Advertisment

ରଥଯାତ୍ରା ବୈଠକରେ ବ୍ରହ୍ମ ବିଭ୍ରାଟକୁ ନେଇ ହଟ୍ଟଗୋଳ

ପୁରୀ: ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ନେଇ ଆଜି ବସିଥିବା ଦ୍ୱିତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ହଟ୍ଟଗୋଳ ଦେଖାଦେଇଥିଲା। ଦୁଇଜଣ ସେବାୟତଙ୍କ ନିଲମ୍ୱନ ପରେ ତଦନ୍ତ ରିପୋର୍ଟ କାହିଁକି ଆସିନି ବୋଲି ବୈଠକରେ ରାମଚନ୍ଦ୍ର ଦାସମହାପାତ୍ର ପ୍ରଶ୍ନ କରିଥିଲେ। ବ୍ରହ୍ମ ବିଭ୍ରାଟକୁ ନେଇ ଦୁଇ ଜଣ ସେବାୟତକୁ ସସ୍‌ପେଣ୍ଡ କରାଯାଇଥିବାରୁ  ସେମାନଙ୍କୁ ପାଉଣା ମିଳୁ ନ ଥିବା  ରାମଚନ୍ଦ୍ର ଅଭିଯୋଗ କରିଥିଲେ। ସ୍ନାନଯାତ୍ରା ପୂର୍ବରୁ ରିପୋର୍ଟ ନ ଆସିଲେ ମହାପ୍ରଭୁଙ୍କ ରୀତିନୀତିରେ ବ୍ୟତିକ୍ରମ ହେବ ବୋଲି ରାମଚନ୍ଦ୍ର […]

ରଥଯାତ୍ରା ବୈଠକରେ ବ୍ରହ୍ମ ବିଭ୍ରାଟକୁ ନେଇ ହଟ୍ଟଗୋଳ

puri

Advertisment

ପୁରୀ: ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ନେଇ ଆଜି ବସିଥିବା ଦ୍ୱିତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ହଟ୍ଟଗୋଳ ଦେଖାଦେଇଥିଲା। ଦୁଇଜଣ ସେବାୟତଙ୍କ ନିଲମ୍ୱନ ପରେ ତଦନ୍ତ ରିପୋର୍ଟ କାହିଁକି ଆସିନି ବୋଲି ବୈଠକରେ ରାମଚନ୍ଦ୍ର ଦାସମହାପାତ୍ର ପ୍ରଶ୍ନ କରିଥିଲେ। ବ୍ରହ୍ମ ବିଭ୍ରାଟକୁ ନେଇ ଦୁଇ ଜଣ ସେବାୟତକୁ ସସ୍‌ପେଣ୍ଡ କରାଯାଇଥିବାରୁ  ସେମାନଙ୍କୁ ପାଉଣା ମିଳୁ ନ ଥିବା  ରାମଚନ୍ଦ୍ର ଅଭିଯୋଗ କରିଥିଲେ। ସ୍ନାନଯାତ୍ରା ପୂର୍ବରୁ ରିପୋର୍ଟ ନ ଆସିଲେ ମହାପ୍ରଭୁଙ୍କ ରୀତିନୀତିରେ ବ୍ୟତିକ୍ରମ ହେବ ବୋଲି ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି।

Advertisment

କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଡିଆରଡିଏ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସ୍ୱାସ୍ଥ୍ୟ, ପରିମଳ,ପାନୀୟଜଳ ଯୋଗାଣ, ଡ୍ରେନେଜ୍‌ ଓ ସ୍ୱରେଜ୍‌ ବ୍ୟବସ୍ଥା, ରାସ୍ତାଘାଟ ମରାମତି, ଆଲୋକ ବ୍ୟବସ୍ଥା, ଜାତୀୟ ରାଜପଥ ଓ ଗମନା ଗମନ ସହ ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଏଥିସହିତ ପ୍ରଥମ ସମନ୍ୱୟ ବୈଠକରେ ବିଭିନ୍ନ ବିଭାଗର ପଦାଧିକାରୀଙ୍କୁ ଯାହା ଦାୟିତ୍ୱ ଦିଆଯାଇଥିଲା ତାହାର ସମୀକ୍ଷା ମଧ୍ୟ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe