Advertisment

କୁନି ପିଲାର ନିଆରା ପ୍ରତିଭା: ପାଟି ସାହାଯ୍ୟରେ ବଜାଉଛନ୍ତି ବାଜା

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଆପଣ ବାଜା ବଜାଇବା ପାଇଁ ଢୋଲ ସାହାଯ୍ୟ ନେବେ। ହେଲେ ବିନା କୌଣସି ବାଦ୍ୟ ଉପକରଣ ସାହାଯ୍ୟରେ ମଧ୍ୟ ଜଣେ ପିଲା ବାଜା ବଜାଇ ପାରୁଛନ୍ତି। ୧୨ ବର୍ଷର ଜଣେ ପିଲା ଛାତିକୁ ପିଟି ପାଟିରେ ବାଜା ବଜାଉଛନ୍ତି। କଥାଟି ଆଶ୍ଟର୍ଯ୍ୟ ଲାଗିଲେ ମଧ୍ୟ ସତ। ବୌଦ୍ଧ ଜିଲ୍ଲା କଣ୍ଟାମାଳର ଏହି କୁନି ପିଲାର ନାଁ ଜଗନ୍ନାଥ ନାୟକ। ସପ୍ତମ ଶ୍ରେଣୀରେ ପଢୁଥିବା ଜଗନ୍ନାଥ ପାଟିରେ ତାଳ, ଲୟ ସହ ବାଜା ବଜାଇବାରେ […]

ଅଦ୍ୟତନ ହୋଇଛି
କୁନି ପିଲାର ନିଆରା ପ୍ରତିଭା: ପାଟି ସାହାଯ୍ୟରେ ବଜାଉଛନ୍ତି ବାଜା

star

Advertisment

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଆପଣ ବାଜା ବଜାଇବା ପାଇଁ ଢୋଲ ସାହାଯ୍ୟ ନେବେ। ହେଲେ ବିନା କୌଣସି ବାଦ୍ୟ ଉପକରଣ ସାହାଯ୍ୟରେ ମଧ୍ୟ ଜଣେ ପିଲା ବାଜା ବଜାଇ ପାରୁଛନ୍ତି। ୧୨ ବର୍ଷର ଜଣେ ପିଲା ଛାତିକୁ ପିଟି ପାଟିରେ ବାଜା ବଜାଉଛନ୍ତି। କଥାଟି ଆଶ୍ଟର୍ଯ୍ୟ ଲାଗିଲେ ମଧ୍ୟ ସତ। ବୌଦ୍ଧ ଜିଲ୍ଲା କଣ୍ଟାମାଳର ଏହି କୁନି ପିଲାର ନାଁ ଜଗନ୍ନାଥ ନାୟକ। ସପ୍ତମ ଶ୍ରେଣୀରେ ପଢୁଥିବା ଜଗନ୍ନାଥ ପାଟିରେ ତାଳ, ଲୟ ସହ ବାଜା ବଜାଇବାରେ ଦକ୍ଷତା ହାସଲ କରିଛନ୍ତି।

Advertisment

ଜଗନ୍ନାଥଙ୍କ ବାପା ମୃଦଙ୍ଗ ବଜାଉଥିଲେ। ପିଲାଦିନୁ ସେ ତାଙ୍କ ବାପାଙ୍କ ମୃଦଙ୍ଗ ବଜା ଶୁଣି ସେମିତି ବାଜା ବଜାଇବାକୁ ଚାହିଁଲେ। ସେ ହାତ ଓ ପାଟିରେ ବଜାଇବାକୁ ଚେଷ୍ଟା କଲେ। ଧୀରେ ଧୀରେ ଅଭ୍ୟାସ ଦ୍ୱାରା ସେ ପାଟିରୁ ସୁର ବାହାର କଲେ। ସ୍କୁଲ୍‌ରେ ସେ ପାଟି ଏବଂ ହାତ ସାହାଯ୍ୟରେ ଯେତେବେଳେ ବାଜା ବଜାଇବାରେ ଲାଗିଲେ ସେତେବେଳେ ଶିକ୍ଷକମାନେ ତାଙ୍କୁ ଏମିତି ବାଦ୍ୟ ବାହାର କରିବାର ପରାମର୍ଶ ଦେଇଥିଲେ। ଶିକ୍ଷକଙ୍କ କଥା ମାନି ଜଗନ୍ନାଥ ନିଜର ଅଭ୍ୟାସ ଜାରି ରଖିଲେ ଏବଂ ଆଗକୁ ସୁନ୍ଦର ସ୍ୱର କାଢିବାରେ ଲାଗିଲେ।

ଏବେ ସ୍କୁଲ୍‌ର କୌଣସି କାର୍ଯ୍ୟକ୍ରମ ହେଲେ ଜଗନ୍ନାଥ ସେମିତି ବାଜା ବଜାଉଛନ୍ତି।

ଜଗନ୍ନାଥଙ୍କ ଏଭଳି ପ୍ରତିଭା ଦେଖି ତାଙ୍କ ପରିବାର ଲୋକେ ବେଶ୍‌ ଖୁସି ଅଛନ୍ତି। ଜଗନ୍ନାଥଙ୍କ ବାପା ପୁଅକୁ ଏମିତି ବାଜା ବଜାଇବାର ଅଭ୍ୟାସ ଜାରି ରଖିବାକୁ କହିଛନ୍ତି। ଏଥିସହ ଜଗନ୍ନାଥଙ୍କ ସ୍କୁଲ୍‌ ଶିକ୍ଷକ ମଧ୍ୟ ଜଗନ୍ନାଥଙ୍କ ଏମିତି କଳାକୁ ସମ୍ମାନ କରିବା ସହ ଆଗକୁ ଏ ଅଭ୍ୟାସ ଜାରି ରଖିବାକୁ କହିଛନ୍ତି।

Advertisment

ଜଗନ୍ନାଥ ମଧ୍ୟ ଅବସର ସମୟ ମିଳିଲେ ଏହି ବାଜା ବଜାଇବାର ଅଭ୍ୟାସ ଜାରି ରଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe