Advertisment

ଆଜି ଶ୍ରୀଗୁଣ୍ଡିଚା ଯାତ୍ରା, ଚାଲିଛି ପହଣ୍ଡି

ପୁରୀ(ଓଡ଼ିଶା ରିପୋର୍ଟର):  ଆଜି ଶ୍ରୀଜିଉଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଆଜି ରତ୍ନ ବେଦିରୁ ବାହାରିବେ ଶ୍ରୀଜିଉ।  ନବଦିନାତ୍ମକ ଯାତ୍ରାରେ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରକୁ ଯିବେ ପ୍ରଭୁ ଶ୍ରୀଜଗନ୍ନାଥ। ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା ଲାଗି ରଥ ଓ ପଥ ଉଭୟେ ପ୍ରସ୍ତୁତ। ଗତବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ହେବ ରଥଯାତ୍ରା। କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ […]

ଅଦ୍ୟତନ ହୋଇଛି
ଆଜି ଶ୍ରୀଗୁଣ୍ଡିଚା ଯାତ୍ରା, ଚାଲିଛି ପହଣ୍ଡି

ratha

Advertisment

ପୁରୀ(ଓଡ଼ିଶା ରିପୋର୍ଟର):  ଆଜି ଶ୍ରୀଜିଉଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଆଜି ରତ୍ନ ବେଦିରୁ ବାହାରିବେ ଶ୍ରୀଜିଉ।  ନବଦିନାତ୍ମକ ଯାତ୍ରାରେ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରକୁ ଯିବେ ପ୍ରଭୁ ଶ୍ରୀଜଗନ୍ନାଥ।

Advertisment

ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା ଲାଗି ରଥ ଓ ପଥ ଉଭୟେ ପ୍ରସ୍ତୁତ। ଗତବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ହେବ ରଥଯାତ୍ରା। କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ ରଥ ।

ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉଙ୍କ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ  ହୋଇଥିବା ବେଳେ ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି। ଏହାପରେ ଆରମ୍ଭ ହୋଇଗଲାଣି ଶ୍ରୀଜିଉଙ୍କ ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିବେ ଶ୍ରୀଜିଉ।

Advertisment

ସୂଚନାଯୋଗ୍ୟ,  କୋଭିଡ କଟକଣା ମଧ୍ୟରେ ଭକ୍ତଶୂନ୍ୟ ଘୋଷଯାତ୍ରା ପାଇଁ ବି ପୁଲିସ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ଶୃଙ୍ଖଳିତ ଯାତ୍ରା ପାଇଁ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇ ପ୍ରାୟ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସହରର ମୁଖ୍ୟ ପ୍ରବେଶ ପଥ, ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା କୋଠାର ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯିବ।

ରଥଯାତ୍ରାର ଲାଇଭ ଅପଡେଟ ପଢିବା ପାଇଁ କ୍ଲିକ କରନ୍ତୁ

ଗତକାଲି  ରାତି ୮ଟାରୁ ସହରରେ ଲାଗୁ ହୋଇଥିବା କର୍ଫ୍ୟୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ   ବଳବତ୍ତର ରହିବ। ଏପରିକି ବଡ଼ଦାଣ୍ଡ କଡ଼ରେ ଥିବା ଘର ଛାତ ଉପରୁ ବି ଦର୍ଶନକୁ ବାରଣ କରାଯାଇଛି । ଅପରପକ୍ଷେ ପୁଲିସ ଡିଜି ଆଜି ପୁରୀ ଯାଇ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍ପି ଓ ବରିଷ୍ଠ ଅଧିକାରୀଙ୍କ ସହ ରଥଯାତ୍ରା ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ଗତଥର ଭଳି ଏଥର ବି ସେବାୟତ ଟାଣିବେ ତିନି ରଥ । ଏଥିପାଇଁ ପ୍ରତି ରଥ ପିଛା ୫ ଶହ ଲେଖାଏଁ ସେବାୟତ ରହିବେ । ଖୋଦ୍ ପୁରୀ ଜିଲ୍ଲାପାଳ ନନ୍ଦିଘୋଷ ରଥ ଦାୟିତ୍ୱରେ ରହୁଥିବା ବେଳେ ଏସ୍ପି ତାଳଧ୍ୱଜ ଓ ଅତିରିକ୍ତ ଜିଲ୍ଲାପାଳ ସୁଭଦ୍ରାଙ୍କ ରଥ ଦାୟିତ୍ୱରେ ରହିବେ ।

Rathayatra 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe