Advertisment

ମକର ମେଳା ବୁଲାଇବାକୁ ନେଇ କରିଥିଲା ଦୁଷ୍କର୍ମ, ଦୋଷୀକୁ ୧୦ ବର୍ଷ ଜେଲ

କେନ୍ଦୁଝର(ପ୍ରଣୟ କୁମାର ପାଣି): ମକର ମେଳା ବୁଲାଇ ଦେବ ବୋଲି କହି ନାବାଳିକାକୁ ଡାକିନେଇଥିଲା। ଏହି ବାହାନାରେ ତାକୁ ଏକୁଟିଆ ପାଖରେ ପାଇ ଦୁଷ୍କର୍ମ କରିଥିଲା। ସୋମବାର ନାବାଳିକା ଦୁଷ୍କର୍ମ ମାମଲାରେ ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛି କେନ୍ଦୁଝର ଜିଲ୍ଲା ସ୍ୱତନ୍ତ୍ର କୋର୍ଟ। ଦୋଷୀକୁ ୧୦ ବର୍ଷ ଜେଲ ସହ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ପୀଡିତାଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ […]

ମକର ମେଳା ବୁଲାଇବାକୁ ନେଇ କରିଥିଲା ଦୁଷ୍କର୍ମ, ଦୋଷୀକୁ ୧୦ ବର୍ଷ ଜେଲ

rape

Advertisment

କେନ୍ଦୁଝର(ପ୍ରଣୟ କୁମାର ପାଣି): ମକର ମେଳା ବୁଲାଇ ଦେବ ବୋଲି କହି ନାବାଳିକାକୁ ଡାକିନେଇଥିଲା। ଏହି ବାହାନାରେ ତାକୁ ଏକୁଟିଆ ପାଖରେ ପାଇ ଦୁଷ୍କର୍ମ କରିଥିଲା। ସୋମବାର ନାବାଳିକା ଦୁଷ୍କର୍ମ ମାମଲାରେ ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛି କେନ୍ଦୁଝର ଜିଲ୍ଲା ସ୍ୱତନ୍ତ୍ର କୋର୍ଟ। ଦୋଷୀକୁ ୧୦ ବର୍ଷ ଜେଲ ସହ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ପୀଡିତାଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ ମଧ୍ୟ ହୋଇଛି। ଘଟଣା ଘଟିବା ସମୟରେ ଅଭିଯୁକ୍ତ ନାବାଳକ ଥିଲେ। ଏବେ ସେ ସାବାଳକ। ତେଣୁ ମାମଲାର ବିଚାର ଜିଲ୍ଲା ସ୍ୱତନ୍ତ୍ର କୋର୍ଟରେ ହୋଇଥିଲା।

Advertisment

୨୦୧୭ ମସିହା ବାମେବାରୀ ଥାନା ଅଞ୍ଚଳରେ ଘଟିଥିଲା ଏହି ମାମଲା । ନାବାଳିକା ଜଣକ ସ୍ଥାନୀୟ ଅଞ୍ଚଳରେ ହେଉଥିବା ମକର ମେଳା ଦେଖିବାକୁ ଯାଉଥିଲେ। ତାଙ୍କୁ ଏକୁଟିଆ ଯାଉଥିବା ଦେଖି ନାବାଳକ ଜଣକ ମକର ମେଳା ବୁଲାଇ ଦେବ ବୋଲି କହି ଡାକି ନେଇଥିଲା। ଏଇ ବାହାନାରେ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରି ଛାଡି ଦେଇଥିଲା।

ଝିଅର ପରିବାର ଲୋକେ ଏନେଇ ଜାଣିବା ପରେ ଲୋକ ଲଜ୍ଜା ଏଡାଇବାକୁ ପ୍ରୟାଶ କରିଥିଲେ। ଝିଅର ବିବାହ ପାଇଁ ଅନେକ ଥର ପୁଅ ଘର ସହ ଆଲୋଚନା କରିଥିଲେ। ହେଲେ ସବୁ ପ୍ରୟାସ ବିଫଳ ହୋଇଥିଲା। ତେଣୁ ଏନେଇ ଝିଅ ଘର ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ହୋଇଥିଲା। ମାମଲା ରୁଜୁ ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଧରିଥିଲା।

Advertisment

ତାକୁ କୋର୍ଟରେ ହାଜର କରାଯାଇଥିଲା। ୧୧ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ପକ୍ଷରୁ ଉପସ୍ଥାପିତ ତଥ୍ୟପ୍ରମାଣ ଆଧାରରେ ସ୍ଵତନ୍ତ୍ର କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe