Advertisment

ବିସ୍କୁଟ୍‌ ଦେଇ ନଦୀ ପଠାରେ ନାବାଳିକାକୁ ଦୁଷ୍କର୍ମ!

ଅନୁଗୋଳ (ବିରଜା ଦାସ): ବିସ୍କୁଟ୍‌ ଦେବା ବାହାନାରେ ଜଣେ ନାବାଳିକାକୁ ନଦୀ ପଠାକୁ ଡାକି ନେଇ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଅନୁଗୋଳ ଜିଲ୍ଲାରୁ ଆସିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ୧୦ ବର୍ଷର ନାବାଳିକା ଜଣକ ଘର ଆଗରେ ବୁଲୁଥିଲା। ବିସ୍କୁଟ ଦେବା ବାହାନାରେ ଦିଲେଶ୍ୱର ବେହେରା ନାମକ ଜଣେ ବୟସ୍କ ବ୍ୟକ୍ତି ତାଙ୍କୁ ବ୍ରାହ୍ମଣୀ ନଦୀ ପଠାକୁ ଡାକି ନେଇଥିଲେ। ସେଠାରେ ତାଙ୍କୁ […]

author-image
Manoranjan Sial
ଅଦ୍ୟତନ ହୋଇଛି
ନାବାଳିକା ଭଉଣୀକୁ ୮ ବର୍ଷ ଧରି ଦୁଷ୍କର୍ମ କରୁଥିଲା ଭାଇ, ଆଉ ମା'...

Misbehave

ଅନୁଗୋଳ (ବିରଜା ଦାସ): ବିସ୍କୁଟ୍‌ ଦେବା ବାହାନାରେ ଜଣେ ନାବାଳିକାକୁ ନଦୀ ପଠାକୁ ଡାକି ନେଇ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଅନୁଗୋଳ ଜିଲ୍ଲାରୁ ଆସିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଗତକାଲି ୧୦ ବର୍ଷର ନାବାଳିକା ଜଣକ ଘର ଆଗରେ ବୁଲୁଥିଲା। ବିସ୍କୁଟ ଦେବା ବାହାନାରେ ଦିଲେଶ୍ୱର ବେହେରା ନାମକ ଜଣେ ବୟସ୍କ ବ୍ୟକ୍ତି ତାଙ୍କୁ ବ୍ରାହ୍ମଣୀ ନଦୀ ପଠାକୁ ଡାକି ନେଇଥିଲେ। ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଘରକୁ ଆସି ନିଜ ମାଈଙ୍କୁ ସବୁ କଥା କହିଥିଲେ। ଏହି କଥା ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଲୋକେ ଦିଲେଶ୍ୱରକୁ କାବୁ କହି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପକାଇଥିଲେ। ଏପରିକି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

ରେଙ୍ଗାଲି ଥାନା ପୁଲିସ ରାତିରେ ଗାଁକୁ ଯାଇ ଅଭିଯୁକ୍ତ ଦିଲେଶ୍ୱରଙ୍କୁ ଉଦ୍ଧାର କରିଥିଲା। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ଆଜି ଦିଲେଶ୍ୱରଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Advertisment

ଅଧିକ ପଢ଼ନ୍ତୁ : ରାଜଧାନୀରେ ମାତିଛି ଜମ୍‌ତରା ଗ୍ୟାଙ୍ଗ; ଫୋନ୍‌ କଲରେ ଆକାଉଣ୍ଟ ହୋଇଯାଉଛି ଖାଲି

Crime Minor Girl Rapped