/odisha-reporter/media/post_attachments/uploads/2021/07/puri-5.jpg)
puri
ପୁରୀ(ଓଡ଼ିଶା ରିପୋର୍ଟର): ଲଗାତାର ଦ୍ୱିତୀୟ ବର୍ଷ ପାଇଁ କରୋନା କଟକଣା ମଧ୍ୟରେ ବଡ଼ଦାଣ୍ଡରେ ଗଡ଼ିଲା ରଥ। କୋଭିଡ଼ କଟକଣା ଯୋଗୁ ଦିବ୍ୟ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ । ବିନା ଭକ୍ତରେ ସେବାୟତ ଟାଣୁଛନ୍ତି ରଥ। ପ୍ରଥମେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ। ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଗଡ଼ିଲା ରଥ।
ଏହାପରେ ଦର୍ପଦଳନରେ ଚାଲିଛନ୍ତି ଭଉଣୀ ସୁଭଦ୍ରା। ସବା ଶେଷରେ ବଡ଼ଦାଣ୍ଡରେ ଗଡ଼ିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ଭାଇଭଉଣୀଙ୍କୁ ସାଙ୍ଗରେ ଧରି ବାହାରିଛନ୍ତି ଶ୍ରୀଜଗନ୍ନାଥ । ନବଦିନାତ୍ମକ ଯାତ୍ରାରେ ରତ୍ନ ବେଦିରୁ ବାହାରିଛନ୍ତି ତିନି ଠାକୁର ।
ସୂଚନାଯୋଗ୍ୟ, ରଥ ଗଡ଼ିବା ପୂର୍ବରୁ ପ୍ରଥମେ ସ୍ୱାମୀ ନିଶ୍ଚଳାନନ୍ଦ ନିଜ ଅନୁଗାମୀଙ୍କ ସହ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାପରେ ଗଜପତି ମହାରାଜା ପହଞ୍ଚି ୩ ରଥରେ ଛେରା ପହଁରା କରିଥିଲେ। ଏହାପରେ ୩ ରଥରେ ସାରଥୀ ଓ ଘୋଡ଼ାଯଚା କାମ ସମ୍ପନ କରାଯାଇ ଆରମ୍ଭ ହେଲା ରଥ ଟଣା।
ସୂଚନାଯୋଗ୍ୟ, ରତ୍ନ ସିଂହାସନ ଛାଡ଼ି ଭାଇଭଉଣୀଙ୍କ ସହ ଆଜି ଜନ୍ମବେଦୀ ଅଭିମୁଖେ ବାହାରିଛନ୍ତି କାଳିଆ ସାଆନ୍ତ । ଆଜି ସବୁ ନୀତିକାନ୍ତି ସୁରୁଖୁରରେ ସମ୍ପନ୍ନ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆରମ୍ଭ ହୋଇ ସାରିଲାଣି ରଥ ଟଣା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
