arrest
ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ରସୁଲପୁର ବ୍ଲକ୍ ଯୁବ ବିଜେଡି ସଭାପତି ସୁବାସ ଖୁଣ୍ଟିଆଙ୍କୁ ପୁଲିସ୍ ଗିରଫ କରିଛି।
ଫେବ୍ରୁଆରୀ ୨୩ ତାରିଖରେ ଜଣେ ୧୧ ବର୍ଷର ଝିଅକୁ କିଛି ଦୁର୍ବୃତ୍ତ ତାଙ୍କ ଗାଁ ନିକଟରୁ ଉଠାଇ ନେଇ କୋଳତଳ ସ୍ଥିତ ସୁବାସଙ୍କ ଘରେ ରଖିଥିଲେ। ସେଠାରେ ରାତିରେ ସୁବାସ ତାଙ୍କୁ ଦୁଷ୍କର୍ମ କରିଥିଲା। ତେବେ ୨୬ ତାରିଖରେ ନାବାଳିକା ଜଣଙ୍କ ସେଠାରୁ କୌଶଳକ୍ରମେ ଖସି ଆସି ଘରେ ସବୁ କଥା କହିଥିଲା। ୨୮ ତାରିଖ ସନ୍ଧ୍ୟାରେ ତାଙ୍କ ବାପା କୁଆଖିଆ ଥାନାରେ ଏନେଇ ଅଭିଯୋଗ କରିଥିଲେ।
ଏହି ଘଟଣାରେ ପୁଲିସ୍ ଘର ମାଲିକ ତଥା ରସୁଲପୁର ଯୁବ ବିଜେଡି ସଭାପତି ସୁବାଷ ଖୁଣ୍ଟିଆକୁ ଥାନାକୁ ଆଣି ପଚରାଉଚରା କରିବା ସହିତ ଅଟକ ରଖିଥିଲା। ପୀଡ଼ିତା ଜଣଙ୍କ ପୁଲିସ ସମ୍ମୁଖରେ ସୁବାସଙ୍କୁ ଚିହ୍ନଟ କରିଥିଲେ। ଏହା ପରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ଏଥିସହ ଯାଜପୁର ମେଡିକାଲରେ ତାଙ୍କର ଡାକ୍ତରୀ ମାଇନା କରିବା ପରେ କୋର୍ଟ ଚାଲାଣ କରାଯାଇଛି।
ଏନେଇ ଅଭିଯୁକ୍ତ ବିଜେଡି ନେତା ସୁବାସ ଖୁଣ୍ଟିଆ କହିଛନ୍ତି, “ଏହା ସଂପୂର୍ଣ୍ଣ ମିଥ୍ୟା। ଏହା ମନ ଗଢ଼ା କାହାଣୀ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/arrest-1230.jpg)