ବ୍ରହ୍ମପୁର: ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ କଲେଜରେ ସିନିୟର ଛାତ୍ରମାନେ ଜୁନିୟର ଡାକ୍ତରୀ ଛାତ୍ରଙ୍କୁ ରାଗିଂ କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ କଲେଜ ଆଗରେ ଜୁନିୟର ଡାକ୍ତରୀ ଛାତ୍ରମାନେ ଗତକାଲି ରାତିରୁ ଧାରଣାରେ ବସିଛନ୍ତି। ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ରମାନେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏହାସହ କିଛି ଛାତ୍ରଙ୍କୁ ସିନିୟର ଛାତ୍ରମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଧାରଣାରେ ବସିଥିବା ଜଣେ ଛାତ୍ର କହିଛନ୍ତି,“ପ୍ରଥମ ବର୍ଷ ଶେଷ ହେବା ପରେ ଆମକୁ ସିନିୟରମାନେ ରହୁଥିବା ହଷ୍ଟେଲକୁ ସିଫ୍ଟ କରଯାଇଥିଲା। ସେଠାରେ ସିନିୟରମାନେ ଆମକୁ ରାଗିଂ କରୁଛନ୍ତି। ସିନିୟରମାନେ ଆମକୁ ଚୁଟିକାଟିବାକୁ ବାଧ୍ୟ କରୁଛନ୍ତି। ଜୋରଜବରଦସ୍ତି ଚୁଟି କାଟି ଦେବା ସହ ଦୀର୍ଘ ସମୟ ଧରି ଠିଆ ହେବାକୁ ବାଧ୍ୟ କରୁଛନ୍ତି। ଏହାସହ ଆମକୁ ମାଡ ମାରୁଛନ୍ତି। ଏ ନେଇ ପ୍ରିନ୍ସିପାଲଙ୍କ ପାଖରେ ଅଭିଯୋଗ କରିଥିଲୁ। କିନ୍ତୁ ସେ କୌଣସି ହସ୍ତକ୍ଷେପ କରି ନାହାନ୍ତି।”
ତେବେ ଏନେଇ ସିନିୟର ଡକ୍ତରୀ ଛାତ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। କଲେଜ ଅଧ୍ୟକ୍ଷ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ସେ କେବଳ କହିଛନ୍ତି ଯେ କଲେଜ ଗଲେ ପଦକ୍ଷେପ ନେବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us