Advertisment

Death Penalty: ୬ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା; ଦୋଷୀକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ମାଛ ମାରିବା ନାଁରେ ୨ ଜଣ ନାବାଳକ ଓ ଜଣେ ନାବାଳିକାଙ୍କୁ ଘରୁ ଡାକି ନେଇଥିଲା ପ୍ରଶାନ୍ତ ବାଗ। ୨ ନାବାଳକଙ୍କୁ କିଛି ଦୂରରେ ଛିଡ଼ା କରାଇ ନାବାଳିକାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା ପ୍ରଶାନ୍ତ।

author-image
Jitendra Garnayak
Prasanta

୨୦୨୪ ମସିହାରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଅଞ୍ଚଳରେ ଜଣେ ୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାରେ ମଙ୍ଗଳବାର ଦୋଷୀ ପ୍ରଶାନ୍ତ ବାଗ୍‌କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ବରଗଡ଼ ପୋକ୍ସୋ କୋର୍ଟ। ଏହା ସହିତ ମୃତ ନାବାଳିକାଙ୍କ ପରିବାର ଲୋକଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହି ଘଟଣାଟି ଘଟିଥିଲା ୨୦୨୪ ନଭେମ୍ବର ୧୫ ତାରିଖରେ। ମାଛ ମାରିବା ନାଁରେ ଗାଁର ୨ ଜଣ ନାବାଳକ ଓ ଜଣେ ନାବାଳିକାଙ୍କୁ ଘରୁ ଡାକି ନେଇଥିଲା ପ୍ରଶାନ୍ତ ବାଗ। ୨ ନାବାଳକଙ୍କୁ କିଛି ଦୂରରେ ଛିଡ଼ା କରାଇ ନାବାଳିକାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା ପ୍ରଶାନ୍ତ। ଏହା ପରେ ବେଲ୍ଟରେ ଝିଅଟିର ତଣ୍ଟିକୁ ଚିପି ମାରି ଦେଇଥିଲା। ତା’ପରେ ଝିଅଟିକୁ ପଥରରେ ଛେଚି ଦେଇଥିଲା।

ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଗ୍ରାମବାସୀମାନେ ସେମାନଙ୍କୁ ଏଥିରେ ସହାୟତା କରିଥିଲେ। କିନ୍ତୁ ଝିଅ ନମିଳିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।

Advertisment

ଥାନାରେ ଅଭିଯୋଗ କରିବାର କିଛି ସମୟ ପରେ ଗ୍ରାମ ନିକଟସ୍ଥ ଏକ ନିଛାଟିଆ ସ୍ଥାନରୁ ଝିଅଟିର ମୃତଦେହ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମିଳିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ଘଟଣାସ୍ଥଳର ଯାଞ୍ଚ କରିଥିଲା। ତଦନ୍ତ ପରେ ପୁଲିସ ପ୍ରଶାନ୍ତ ବାଗକୁ ଗିରଫ କରିଥିଲା। 

ବରଗଡ଼ ଏସ୍‌ପି ପ୍ରହ୍ଲାଦ ସାହାଇ ମୀନାଙ୍କ ତତ୍ତ୍ୱାବଧାନରେ ପଦ୍ମପୁର ଆଇଆଇସି ମମତା ନାଏକ ଘଟଣାର ତଦନ୍ତ କରିଥିଲେ। ୨୦୨୪ ଡିସେମ୍ବର ୫ ତାରିଖରେ ଏହି ମାମଲାରେ ଚାର୍ଜଶୀଟ୍ ଦାଖଲ କରାଯାଇଥିଲା। ୨୦୨୫ ଜାନୁଆରୀ ୨୦ ତାରିଖରେ ଚାର୍ଜ ଫ୍ରେମ୍ କରାଯାଇଥିଲା। କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ୩୭ ଜଣ ସାକ୍ଷୀଙ୍କୁ ପଚରାଉଚରା କରାଯାଇଥିଲା। କୋର୍ଟରେ ୫୫ଟି ଡକ୍ୟୁମେଣ୍ଟ ଓ ୨୭ଟି ମ୍ୟାଟେରିଆଲ ଓବ୍‌ଜେକ୍ଟ ଉପସ୍ଥାପନ କରାଯାଇଥିଲା। ଶେଷରେ ସମସ୍ତ ସାକ୍ଷ୍ୟ ଓ ପ୍ରମାଣ ଆଧାରରରେ କୋର୍ଟ ୨୦୨୫ ଡିସେମ୍ବର ୨୬ ତାରିଖରେ କୋର୍ଟ ପ୍ରଶାନ୍ତ ବାଗକୁ ଦୋଷୀ ଘୋଷଣା କରିଥିଲେ। ଆଉ ଆଜି ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ତାକୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ।