Advertisment

ବିନା ଭକ୍ତରେ ରଥଯାତ୍ରା କରିବାକୁ ରାଜ୍ୟ ସରକାରଙ୍କ ସତ୍ୟପାଠ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ରଥ ଯାତ୍ରା। ହେଲେ ଠାକୁର ରଥାରୁଢ଼ ହେବେ କି ନାହିଁ, ରଥ ବଡ଼ ଦାଣ୍ଡରେ ଗଡ଼ିବ କି ନାହିଁ  ତାକୁ ନେଇ ଏବେ ବି ଲାଗି ରହିଛି ଆଶା ଆଶଙ୍କା। ପୂର୍ବରୁ ସୁପ୍ରିମ୍‌ କୋର୍ଟ ରଥଯାତ୍ରା ନ କରିବା ପାଇଁ ରାୟ ଶୁଣାଇଥିବା ବେଳେ ଏହାର ପୁନଃର୍ବିଚାର ପାଇଁ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି ଆରମ୍ଭ ହୋଇଯାଇଛି । ପୂର୍ବରୁ ସୁପ୍ରିମ କୋର୍ଟରେ ରଥଯାତ୍ରା ସପକ୍ଷରେ ପକ୍ଷ ନ ରଖି […]

ଅଦ୍ୟତନ ହୋଇଛି
ବିନା ଭକ୍ତରେ ରଥଯାତ୍ରା କରିବାକୁ ରାଜ୍ୟ ସରକାରଙ୍କ ସତ୍ୟପାଠ

Rath Yatra 2020

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ରଥ ଯାତ୍ରା। ହେଲେ ଠାକୁର ରଥାରୁଢ଼ ହେବେ କି ନାହିଁ, ରଥ ବଡ଼ ଦାଣ୍ଡରେ ଗଡ଼ିବ କି ନାହିଁ  ତାକୁ ନେଇ ଏବେ ବି ଲାଗି ରହିଛି ଆଶା ଆଶଙ୍କା। ପୂର୍ବରୁ ସୁପ୍ରିମ୍‌ କୋର୍ଟ ରଥଯାତ୍ରା ନ କରିବା ପାଇଁ ରାୟ ଶୁଣାଇଥିବା ବେଳେ ଏହାର ପୁନଃର୍ବିଚାର ପାଇଁ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି ଆରମ୍ଭ ହୋଇଯାଇଛି ।

Advertisment

ପୂର୍ବରୁ ସୁପ୍ରିମ କୋର୍ଟରେ ରଥଯାତ୍ରା ସପକ୍ଷରେ ପକ୍ଷ ନ ରଖି ନିନ୍ଦିତ ଓ ସମାଲୋଚିତ ହୋଇଥିବା ରାଜ୍ୟ ସରକାର ଆଜି ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ରେସିଡେଣ୍ଟ କମିଶନର ସଂଜୀବ ମିଶ୍ର ସତ୍ୟପାଠ ଦାଖଲ କରିଛନ୍ତି। କେବଳ ପୁରୀରେ ରଥଯାତ୍ରା ପାଇଁ ସତ୍ୟପାଠରେ ଉଲ୍ଲେଖ ରହିଛି। ଗଜପତି ମହାରାଜାଙ୍କ ପ୍ରସ୍ତାବ କ୍ରମେ ବିନା ଭକ୍ତରେ ରଥଯାତ୍ରା କରିବାକୁ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଅପରପକ୍ଷେ ପୁରୀ ରଥଯାତ୍ରା ପାଇଁ ସମ୍ମତି ଜଣାଇଛନ୍ତି କେନ୍ଦ୍ର ସରକାର।  ବିନା ଭକ୍ତରେ ରଥଯାତ୍ରା କରିବାକୁ ଉଭୟ ସରକାରଙ୍କ ସମ୍ମତି ଥିବା ସୂଚନା ଦିଆଯାଇଛି। ସୁପ୍ରିମକୋର୍ଟରେ କେନ୍ଦ୍ର ପକ୍ଷରୁ ଯୁକ୍ତି ରଖି ସଲିସିଟର ଜେନେରାଲ ବର୍ଷ ବର୍ଷ ଧରି ଚାଲି ଆସୁଥିବା ପରମ୍ପରାକୁ ବନ୍ଦ ନକରିବାକୁ କହିଛନ୍ତି। ରଥଯାତ୍ରାର ସିଧା ପ୍ରସାରଣ ପାଇଁ ମଧ୍ୟ ସଲିସିଟର ଜେନେରାଲ ପ୍ରସ୍ତାବ ଦେଇଛନ୍ତି।

Advertisment

ଅପରପକ୍ଷେ ରଥ ଯାତ୍ରା ନିମନ୍ତେ ବିଧି ମୁତାବକ ସବୁ ନିୟମ ପାଳନ କରାଯାଉଛି । ରଥ ଯାତ୍ରାର ପୂର୍ବ ଦିନ ଅର୍ଥାତ ଆଜି ଶ୍ରୀଜୀଉଙ୍କ ୩ ବାଡ଼ରୁ ୩ଟି ଆଜ୍ଞାମାଳ ଆସି ୩ ରଥରେ ବିଜେ କରାଯିବା ପରମ୍ପରା ପାଳନ  ହୋଇଯାଇଛି।

Rath Yatra Rath Yatra 2020
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe