Advertisment

ପର୍ଯ୍ୟଟନ ଋତୁରେ ଚାଲ ବୁଲିଯିବା ରାମିଆଳ ଦଣ୍ଡାଧାର ଡ୍ୟାମ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଶୀତ ବଢିବା ସାଙ୍ଗକୁ ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ବଣଭୋଜିର ମଜା ନେବା ଲାଗି ଲୋକଙ୍କ ମଧ୍ୟରେ ବଢୁଛି ଆଗ୍ରହ। ଏମିତି ଏକ ପର୍ଯ୍ୟଟକ ସ୍ଥଳ ରହିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ରାମିଆଳ ଦଣ୍ଡାଧାର ଡ୍ୟାମ। ଦୁଇଟି ପାହାଡ଼ ମଝିରେ ବିସ୍ତିର୍ଣ୍ଣ ନୀଳ ଜଳରାଶି। ଶୀତୁଆ ସକାଳରେ ରାମିଆଳ ଦଣ୍ଡାଧାର ଡ୍ୟାମର ଏମିତି ପ୍ରକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟନଙ୍କୁ ଆକୃଷ୍ଟ କରୁଛି। ସେଥିପାଇଁ ପର୍ଯ୍ୟଟନ […]

author-image
Rakesh Mallick
ଅକ୍ଟୋବର ମାସରୁ ଖୋଲିବ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ

tourism

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଶୀତ ବଢିବା ସାଙ୍ଗକୁ ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ବଣଭୋଜିର ମଜା ନେବା ଲାଗି ଲୋକଙ୍କ ମଧ୍ୟରେ ବଢୁଛି ଆଗ୍ରହ। ଏମିତି ଏକ ପର୍ଯ୍ୟଟକ ସ୍ଥଳ ରହିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ରାମିଆଳ ଦଣ୍ଡାଧାର ଡ୍ୟାମ।

Advertisment

ଦୁଇଟି ପାହାଡ଼ ମଝିରେ ବିସ୍ତିର୍ଣ୍ଣ ନୀଳ ଜଳରାଶି। ଶୀତୁଆ ସକାଳରେ ରାମିଆଳ ଦଣ୍ଡାଧାର ଡ୍ୟାମର ଏମିତି ପ୍ରକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟନଙ୍କୁ ଆକୃଷ୍ଟ କରୁଛି। ସେଥିପାଇଁ ପର୍ଯ୍ୟଟନ ଋତୁରେ ଏଠାକୁ ଲୋକଙ୍କ ସୁଅ ଛୁଟିଥାଏ। ପର୍ଯ୍ୟଟକମାନେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସାଙ୍ଗକୁ ଘର ଲୋକଙ୍କ ସାଙ୍ଗରେ ବଣଭୋଜି କରି ସମୟ ଅତିବାହିତ କରୁଛନ୍ତି।

tourismଶୀତଦିନରେ ଏଠାରେ ଜିଲ୍ଲା ତଥା ବାହାର ଜିଲ୍ଲାର ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଏହାକୁ ନଜରରେ ରଖି ପାନୀୟ ଜଳ, ପାର୍କ, ପକ୍କା ରାସ୍ତା ନିର୍ମାଣ କଲେ ଅଧିକ ପର୍ଯ୍ୟଟକ ଏଥିପ୍ରତି ଆକର୍ଷିତ ହୋଇପାରନ୍ତେ ବୋଲି ମତପ୍ରକାଶ ପାଇଛି।

Advertisment

କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସାହୁ କୁହନ୍ତି, “ଆଗାମୀ ଦିନରେ ଡ୍ୟାମରେ ବୋଟିଂ ସାଙ୍ଗକୁ ପର୍ଯ୍ୟଟକଙ୍କ ରହଣୀ ଲାଗି ପିଣ୍ଡି ନିର୍ମାଣ ଲାଗି ପ୍ରସ୍ତାବ ରହିଛି।”