Advertisment

ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଲେ ଶ୍ରୀବିଗ୍ରହ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଲା ସମସ୍ତ ତିନି ରଥ। ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ ଓ ଶେଷରେ ପହଞ୍ଚିଲା ନନ୍ଦିଘୋଷ ରଥ। ରଥଯାତ୍ରାରେ ସାମିଲ ହେବାକୁ ଆଜି ବଡ଼ଦାଣ୍ଡ ହୋଇଥିଲା ଜନାରଣ୍ୟ। ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶ୍ରୀକ୍ଷେତ୍ର। ଭୋର ୩ଟାରୁ ମଙ୍ଗଳ ଆଳତି ସରିବା ପରେ ସକାଳ ୬ଟା ୧୫ରେ ପହଣ୍ଡି ଆରମ୍ଭ ଓ ମଧ୍ୟାହ୍ନ ୧୨ଟା ୩୫ରେ ରଥ ଭିଡ଼ା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟା ବେଳକୁ ସମସ୍ତ […]

ଅଦ୍ୟତନ ହୋଇଛି
ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଲେ ଶ୍ରୀବିଗ୍ରହ

Ratha-Thakura

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଲା ସମସ୍ତ ତିନି ରଥ। ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ ଓ ଶେଷରେ ପହଞ୍ଚିଲା ନନ୍ଦିଘୋଷ ରଥ। ରଥଯାତ୍ରାରେ ସାମିଲ ହେବାକୁ ଆଜି ବଡ଼ଦାଣ୍ଡ ହୋଇଥିଲା ଜନାରଣ୍ୟ। ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶ୍ରୀକ୍ଷେତ୍ର। ଭୋର ୩ଟାରୁ ମଙ୍ଗଳ ଆଳତି ସରିବା ପରେ ସକାଳ ୬ଟା ୧୫ରେ ପହଣ୍ଡି ଆରମ୍ଭ ଓ ମଧ୍ୟାହ୍ନ ୧୨ଟା ୩୫ରେ ରଥ ଭିଡ଼ା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟା ବେଳକୁ ସମସ୍ତ ୩ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଥିଲା। ରଥଯାତ୍ରାରେ ସାମିଲ ହେବା ନିମନ୍ତେ ୭ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ପୁରୀରେ ହୋଇଛି।

Advertisment

ଦୀର୍ଘ ଦୁଇ ବର୍ଷ ପରେ ରଥ ଟାଣିବାର ସୁଯୋଗ ପାଇ ଭକ୍ତମାନେ ବେସ୍ ଆନନ୍ଦ ଅନୁଭବ କରିଛନ୍ତି। ତେବେ ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ରହିଥିବାରୁ ଭକ୍ତଙ୍କୁ ଭଲ ଦିଅଁ ଦର୍ଶନ ମିଳିନି। ଯାହା ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ଭକ୍ତଙ୍କୁ ଯେପରି ଭଲଭାବେ ଦିଅଁ ଦର୍ଶନ ମିଳିବ ତାହାର ବ୍ୟବସ୍ଥା ପ୍ରଶାସନ କରିବା କଥା। ହେଲେ ଶ୍ରୀମନ୍ଦିର ପ୍ରଶାସନ ବିଧିବ୍ୟବସ୍ଥା ପାଳନ ହୋଇନି। ସେବାୟତମାନେ ଶ୍ରୀବିଗ୍ରହଙ୍କ ଆଗରେ ଭିଡ଼ କରିବା ଯୋଗୁ ଭକ୍ତଙ୍କୁ ଭଲ ଦିଅଁ ଦର୍ଶନ ମିଳିପାରିନି।

[caption id="attachment_746117" align="aligncenter" width="650"]publive-image ଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚି ଥିବା ୩ ରଥ।[/caption]

Advertisment

ସକାଳେ ନିର୍ଦ୍ଧାରିତ ସମୟର ଢେର ଆଗରୁ ରଥ ପ୍ରତିଷ୍ଠା ହୋଇଥିଲା। ପରେ ପରେ ଘଣ୍ଟ ଘଣ୍ଟା କାହାଳୀରେ କଂପି ଉଠିଲା ଶ୍ରୀମନ୍ଦିର। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି, ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର। ପରେ ପରେ ମାଆ ସୁଭଦ୍ରା, ଆଉ ଶେଷରେ ହଲିଝୁଲି ଆସିଥିଲେ କାଳିଆ ସାଆନ୍ତ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ତାପରେ ଛେରାପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ, ତାପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ସୁନା ଝାଡ଼ୁରେ ଛେରାପହଁରା ସହ ବନ୍ଦାପନା କରିଥିଲେ ଗଜପତି।

ଏହା ପରେ ଆରମ୍ଭ ହୋଇଥିଲା ଚାରମାଳ ଫିଟା। ଦିନ ପ୍ରାୟ ୧୨ଟା ୩୮ରେ ପ୍ରଥମେ ବଳଭଦ୍ରଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ସେବାୟତ। ଏହା ପରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥ, ଆଉ ଶେଷରେ ଘର୍ଘରନାଦରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ବଡ଼ଦାଣ୍ଡରେ ଗଡ଼ିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ। ସନ୍ଧ୍ୟା ହେବା ପୂର୍ବରୁ ସବୁ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଥିଲା।

[caption id="attachment_746105" align="aligncenter" width="650"]publive-image ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ ରଥ ଭିଡ଼ୁଛନ୍ତି।[/caption]

ପବିତ୍ର ଘୋଷଯାତ୍ରାରେ ସାମିଲ ହୋଇ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ବଡ଼ଠାକୁରଙ୍କୁ ଦର୍ଶନ କରିବାକୁ ଆଜି ପୁରୀ ଛୁଟି ଆସିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏକାଠି ହୋଇ ଦଉଡ଼ି ଧରି ରଥ ଟାଣିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଶ୍ରୀଜିଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାରେ ସାମିଲ ହୋଇଥିବାରୁ ସମସ୍ତେ ବେଶ୍ ଖୁସି ମଧ୍ୟ ଥିଲେ। ସେହିପରି ହାଇକୋର୍ଟରେ ମୁଖ୍ୟ ବିଚାରପତି ଓ ବହୁ ରାଜ୍ୟ ପ୍ରଶାସନିକ ଅଧିକାରୀ ମଧ୍ୟ ଆଜି ରଥଯାତ୍ରା ଦେଖିବାକୁ ପୁରୀ ଯାଇଥିଲେ।

Rathyatra 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe