କଟକ (ପ୍ରଭାତ ବିଷୋୟୀ): କଟକ ବଡ଼ ଡାକ୍ତରଖାନାରେ ଏକ ବିରଳ ଅସ୍ତ୍ରୋପଚାର ହୋଇଛି। ଦେବଗଡ଼ ଜିଲ୍ଲା ଛତାବର ଅଞ୍ଚଳର ସୁରେନ୍ଦ୍ର କୁମାର ପ୍ରଧାନଙ୍କ ଝିଅ ସ୍ମୃତିରେଖାଙ୍କ ହାତରେ ଏହି ଅପରେସନ କରାଯାଇଛି। ସ୍ମୃତିରେଖାଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠି ଭଲ ଭାବେ ବିକଶିତ ହୋଇ ନଥିବାରୁ ତାହା ଠିକ୍ ଭାବେ କାମ କରୁ ନଥିଲା। ତେଣୁ ବିଶି ଆଙ୍ଗୁଠିର କିଛି ଅଂଶ କଟା ଯାଇ ତାକୁ ବୁଢ଼ା ଆଙ୍ଗୁଠି ସ୍ଥାନରେ ଲଗାଯାଇଛି। ଏହି ଅପରେସନ ମାଇକ୍ରୋସର୍ଗିଲ ପଦ୍ଧତି ଜରିଆରେ କରାଯାଇଛି। ପ୍ରାୟ ଏକ ସପ୍ତାହ ତଳେ ଏହି ଅପରେସନ କରାଯାଇଥିଲା।
ସ୍ମୃତିରେଖା ଏବେ ସୁସ୍ଥ ଅଛନ୍ତି। ଏଥିସହ ତାଙ୍କ ବୁଢ଼ା ଆଙ୍ଗୁଠି ଠିକ୍ ଭାବେ କାମ କରୁଛି। ତେବେ ଅପରେଟିଂ ମାଇକ୍ରୋସ୍କୋପ୍ ନଥିବାରୁ ଏସ୍ସିବିରେ ଆଗରୁ ଏପରି ଅପରେସନ ହୋଇ ପାରୁ ନଥିଲା। ୪ ମାସ ତଳେ ଏହି ଅତ୍ୟାଧୁନିକ ମାଇକ୍ରୋସ୍କୋପ ଆସିବା ପରେ ଏପରି ଜଟିଳ ଓ ବିରଳ ଅପରେସନ ହୋଇପାରିଛି। ଡାକ୍ତର ବିଭୂତି ନାୟକଙ୍କ ନେତୃତ୍ୱରେ ଗଠିତ ଟିମ୍ରେ ଡାକ୍ତର ଆଶିଷ ପଟ୍ଟନାୟକ, ଡାକ୍ତର ମହେଶ ମଣ୍ଡଳ, ଡାକ୍ତର ଚନ୍ଦନ, ଡାକ୍ତର ରୋଜାଲିନ, ଡାକ୍ତର ସଂଜୀବ ଓ ଡାକ୍ତର କମଳ ମଧ୍ୟ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମଦ ଦେବାକୁ ମନା କରିବାରୁ ମାଡ଼; ବାର୍ କର୍ମଚାରୀ ଗୁରୁତର
ବାର୍ ବନ୍ଦ ହେଉଥିବାରୁ ମଦ ଦେବାକୁ ମନା କଲେ କର୍ମଚାରୀ। ଏଥିରେ ଉତ୍ତ୍ୟକ୍ତ ହୋଇ ସଂଘବଦ୍ଧ ଭାବେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ୪ ଯୁବକ ।
Crime
ନାବାଳକଙ୍କ ପାଦ ତଳେ ତୁଳସୀ ଲାଗି ଘଟଣା; ମାମଲା ରୁଜୁ କଲା ଶିଶୁ ଆୟୋଗ
ପ୍ୟାଣ୍ଟସାର୍ଟ ପିନ୍ଧି ଚୌକିରେ ବସିଥିବା ଜଣେ ନାବାଳକଙ୍କୁ ଏପରି ପୂଜାର୍ଚ୍ଚନା କରାଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ଶିଶୁ ଆୟୋଗ।
Miscellaneous
ସରକାର ଦେଉଛନ୍ତି ୟୁନିଫର୍ମ ଓ ଜୋତା; ପିଲାଙ୍କୁ ମିଳୁନି, ଡମ୍ପିଂୟାର୍ଡକୁ ଯାଉଛି
ଛୋଟ ଛୋଟ ପିଲାଙ୍କୁ ସ୍କୁଲମୁହାଁ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାଠୁ ଆରମ୍ଭ କରି ୟୁନିଫର୍ମ ଡ୍ରେସ ଓ ଜୋତା ବି ଯୋଗାଇ ଦେଉଛନ୍ତି। ମାତ୍ର ଏହି ଡ୍ରେସ୍ ଓ ଜୋତା ପିଲାଙ୍କୁ ମିଳିବା ପରିବର୍ତ୍ତେ ଯାଉଛି ଡମ୍ଫିୟାର୍ଡ ।
Accident
ଘରକୁ ଫେରୁଥିଲେ ଦୁଇ ଯୁବକ, ରାତି ଅଧରେ ପିଟିଲା ଅଜଣା ଗାଡ଼ି
ଉଭୟ ପାରାଦୀପ ଯାଇଥିବା ବେଳେ ସେଠାରୁ ଘରକୁ ଫେରୁଥିଲେ । ମାତ୍ର ବିଳମ୍ବିତ ରାତିରେ ଉଭୟଙ୍କ ବାଇକ୍କୁ ଏକ ଅଜଣା ଗାଡ଼ି ପିଟି ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା
Miscellaneous
ଜମୁଛି ଛାଡ଼ଖାଇ, ଆମିଷ ବଜାରରେ ପ୍ରବଳ ଭିଡ଼
ଆଜି ରବିବାର ହୋଇଥିବାରୁ ଆମିଷପ୍ରେମୀଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଆମିଷ ବଜାରରେ ଭିଡ଼ ଜମିଛି।