Advertisment

ରଣପୁର ଏନଏସି ନିର୍ବାଚନ: ୮ଟାରୁ ଗଣତି

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ନବଗଠିତ ରଣପୁର ଏନଏସି ପାଇଁ ମଙ୍ଗଳବାର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ହେବ ଭୋଟ ଗଣତି। ସକାଳ ୮ଟାରୁ ଗଣତି ଆରମ୍ଭ କରାଯିବ । ଏହି ନିର୍ବାଚନରେ ୮୦.୦୧ ପ୍ରତିଶତ ଭୋଟିଂ ହୋଇଛି। ମଙ୍ଗଳବାର ସକାଳ ୮ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଥିଲା। ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇଥିଲା । ଏହି ଏନଏସିରେ ୧୫ଟି ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ମୋଟ ୫୫ ଜଣ ପ୍ରାର୍ଥୀ ହୋଇଛନ୍ତି। ଏଥିରୁ […]

author-image
Rakesh Mallick
ରଣପୁର ଏନଏସି ନିର୍ବାଚନରେ ବିଜେଡିର ବାଜିମାତ୍; ୧୫ୱାର୍ଡରୁ ୧୩ଟିରେ ବିଜୟୀ

voterranpur

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ନବଗଠିତ ରଣପୁର ଏନଏସି ପାଇଁ ମଙ୍ଗଳବାର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ହେବ ଭୋଟ ଗଣତି। ସକାଳ ୮ଟାରୁ ଗଣତି ଆରମ୍ଭ କରାଯିବ ।
ଏହି ନିର୍ବାଚନରେ ୮୦.୦୧ ପ୍ରତିଶତ ଭୋଟିଂ ହୋଇଛି। ମଙ୍ଗଳବାର ସକାଳ ୮ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଥିଲା। ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇଥିଲା ।
ଏହି ଏନଏସିରେ ୧୫ଟି ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ମୋଟ ୫୫ ଜଣ ପ୍ରାର୍ଥୀ ହୋଇଛନ୍ତି। ଏଥିରୁ ଉଭୟ ବିଜେଡି ଓ ବିଜେପିର୧୫ ଜଣ ଲେଖାଏଁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ଛିଡ଼ା କରିଛି ୧୪ ଜଣଙ୍କୁ। ଗତକାଲି ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୯,୯୬୯ ଜଣ ଭୋଟର୍।
ନବଗଠିତ ରଣପୁର ଏନଏସି ପାଇଁ ଏପ୍ରିଲ ୭ରେ ନିର୍ବାଚନ ହେବାର ଥିଲା। କିନ୍ତୁ ସଂରକ୍ଷଣ ଜନିତ ତ୍ରୁଟି ଯୋଗୁ ଏହାକୁ ମେ’ ୫କୁ ଘୁଞ୍ଚାଇ ଦିଆଯାଇଥିଲା। ଏହି ନିର୍ବାଚନ ପାଇଁ ଗତ ରବିବାର ପ୍ରଚାର କାର୍ଯ୍ୟ ଶେଷ ହୋଇଥିଲା।

Advertisment