ସ୍ୱାଇଁ ହେଉଛି ମେନ୍ ଭିଲେନ୍...। ତାଙ୍କ ଜାଣତରେ ସବୁକିଛି ହେଉଥିଲା। ପ୍ରତିବାଦ କରିବାରୁ ସେ କହିଥିଲେ, ତୁମେ କିଏ ଏକଥା କହିବାକୁ। ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ପାଖରେ ହାଜର ବେଳେ ଆଜି ଏପରି ବୟାନ ଦେଇଛନ୍ତି ରମେଶ ସ୍ୱାଇଁଙ୍କ ସହାୟିକା।
ରମେଶ ସ୍ୱାଇଁଙ୍କ ସହାୟିକା କହିଛନ୍ତି, ରମେଶ ପ୍ରତିଦିନ ନୂଆ ନୂଆ ମହିଳାଙ୍କୁ ଧରି ଘରକୁ ଆସୁଥିଲେ। ଦୁଇ ବର୍ଷ ତିନି ମାସ ଭିତରେ ୪ରୁ ୫ ଜଣ ମହିଳାଙ୍କୁ ଧରି ଆସିଥିଲେ। ମୁଁ ତାଙ୍କୁ ପଚାରିଲେ, ସେ(ରମେଶ) କୁହନ୍ତି ଆମର ଗେଷ୍ଟ। ତାଙ୍କ ଭିଣୋଇ ଗଣେଶ ଓ ଗାଡ଼ି ଚାଳକ ପପୁ ମଧ୍ୟ ସାଥୀରେ ରହୁଥିଲେ। ମୁଁ ବିରୋଧ କଲେ, ସେମାନେ କୁହାଯାଉଥିଲା- କାମ କରିବାକୁ ଆସିଛ, କାମ କର। ତୁମେ ଏଥିରେ ମୁଣ୍ଡ ପୂରାଅ ନାହିଁ।”
ସେ ଆହୁରି କହିଛନ୍ତି, “ମୁଁ ତାଙ୍କ ପାଖରେ ୨ ବର୍ଷ ୩ ମାସ କାମ କରିଛି। ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ। ଏହି ସମୟ ଭିତରେ ମୋତେ ମାତ୍ର ୩ ମାସର ଦରମା ମଳିଛି। ବାକି ଦରମା ମିଳିନାହିଁ। ଦରମା ମାଗିବାରୁ ରାତି ୧୧ଟାରେ ଧକ୍କା ମାରି ମୋତେ ଘରୁ ବାହାର କରି ଦିଆଯାଇଥିଲା। ମୋ’ ମୋବାଇଲରେ କିଛି ପ୍ରମାଣ ଥିବାରୁ ଭାଙ୍ଗି ଦେଇଥିଲେ। ତା’ପରେ ମୁଁ ସେଠାରୁ କାମ ଛାଡ଼ି ପଳାଇ ଆସିଥିଲି।”
ରମେଶ ଅଧିକାଂଶ ସମୟ ଗୌହାଟୀରେ ରହୁଥିଲା। ପରିଚୟ ବଦଳାଉଥିଲା। କେତେ ବେଳେ ବିଦୁପ୍ରସାଦ ତ ଆଉ କେତେବେଳେ ସେ ପାଲଟି ଯାଉଥିଲା ରମଣୀରଞ୍ଜନ। ୨୦୧୮ ମସିହାରେ ସେଣ୍ଟ୍ରାଲ୍ ଆର୍ମଡ ଫୋର୍ସରେ କାର୍ଯ୍ୟରତ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ତାଙ୍କଠାରୁ ୧୦ ଲକ୍ଷ ଠଙ୍କା ଠକି ନେଇଥିଲା। ସେହିପରି ଦିଲ୍ଲୀର ଜଣେ ମହିଳାଙ୍କୁ ବିବାହ କରି ଭୁବନେଶ୍ୱର ଆଣି ରଖିଥିଲା। ଏପରିକି ତାଙ୍କଠାରୁ ୧୩ ଲକ୍ଷ ରମେଶ ଚଳୁ କରିନେଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/Ramesh-Swai-3.jpg)