/odisha-reporter/media/post_attachments/uploads/2015/05/ranpurelection.png)
ranpurelection
ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ନବଗଠିତ ରଣପୁର ଏନଏସି ପାଇଁ ମତଦାନ ଚାଲିଛି। ମଙ୍ଗଳବାର ସକାଳ ୮ଟାରୁ ଭୋଟଗ୍ରହଣ ଚାଲିଛି। ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଜାରି ରହିବ। ଅପରାହ୍ନ ୨ଟା ସୁଦ୍ଧା ୫୦% ଭୋଟିଂ ହୋଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି।
Advertisment
ଏହି ଏନଏସିରେ ୧୫ଟି ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ମୋଟ ୫୫ ଜଣ ପ୍ରାର୍ଥୀ ହୋଇଛନ୍ତି। ଏଥିରୁ ଉଭୟ ବିଜେଡି ଓ ବିଜେପିର୧୫ ଜଣ ଲେଖାଏଁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ଛିଡ଼ା କରିଛି ୧୪ ଜଣଙ୍କୁ। ଆଜି ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୯,୯୬୯ ଜଣ ଭୋଟର୍।
ନବଗଠିତ ରଣପୁର ଏନଏସି ପାଇଁ ଏପ୍ରିଲ ୭ରେ ନିର୍ବାଚନ ହେବାର ଥିଲା । କିନ୍ତୁ ସଂରକ୍ଷଣ ଜନିତ ତ୍ରୁଟି ଯୋଗୁ ଏହାକୁ ମେ’ ୫କୁ ଘୁଞ୍ଚାଇ ଦିଆଯାଇଥିଲା । ଏହି ନିର୍ବାଚନ ପାଇଁ ଗତ ରବିବାର ପ୍ରଚାର କାର୍ଯ୍ୟ ଶେଷ ହୋଇଥିଲା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)

/odisha-reporter/media/post_attachments/wp-content/uploads/2015/05/ranpurelection1.png)