/odisha-reporter/media/post_attachments/uploads/2015/05/jj.jpg)
jj
ଭୁବନେଶ୍ୱର: ଗତକାଲିଠାରୁ ଜଗତସିଂହପୁର ଜିଲ୍ଲା ରଘୁନାଥପୁରର ଖରିପଡ଼ିଆରୁ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡ଼ି ରାତିରେ ରାମକୁମାରପୁରଠାରେ ରାତିରେ ବିଶ୍ରାମ ନେଇଥିଲେ। ଆଜି ସକାଳୁ ପୁଣି ଥରେ ଦିବ୍ୟଦାରୁଙ୍କ ଶଗଡ଼ି ପୁଣି ଥରେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଦାରୁଙ୍କ ଦର୍ଶନ ପାଇଁ ରାମକୁମାରପୁରଠାରେ ବିପୁଳ ଜନସମାଗମ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଲୋକ ରାସ୍ତା ସଫା କରି ଝୋଟି ପକାଇ, ଦୀପ ଜାଳି ମହାପ୍ରଭୁଙ୍କ ଦାରୁକୁ ସ୍ୱାଗତ କରୁଛନ୍ତି। ଘଣ୍ଟଘଣ୍ଟା, ହରିବୋଲ, ହୁଳୁହୁଳି ଧ୍ବନୀରେ ପୂରା ପରିବେଶ ପ୍ରକମ୍ପିତ ହେଉଛି। ଦିନ ୧୨ଟା ସୁଦ୍ଧା ଦାରୁ କନ୍ଦରପୁରରେ ପହଞ୍ଚିବେ। ସନ୍ଧ୍ୟାରେ ଦାରୁ ବିଦ୍ୟାଧରପୁରରେ ପହଞ୍ଚିବେ ଓ ସେଠାରେ ରାତିରେ ବିଶ୍ରାମ ନେବେ ବୋଲି କୁହାଯାଇଛି।
ଗତକାଲି ଅପରାହ୍ନ ପ୍ରାୟ ୩ଟା ୪୫ରେ ଖରିପଡ଼ିଆଠାରୁ ଯାତ୍ରା ଆରମ୍ଭ କରିଥିଲେ ଦାରୁ ଶଗଡ଼ି। କଟକ-ପାରାଦୀପ ମୁଖ୍ୟ ରାସ୍ତାରେ ପହଞ୍ଚିଲା ବେଳକୁ ରାତି ପ୍ରାୟ ସାଢ଼େ ଆଠଟା ହୋଇଯାଇଥିଲା। କଟକ-ପାରାଦୀପ ରାସ୍ତା ପୂରା ଲୋକାରଣ୍ୟ ହୋଇଯାଇଥିଲା। ରଘୁନାଥପୁରରୁ ରାମକୁମାରପୁର ପର୍ଯ୍ୟନ୍ତ ରାଜପଥରେ ଝୋଟି, ମୁରୁଜ ଆଦି ପକାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
